World Diabetes Day 2022: ମଧୁମେହ ରୋଗରୁ ବର୍ତ୍ତିବା ପାଇଁ ଜାଣନ୍ତୁ ଲକ୍ଷଣ ଓ ରୁହନ୍ତୁ ସତର୍କ


world diabetes day 2022 know early symptoms of diabetes in odia

ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ସମସ୍ୟା । ପ୍ରତିବର୍ଷ ଏହି ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭୁଲ ଜୀବନଶୈଳୀ ଓ ଜେନେଟିକ୍ କାରଣରୁ ଅନେକ ଲୋକ ଡାଇବେଟିସ୍ ର ଶିକାର ହେଉଛନ୍ତି । ଡାଇବେଟିସ୍ ଘାତକ ରୋଗ ହୋଇନଥିଲେ ବି ଅବହେଳା କାରଣରୁ ଏହା ସାଙ୍ଘାତିକ ପର୍ଯ୍ୟାୟରେ ପହଞ୍ଚିଥାଏ । ଯଦିଓ ଲକ୍ଷଣକୁ ଜାଣିପାରି ପ୍ରାରମ୍ଭିକ ସମୟରେ ଚିକିତ୍ସା ଆରମ୍ଭ କଲେ ଆପଣ ମଧୁମେହ କବଳରୁ ବର୍ତ୍ତିଯାଇ ପାରିବେ ।

ବିଶ୍ୱ ମଧୁମେହ ଦିବସ ୨୦୨୨ | World Diabetes Day 2022

ଲୋକଙ୍କୁ ସଚେତନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ World Diabetes Day ପାଳନ ହେଉଛି । ମୁଖ୍ୟତଃ ଏହା ଭୁଲ ଜୀବନଶୈଳୀ ଓ କିଛି ଜେନେଟିକ୍ କାରଣରୁ ହୋଇଥାଏ । ଶରୀରରେ ସର୍କରା ସ୍ତର ବା ସୁଗାର ଲେବଲ ବୃଦ୍ଧି ଫଳରେ ଗ୍ଲୁକୋଜ୍ ମାତ୍ରା ବୃଦ୍ଧି ପାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଭୁଲ ଜୀବନଶୈଳୀ କାରଣରୁ ଶରୀରରେ ହେଉଥିବା ଏହି ପରିବର୍ତ୍ତନକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବା ସହ ଚିକିତ୍ସା ଆରମ୍ଭ କଲେ ମଧୁମେହ କବଳରୁ ରକ୍ଷା ମିଳିପାରିବ । ଏବେ ଜାଣିନିଅନ୍ତୁ ଡାଇବେଟିସର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକ କଣ ।

ମଧୁମେହର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକ କଣ? Early Symptoms of Diabetes

୧. ବାରମ୍ବାର ପରିସ୍ରା ଲାଗିବା: ଡାଇବେଟିସ୍ ଯୋଗୁ ରକ୍ତରେ ଅତିରିକ୍ତ ସର୍କରା ଜମିଯାଇଥାଏ । ଏହାକୁ ବାହାର କରିବା ପାଇଁ କିଡନୀ ଉପରେ ଅଧିକ ଚାପ ପଡ଼ିଥାଏ । ଏହି କାରଣରୁ ବାରମ୍ବାର ପରିସ୍ରା ଲାଗିଥାଏ । ସ୍ୱାଭାବିକଠାରୁ ଅଧିକ ପରସ୍ରା ଲାଗୁଥିଲେ ଏହା ଏହା ଡାଇବେଟିସର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ତେଣୁ ସନ୍ଦେହ ଲାଗୁଥିଲେ ପ୍ରଥମରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ହେବ ।

୨. ବାରମ୍ବାର ସଂକ୍ରମିତ ହେବା: ଡାଇବେଟିସରେ ରୋଗୀଙ୍କ ପରିସ୍ରାରେ ଅଧିକ ସର୍କରା କାରଣରୁ ଅଧିକ ବ୍ୟାକ୍ଟେରିଆ ସଂକ୍ରମିତ ହୋଇଥାଏ । ଯଦି ଆପଣ ବାରମ୍ବାର ମୂତ୍ର ସଂକ୍ରମଣର ଶିକାର ହେଉଛନ୍ତି, ତେବେ ପରୀକ୍ଷା କରାଇନେବା ଉଚିତ ।

