ତାମ୍ର ଜଳ | Top 10 Reasons Why Drinking Water From a Copper bottle


why-drinking-water-from-a-copper-bottle
Why Drinking Water From a Copper Bottle

ତମ୍ବା ପାତ୍ରରେ ପାଣି ପିଇଲେ କେଉଁ ଲାଭ ମିଳିଥାଏ?

ପ୍ରାଚୀନ ଆୟୁର୍ବେଦ ଓ ଯୋଗ ବିଜ୍ଞାନ ଅନୁଯାୟୀ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ । ଏହା ଶରୀରେ ମହୋଷଧି ପରି କାମ କରିଥାଏ । ତେବେ କାହିଁକି ତମ୍ବା ପାତ୍ରରେ ରଖାଯାଇଥିବା ପାଣି ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ?

ତମ୍ବା ପାତ୍ରରେ ପାଣି ପିଇଲେ ଏହା ଆମ ଶରୀର ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ । ଏକଥା ଆପଣ ଜାଣିଥିବେ ନିଶ୍ଚୟ ପ୍ରାଚୀନ ଭାରତବର୍ଷରେ ମୁନି ଋଷିମାନେ ସବୁବେଳ ତମ୍ବା ପାତ୍ରରେ ହିଁ ପାଣି ପିଉଥିଲେ । ଏବଂ ସାରା ଜୀବନକାଳ ମଧ୍ୟରେ କେବେ ସହପିଟାଲର ଦ୍ୱାରସ୍ତ ହେଉନଥିଲେ । ହଜାର ହଜାର ବର୍ଷଧରି ଏହି ସୁଷ୍ମ ଜ୍ଞାନକୁ ଭାରତୀୟମାନେ ବୁଝିଥିଲେ । କିନ୍ତୁ ଏବେ ହଜାର କୋଟି ବ୍ୟୟରେ ହୋଇଥିବା ଗବେଷଣା ପରେ ସାରା ବିଶ୍ୱ ଏହି ରହସ୍ୟକୁ ବୁଝିବାକୁ ପ୍ରୟାସ କରୁଛି ।

ନିର୍ଦ୍ଦିଷ୍ଟ ଭାବରେ, ତମ୍ବା ପାତ୍ରରେ ଅତି କମରେ ୬ ଘଣ୍ଟା ଗଚ୍ଛିତ ଜଳ ପିଇଲେ ଏହା ଶରୀରର ତିନି ଦୋଷ ଅର୍ଥାତ ବାତ ପିତ ଓ କଫକୁ ସଠିକ ଭାବରେ ନିୟନ୍ତ୍ରଣ କରିଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

ତମ୍ବା ପାତ୍ରରେ ମାତ୍ର 6 ଘଣ୍ଟା ଜଳ ରହିଲେ ଜଳ ପ୍ରାକୃତିକ କ୍ଷାରୀୟ ଜଳ ବା ଆଲକାଇନ ୱାଟରକୁ ପରିବର୍ତ୍ତିତ ହୋଇଯାଇଥାଏ । ଯାହା ପାଚନ କ୍ରିୟାକୁ ଶୃଙ୍ଖଳିତ କରିବା ସହ ଶରୀରକୁ ସ୍ଥିରତା ପ୍ରଦାନରେ ସାହାଯ୍ୟ କରିଥାଏ । ଏବେ ସାରା ଦୁନିଆକୁ କୋରୋନା ଭୁତାଣୁ କବଳିତ କରିଥିବାବେଳେ ତାମ୍ର ପାତ୍ରରେ ଜଳକୁ ସର୍ବାତ୍ତମ ବିବେଚିତ କରାଯାଉଛି । ୨୦୨୦ରେ New England Journal of Medicine ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ତମ୍ବା କୋରୋନା ଭୁତାଣୁ ପ୍ରତିରୋଧୀ ଧାତପ ପଦାର୍ଥ । ତମ୍ବା ସଂସ୍ପର୍ଶରେ ଆସିବା ପରେ ୪ ଘଣ୍ଚାରୁ କମ ସମୟ ମଧ୍ୟରେ କୋରୋନା ଭୁତାଣୁ ବିନାଶ ହୋଇଥାଏ । ଗବେଷଣା ରିପୋର୍ଟ ଅନୁସାରେ ତାମ୍ର ସଂସ୍ପର୍ଶରେ ଆସିବା ପରେ ପ୍ରାୟ ୯୭ ପ୍ରତିଶତ ହସପିଟାଲ ଆଇସିୟୁ ବ୍ୟାକଟେରିଆର ବିନାଶ ହୋଇଥାଏ ।

ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଯେ ତମ୍ବା ଆଣ୍ଟି-ବ୍ୟାକ୍ଟେରିଆଲ୍, ଉତ୍ତମ ସ୍ୱାସ୍ଥ୍ୟରେ ସାହାଯ୍ୟ କରିଥାଏ । ଏହାସହିତ ବାର୍ଦ୍ଧକ୍ୟକୁ ରୋକିବା ସହ ଚର୍ମକୁ ସୁସ୍ଥତା ପ୍ରଦାନ କରେ । ଏପରିକି ହୃଦ୍‌ରୋଗ, ଥାଇରଏଡ୍ ପରି ସମସ୍ୟାରୁ ମଧ୍ୟ ଆପଣଙ୍କୁ ରକ୍ଷା କରିପାରିବ ତାମ୍ର ଜଳ ।

