କାହିଁକି ଭାରତର ନାମ ଇଣ୍ଡିଆ ହେଲା? ପ୍ରତିଟି ଜାତି, ସଂପ୍ରଦାୟ, ସଂଗଠନ, ଅନୁଷ୍ଠାନର ନାମ ସହିତ ଥାଏ ଆବେଗିକ ସଂଯୋଗ। ଛଳନା ଓ କପଟତାରେ ରାଜ୍ୟ ଜୟ କରିବାରେ ସିଦ୍ଧହସ୍ତ ପାଶ୍ଚାତ୍ୟର ଶାସକମାନେ 1700 ଖ୍ରୀଷ୍ଟାବ୍ଦରେ ଯେତେବେଳେ ପ୍ରାଚୀନ ଭାରତର ଭବ୍ୟତାରେ ଇର୍ଷାନ୍ୱିତ ହୋଇ ଲୁଣ୍ଠନ କରିବାକୁ ଉପାୟ ଚିନ୍ତା କରୁଥିଲେ । ସର୍ବପ୍ରଥମେ ଭାରତୀୟଙ୍କ ମନରୁ ଭାରତବର୍ଷ ସହିତ ଥିବା ଆବେଗିକ ସଂଯୋଗକୁ ତୁଟାଇ ଦେବାକୁ ପ୍ରୟାସ ଆରମ୍ଭ କରିଥିଲେ । ତତ ପରେପରେ 1858ରେ ଇଂରେଜମାନେ ଭାରତରେ ପ୍ରବେଶ କରି ସଂପତ୍ତି ଲୁଣ୍ଠନ ସହିତ ଲୁଟି ଚାଲିଥିଲେ ସଂସ୍କୃତି ।
ବିଜ୍ଞାନସିଦ୍ଧ ବୈଦିକ ପରମ୍ପରାକୁ ଅନ୍ଧବିଶ୍ୱାସର ନାମ ଦେଇ ସଂସ୍କୃତି ପ୍ରତି ଭାରତୀୟଙ୍କ ମନରେ ଘୃଣା ଜନ୍ମାଇବାରେ ସଫଳ ହୋଇଥିଲେ ବିଦେଶୀ । ଆଧ୍ୟାତ୍ମିକତାର ଜୟଗାନ କରୁଥିବା ଭାରତବର୍ଷର ନାମକୁ ସିନ୍ଧୁ ନଦୀର ଗ୍ରୀକ୍ ଉଚ୍ଚାରଣ ଇଣ୍ଡସ ଅନୁସାରେ ରଖିଥିଲେ ରାଷ୍ଟ୍ରର ନାମ । ଏହାସହିତ ହିମାଳୟ ଓ ଇନ୍ଦୁସାଗର ମଧ୍ୟସ୍ଥ ଐଶ୍ୱର୍ଯ୍ୟମୟ ଜାମ୍ବଦୀପର ଆର୍ଯ୍ୟଙ୍କ ଭୌଗଳିକ ପରିଚୟ ହିନ୍ଦୁକୁ ଜାତି ସୂଚକ ଶବ୍ଦରେ ରୂପାନ୍ତର କରିଥିଲେ ଇଂରେଜ ।
ବିଶାଳ ଭୂଖଣ୍ଡର ଭିନ୍ନ ଭାଷା, ଭିନ୍ନ ଜୀବନଧାରାକୁ ଯୋଡୁଥିବା ଯୋଗ ପରମ୍ପରା, ଆଧ୍ୟାତ୍ମିକତାର ମୂଳାଧାର ୪ ଧାମ ଓ ୧୨ ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ ସମସ୍ତ ତଥ୍ୟ ନଷ୍ଟ କରିବା ସହିତ ଲୋକଙ୍କୁ ଶିଖାଇଥିଲେ ବସ୍ତୁବାଦୀ ଚିନ୍ତାଧାରା । ସାତ୍ତ୍ୱିକ ଆହାରକୁ ପୁଷ୍ଟିହୀନ ଦର୍ଶାଇ ଭାରତୀୟଙ୍କୁ ଚଖାଇଥିଲେ ଆମିଷ ନାମରେ ବିଷ ଭକ୍ଷଣର ସ୍ୱାଦ । ଆଜି ଭାରତୀୟମାନେ ଭାରତକୁ ଭୁଲିଯାଇଛନ୍ତି ସତ କିନ୍ତୁ ବିଦେଶୀମାନେ ଆଜି ବି ଭାରତବର୍ଷର ପୋଥି ପଢ଼ିବାରେ ନିମଗ୍ନ ।
- ଭାରତବର୍ଷର ଅନ୍ୟନାମ ଆର୍ଯ୍ୟାବର୍ତ୍ତ
