World Vegan Day 2022: ଆଜି ବିଶ୍ୱ ଶାକାହାରୀ ଦିବସ, ଜାଣନ୍ତୁ ଏହି ଦିବସ (ନଭେମ୍ବର ୧)ର ଇତିହାସ


why we celebrate vegan day history and benefits of being vegatarian world vegan day 2022

ଆଜି ହେଉଛି ୱାଲ୍ଡ ଭେଜିଟେରିଆନ ଡେ ବା ବିଶ୍ୱ ଶାକାହାରୀ ଦିବସ । ବିଶ୍ୱବାସୀଙ୍କୁ ଶାକାହାରୀ ଜୀବନଯାପନ କରିବା ପାଇଁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧ ତାରିଖରେ ବିଶ୍ୱ ଶାକାହାରୀ ଦିବସ ପାଳନ କରାଯାଏ ।

ଏବେ ବିଶ୍ୱରେ ଶାକାହାରୀ ଭୋଜନ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି । ଭାରତର ପାରମ୍ପରିକ ଶାକାହାରୀ ଭୋଜନ ପ୍ରତି ବିଶ୍ୱବାସୀ ସଚେତନ ହେଉଛନ୍ତି । ସାଧାରଣତଃ ଶାକାହାରୀମାନେ ଖାଦ୍ୟରେ ମାଂସ, ଅଣ୍ଡା, ଦୁଗ୍ଧ ସାମଗ୍ରୀ ବ୍ୟବହାର କରନ୍ତି ନାହିଁ । ଏହାଫଳରେ ଲୋକେ ସୁସ୍ଥ ରହିବା ସହିତ ନିରୋଗ ରହିଥାନ୍ତି । ଏହା ପ୍ରମାଣ ସିଦ୍ଧ ହେବା ପରେ ଭେଜାନ୍ ଡାଏଟ ଉପକାରିତା ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରେ ବିଶ୍ୱ ଭେଗାନ୍ ଡେ ପାଳିତ ହେଉଛି ।

ବିଶ୍ୱ ଶାକାହାରୀ ଦିବସର ଇତିହାସ

ବ୍ରିଟେନ ଭେଗାନ୍ ସୋସାଇଟି ପ୍ରଥମ ଥର ପାଇଁ ୧ ନଭେମ୍ବର ୧୯୯୪ରେ ବିଶ୍ୱ ଭେଗାନ୍ ଡେ ପାଳନ କରିଥିଲା । ଭେଗାନ୍ ସୋସାଇଟି ୧୯୪୪ରେ ଗଠିତ ହୋଇଥିଲା । ଶାକାହାରୀ ଦିବସର ୫୦ତମ ବାର୍ଷିକୀରେ, ଭେଗାନ୍ ସୋସାଇଟିର ସଭାପତି ଏହାକୁ ସ୍ମରଣୀୟ କରିବା ତଥା ବିଶ୍ୱବାସୀଙ୍କ ମଧ୍ୟରେ ଶାକାହାରୀ ଖାଦ୍ୟ ପ୍ରତି ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଭେଗାନ୍ ଡେ ପାଳନ କରିବାକୁ ଘୋଷଣା କରିଥିଲେ ।

କାହିଁକି ବିଶ୍ୱ ଶାକାହାରୀ ଦିବସ ପାଳନ କରାଯାଏ?

ବିଶ୍ୱ ଶାକାହାରୀ ଦିବସ ପାଳନର ଲକ୍ଷ୍ୟ ହେଉଛି ପରିବେଶ ପ୍ରତି ଲୋକଙ୍କୁ ଜାଗୃତ କରିବା ଓ ଶାକାହାରୀ ଖାଦ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବା । ଶାକାହାରୀ ଖାଦ୍ୟ ଖାଇବା ଦ୍ୱାରା, ଅନେକ ରୋଗ କବଳରୁ ଶରୀରରୁ ସୁରକ୍ଷା ମିଳିଥାଏ । ଏପରିକି ଶରୀରରେ ଅନେକ ଗମ୍ଭୀର ରୋଗ ମଧ୍ୟ ଶାକାହାରୀ ଖାଦ୍ୟ ପ୍ରଭାବରେ ଭଲ ହୋଇଯାଇଥାଏ ।

ଶାକାହାରୀ ଖାଦ୍ୟ ଗ୍ରହଣର ଲାଭ

୧. ଶାକାହାରୀ ଖାଦ୍ୟରେ ଅଧିକ ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରକୁ ଅନେକ ଲାଭ ମିଳିଥାଏ । ଏପରିକି ଶାରାହାରୀ ଖାଦ୍ୟରେ ପ୍ରଚୁର ପରିମାଣର ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, ଭିଟାମିନ୍-ଏ, ଭିଟାମିନ୍-ସି ଏବଂ ଭିଟାମିନ୍-ଇ ରହିଥାଏ । ଏହିସବୁ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିୟମିତ ଶାକାହାରୀ ଖାଦ୍ୟ ଖାଇବା ଫଳରେ ଭୟଙ୍କର ରୋଗ କବଳରୁ ରକ୍ଷା ମିଳିଥାଏ ।

୨. ଶାକାହାରୀ ଖାଦ୍ୟ ହୃଦୟକୁ ସୁସ୍ଥ ରଖିଥାଏ । ଯଦି ଆପଣ ହୃଦଘାତ ପରି ସାଙ୍ଘାତିକ ରୋଗ ବିରୋଧରେ ଲଢ଼ିବାକୁ ଚାହୁଁଛନ୍ତି, ତେବେ ଶାକାହାରୀ ଖାଦ୍ୟ ଆପଣଙ୍କ ପାଇଁ ପ୍ରଭାବଶାଳୀ ହୋଇପାରେ । ଏହାସହିତ ଫଳ ଏବଂ ପନିପରିବା ନିୟମିତ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିଥାଏ ।

୩. ଯଦି ଆପଣ ଶାକାହାରୀ ଖାଦ୍ୟ ଗ୍ରହଣ କରୁଥାନ୍ତି ତେବେ ଶରୀରରେ ଓଜନ ବଢ଼ିବା ଆଶଙ୍କା ପ୍ରାୟ ନଥାଏ । ଯଦି ଆପଣ ଶରୀରର ଓଜନ ବୃଦ୍ଧି ଘଟିଥାଏ ବା ଆପଣ ଓଜନ କମାଇବାକୁ ଚାହୁଁଥାନ୍ତି ତେବେ ଶାକାହାରୀ ଖାଦ୍ୟ ଗ୍ରହଣ କରି ଓଜନ ନିୟନ୍ତ୍ରଣ କରିପାରିବେ ।

୪. ଶାକାହାରୀ ଖାଦ୍ୟ ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ ସମସ୍ୟା ଅତ୍ୟନ୍ତ ସାଧାରଣ କଥା । କିନ୍ତୁ ଯଦି ଆପଣ ନିୟମିତ ଶାକାହାରୀ ଖାଦ୍ୟ ଖାଆନ୍ତି, ଏହି ସମସ୍ୟା ଦୂର ହୋଇଯାଇଥାଏ ।

ଏହାବି ପଢ଼ନ୍ତୁ- Vegetarian Diets: ଶାକାହାରୀଙ୍କୁ କେଉଁ ଖାଦ୍ୟରୁ ମିଳିପାରିବ ଶରୀର ପାଇଁ ଉପଯୁକ୍ତ ପୋଷଣ

Share this

Leave a Reply

Your email address will not be published. Required fields are marked *