ତାମ୍ର ଜଳ ଗୁରୁତ୍ୱପୂର୍ଣ୍ଣ ଶାରିରିକ ପ୍ରକ୍ରିୟାକୁ ସୁନିୟନ୍ତ୍ରିତ କରେ । ଯେପରିକି ଶକ୍ତି ଉତ୍ସ, କନେକ୍ଟିଭ୍ ଟିସୁକୁ ଦୃଢ଼ କରଥାଏ ତାମ୍ର ଜଳ | ସବୁଜ ପନିପରିବା, ଚିନା ବାଦାମ, ବିଭିନ୍ନ ମଞ୍ଜିରେ ମଧ୍ୟ ତାମ୍ର ଅଂଶ ରହିଥାଏ ।

ତମ୍ବା ପାତ୍ରରେ ନିୟମିତ ପାଣି ପିଇଲେ ଅନେକ ଲାଭ ତ ମିଳିଥାଏ । ଏବେ ମୁଁ ମୁଖ୍ୟ ୧୦ଟି ଶାରୀରିକ ଲାଭ ,ବିଷୟରେ ଆପଣଙ୍କୁ ଜଣାଉଛି ।

▶ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି
▶ଓଜନ ହ୍ରାସ
▶ବାର୍ଦ୍ଧକ୍ୟକୁ ରୋକିଥାଏ
▶ଜୀବାଣୁକୁ ମାରିଦିଏ
▶ହୃଦ୍‌ରୋଗରୁ ରକ୍ଷା କରେ
▶ଥାଇରଏଡ୍ ସମସ୍ୟାରୁ ମୁକ୍ତି ଦିଏ
▶ହଜମ ପ୍ରକିୟାକିୁ ଶୃଙ୍ଖଳିତ କରେ
▶ମସ୍ତିଷ୍କକୁ ସ୍ଥିରତା ପ୍ରଦାନ କରେ
▶ଚର୍ମକୁ ସୁସ୍ଥ ରଖେ
▶ରକ୍ତହୀନତାରୁ ରକ୍ଷା

Supports Immune System

ତମ୍ବା ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣଯୁକ୍ତ ଧାତବ ପଦାର୍ଥ । ଅନୁସନ୍ଧାନରୁ ପ୍ରମାଣିତ ହୋଇଛି ଯେ ଏକ ତମ୍ବା ପାତ୍ରରେ ଜଳ ସଂରକ୍ଷଣ କରିବା ଦ୍ୱାରା ଜଳ ଜୀବାଣୁ ମୁକ୍ତ ହୋଇଥାଏ । ଏପରିକି ଆମ ଶରୀରରେ ରୋଗ ସୃଷ୍ଟି କରୁଥିବା ଇ.କୋଲି ଓ ଏସ୍ ଅଉରସ୍ ନାମକ ଦୁଇ ସାଙ୍ଘାତିକ ଜୀବାଣୁକୁ ମଧ୍ୟ ବିନାଶ କରିଥାଏ ତାମ୍ର ଜଳ । ଯାହା ମାନବ ଶରୀରକୁ ଗୁରୁତର ରୋଗରୁ ରକ୍ଷା କରିଥାଏ ।

Supports Weight Loss

ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ ତମ୍ବା ଚର୍ବି, ମେଟାବୋଲିଜିଂରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଏହା ସର୍ବଦା ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସୁ-ସନ୍ତୁଳିତ ଶରୀର ପ୍ରାପ୍ତି ଓ ଓଜନ ହ୍ରାସ ପାଇଁ ଏହା ଏକ ପ୍ରାକୃତିକ ପଦ୍ଧତି ।

Prevents Aging

ଅନୁସନ୍ଧାନରୁ ଏହା ମଧ୍ୟ ଜଣା ପଡ଼ିଛି ଯେ ତାମ୍ର ଜଳର ବ୍ୟବହାର ଦ୍ୱାରା ଶରୀରରେ ଉଚ୍ଚ-ଗୁଣାତ୍ମକ ଷ୍ଟ୍ରେନ୍‌ ର ବିକାଶ ହୋଇଥାଏ ଯାହା ଚର୍ମକୁ କୁଞ୍ଚିତ ହେବାରୁ ଦୂରେଇ ରଖେ । ତମ୍ବା ଚର୍ମ କୋଷଗୁଡ଼ିକର ଉତ୍ପାଦନ କ୍ଷମତା ବଢାଇଥାଏ ।