- ୨ ଲକ୍ଷ ୫୦ ହଜାର ବର୍ଷ ପୁରୁଣା ସଭ୍ୟତା ଭାରତ
- ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପୁତ୍ର ଚକ୍ରବର୍ତ୍ତୀ ଭାରତ
- ଗୀତାରେ ୨୨ ଥର ଭାରତବର୍ଷ ଶବ୍ଦ ଉଲ୍ଲେଖ
- ସିନ୍ଧୁ ବା ଇଣ୍ଡସ ନଦୀ ଅନୁସାରେ ଭୂଖଣ୍ଡର ନାମ ଇଣ୍ଡିଆ
ପୃଥିବୀର ଅନ୍ୟତମ ସର୍ବପୁରାତନ ସଭ୍ୟତା, ପ୍ରାୟ ୨ ଲକ୍ଷ ୫୦ ହଜାର ବର୍ଷ ପୁରୁଣା ସଭ୍ୟତା ଭାରତର ନାମ ଚକ୍ରବର୍ତ୍ତୀ ଭାରତଙ୍କ ନାମାନୁସାରେ ହୋଇଛି । ପାଣ୍ଡବ ଓ କୌରବଙ୍କ ପୂର୍ବଜ ହସ୍ତିନାପୁରର ରାଜା ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ପୁତ୍ର ଚକ୍ରବର୍ତ୍ତୀ ଭାରତ । ରୁଗ ବେଦରେ ଭାରତବର୍ଷ ଓ ଆର୍ଯ୍ୟାବର୍ତ୍ତର ନାମ ବାରମ୍ବାର ବ୍ୟବହାର ହେବା ସହ ଶ୍ରୀମଦ ଭାଗବତ ଗୀତାରେ ୨୨ ଥର ଭାରତବର୍ଷ ଶବ୍ଦ ଉଲ୍ଲେଖ ରହିଛି ।
ଭାରତବର୍ଷର ଅର୍ଥ ବ୍ରହ୍ମାଣ୍ଡ। ବିଶ୍ୱର ଏକମାତ୍ର ରୋଗଶୂନ୍ୟ ଓ ଦୁଃଖଶୂନ୍ୟ ଭୂଖଣ୍ଡ ଭାରତବର୍ଷ ଥିଲା ସାରା ବିଶ୍ୱ ପାଇଁ ଅଲୌକିତ ଭୂଖଣ୍ଡ । 17ଶହ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତ ନାମରେ ପରିଚିତ ଭୂଖଣ୍ଡର ନାମ ପରିବର୍ତ୍ତନ କରିଥିଲେ ବିଦେଶୀ । ସିନ୍ଧୁ ନଦୀର ଗ୍ରୀକ ନାମ ଇଣ୍ଡସ ଅନୁସାରେ ଭାରତ ଭୂଖଣ୍ଡକୁ ଇଣ୍ଡିଆ ନାମରେ ଚିହ୍ନିତ କରିଥିଲା ପାଶ୍ଚାତ୍ୟ ସଭ୍ୟତା ।
ଭାରତବର୍ଷର ଆଧ୍ୟାତ୍ମିକ ସଂସ୍କୃତି ହିଁ ବିଶ୍ୱବାସୀକୁ ଚକିତ କରିଥିଲା। ଦୀର୍ଘ ନିରାମୟ ଜୀବନ, ଏକାନ୍ନବର୍ତ୍ତୀ ବୃହତ୍ତ ପରିବାର, ଓ ବୈଦିକ ପରମ୍ପରାର ରହସ୍ୟ ଉନ୍ମୋଚନ ପାଇଁ ଆକର୍ଷିତ ହୋଇଥିଲା ପାଶ୍ଚାତ୍ୟବାସୀ । ହଜାର ହଜାର ବର୍ଷର ଲୁଣ୍ଠନ, କଷଣ ପରେ ବି କର୍ପୁର ଉଡିଯାଇଥିବା କନା ପରି ଭାରତୀୟଙ୍କ ଆଚ୍ଚରଣ, ଯୋଗ ଦର୍ଶନ, ନିରାମିଷ ଭୋଜନ, ଜୀବନ ଧାରଣ ଆଜି ବି ବିଦେଶୀଙ୍କୁ ବିହ୍ୱଳିତ କରୁଛି ।