୩. ଅତ୍ୟଧିକ ଶୋଷ ଲାଗିବା: ଡାଇବେଟିସ ରୋଗୀ ବାରମ୍ବାର ପରିସ୍ରା କରିବା ଦ୍ୱାରା ଡିହାଇଡ୍ରେସନ୍ ଯୋଗୁ ଅଧିକ ଶୋଷ ଲାଗିଥାଏ । ଏପରିକି ଅଧିକ ପାଣି ପିଇବା ପରେ ମଧ୍ୟ ସନ୍ତୁଷ୍ଟି ଆସି ନଥାଏ । ଏପରି ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ ପରୀକ୍ଷା କରାଇ ନେବା ଉଚିତ ।

୪. ବାରମ୍ବାର ଭୋକ ଲାଗିବା: ଖାଦ୍ୟକୁ ଶରୀର ଗ୍ଲୁକୋଜରେ ପରିଣତ ହୋଇଥାଏ । ଏହାକୁ ଶରୀରର କୋଷ ଗୁଡ଼ିକ ଶକ୍ତି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ମଧୁମେହ ରୋଗୀଙ୍କ ଶରୀରରେ କୋଷଗୁଡ଼ିକ ଗ୍ଲୁକୋଜକୁ ସଠିକ୍ ଭାବରେ ଅବଶୋଷଣ କରିପାରି ନଥାନ୍ତି । ଖାଦ୍ୟରୁ ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ମିଳିପାରିନଥାଏ । ଖାଇବା ପରେ ମଧ୍ୟ ଯଦି ଭୋକ ଲାଗୁଛି, ତେବେ ଏବା ମଧ୍ୟ ମଧୁମେହର ପ୍ରାରମ୍ଭିକ ଲକ୍ଷ୍ୟଣ ହୋଇପାରେ ।

୫. ଓଜନ ହ୍ରାସ ପାଇବା: ମଧୁମେହ ରୋଗୀ ଖାଉଥିବା ଖାଦ୍ୟରୁ ଶରୀରକୁ ଶକ୍ତି ମିଳି ପାରିନଥାଏ । ଯାହା ଫଳରେ ଦୁର୍ବଳତା ସହିତ ଓଜନ ହ୍ରାସ ପାଇଥାଏ । ଏହା ମଧ୍ୟ ମଧୁମେହର ପ୍ରାକ୍ ଲକ୍ଷଣ ହୋଇପାରେ ।

୬. ଗଣ୍ଠି ଯନ୍ତ୍ରଣା: ଶରୀରରେ ପ୍ରାୟ ସମସ୍ତ ଗଣ୍ଠି ଯନ୍ତ୍ରଣା ବୃଦ୍ଧି ପାଉଥିଲେ ଏହା ମଧୁମେହର ଲକ୍ଷଣ ହୋଇପାରେ । ଏପରି ସମସ୍ୟା ଦେଖାଦେଲେ ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

୭. ଚର୍ମର ଶୁଷ୍କତା ଓ କଳା ଦାଗ: ମନ୍ଥର ରକ୍ତ ପ୍ରବାହ ଓ ସ୍ନାୟବିକ ଦୁର୍ବଳତା ଯୋଗୁଁ ହାତ, ପାଦ ଚର୍ମ ଶୁଷ୍କ ହୋଇଯାଇଥାଏ । ରକ୍ତରେ ଇନସୁଲିନ୍ ପରମାଣ ବୃଦ୍ଧି କାରଣରୁ ବେକ, ବାହୁ, ଗଣ୍ଠିରେ କଳା ରଙ୍ଗର ଦାଗ ଦେଖାଯାଏ ।

ଉପରିସ୍ଥ ଲକ୍ଷଣ ଗୁଡିକୁ ପ୍ରାରମ୍ଭିକ ସମୟରେ ଚିହ୍ନଟ କରିପାରିଲେ ଚିକିତ୍ସା ସହଜ ହୋଇଥାଏ । ଜୀବନ ଶୈଳୀରେ ପରିବର୍ତ୍ତନ ସହ ସଚେତନତାର ସହ ଖାଦ୍ୟ ଗ୍ରହଣ କଲେ ଟାଇପ୍-୨ ଡାଇବେଟିସ୍ ସହିତ ସହଜରେ ମୁକାବିଲା କରାଯାଇପାରିବ ।

Share this

Leave a Reply

Your email address will not be published. Required fields are marked *