Kills bacteria

ଶରୀର ପାଇଁ ସର୍ବାଧିକ ବିପଦପୂର୍ଣ୍ଣ ଜୀବାଣୁ E.coli ଏବଂ S.aureusକୁ ଧ୍ୱଂଶ କରାବାର କ୍ଷମତା ରହିଛି ତମ୍ବାରେ । ତମ୍ବା ଶରୀରରେ ଏକ ଷ୍ଟେରିଲାଇଜର ପରି କାର୍ଯ୍ୟ କରେ ଏବଂ ବିଭିନ୍ନ ଜଶବାହିତ ରୋଗରୁ ଶରୀରକୁ ବଞ୍ଚାଏ ।

Maintains Cardiovascular Health

ନିୟମିତ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ହୃଦ୍ ରୋଗ ବିପଦକୁ ହ୍ରାସ କରାଯାଇପାରେ । ଏହା ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ। ତମ୍ବା ମଧ୍ୟ ଧମନୀ ମଧ୍ୟରେ ପ୍ଲେକ୍ ନିର୍ମାଣକୁ ରୋକିବାରେ ସାହାଯ୍ୟ କରେ ଏବଂ ହାର୍ଟରେ ଅଧିକ ରକ୍ତ ପ୍ରବାହ ପାଇଁ ରକ୍ତବାହୀକୁ ବିସ୍ତାର କରିଥାଏ |

Supports the Thyroid Gland

ତମ୍ବା ଆମ ଶରୀର ମଧ୍ୟରେ ସୃଷ୍ଟି ହୁଏ ନାହିଁ । ତେଣୁ ବାହ୍ୟ ଉତ୍ସରୁ ହିଁ ଶରୀରକୁ ତମ୍ବା ମିଳିଥାଏ । ସୁସ୍ଥ ଥାଇରଏଡ୍ ଫଙ୍କସନ ପାଇଁ ତମ୍ବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯେଉଁମାନଙ୍କର ଥାଇରଏଡ୍ ସମସ୍ୟା ଥାଏ ସେମାନେ ତାମ୍ର ଜଳ ପଇବା ସହ ତାମ୍ରଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।

Aids Digestion

ତାମ୍ର ଜଳ ପାଚନ କ୍ରିୟାକୁ ଶୃଙ୍ଖଳିତ କରିବାସହ ପେଟ ଭିତରେ ବିପଦପୂର୍ଣ୍ଣ ଜୀବାଣୁକୁ ନଷ୍ଟ କରିବାରେ ସାହାଯ୍ୟ କରେ । ପେଟରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ମଧ୍ୟ ତମ୍ବା ସାହାଯ୍ୟ କରେ ଯାହା ହଜମ କ୍ରିୟାକୁ ସହଜ କରେ |

Stimulates the Brain

ତମ୍ବା ମାନବ ମସ୍ତିଷ୍କ ସ୍ୱାସ୍ଥ୍ୟରେ ଏକ ଗୁତୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ବ୍ରେନର ସିନେପ୍ସସ୍ ର କାର୍ଯ୍ୟକୁ ସହଜ କରି ମସ୍ତିଷ୍କକୁ ଚାପମୁକ୍ତ କରିଥାଏ ତମ୍ବା ।

Retains Skin Healthy

ତମ୍ବା ହେଉଛି ନୂତନ କୋଷଗୁଡ଼ିକର ଉତ୍ପାଦନର ଏକ ପ୍ରମୁଖ ଅଂଶ ଯାହାକି ଚର୍ମର ଉପର ସ୍ତରଗୁଡିକୁ ପୂର୍ଣ୍ଣ କରିବାରେ ସାହାଯ୍ୟ କରେ ଏବଂ ଏହାକୁ ସତେଜ ଏବଂ ଚମକାଇଥାଏ | କୋଷଗୁଡ଼ିକର ଉତ୍ପାଦନ କ୍ଷମତା ବୃଦ୍ଧି ହେବା ଦ୍ୱାରା ଚର୍ମ ଦାଗମୁକ୍ତ ଏବଂ ସ୍ୱଚ୍ଛ ହୋଇଯାଏ ।

Combats Anemia

ପୋଷକତତ୍ତ୍ୱଠାରୁ ଆରମ୍ଭ କରି କୋଷ ଗଠନ ପର୍ଯ୍ୟନ୍ତ, ତମ୍ବା ଶରୀରର କାର୍ଯ୍ୟକାରିତା ମଧ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ଏହା ରକ୍ତହୀନତାକୁ ଦୂର କରେ – ଏପରିକି ଯେଉଁଠାରେ ରକ୍ତ ମଧ୍ୟରେ ହେମୋଗ୍ଲୋବିନ ଅଭାବ ରହିଥାଏ ତାକୁ ପୁରଣ କରିବାରେ ସାହାଯ୍ୟ କରିଥାଏ ତମ୍ବା । ଶରୀରେ ଲୌହ ସ୍ତରକୁ ବଜାୟ ରଖିବା ସହ ରକ୍ତ ପ୍ରବାହକୁ ବଜାୟ ରଖିବାରେ ସାହାଯ୍ୟ କରେ ତମ୍ବା |

Share this

Leave a Reply

Your email address will not be published. Required fields are marked *