ତ୍ୱଚା ଓ ବାଳର ଯତ୍ନ ପାଇଁ ଲୋକେ ଅନେକ ପ୍ରକାର ତେଲ ବ୍ୟବହାର କରିଥାନ୍ତି । କିନ୍ତୁ ଲୋକମାନେ ପ୍ରାୟତଃ ପାଦକୁ ଅଣଦେଖା କରିଥାନ୍ତି । ପାଦ ମାଲିସ କରିବା କଥାକୁ ଅନେକ ଲୋକ ଜରୁରୀ ବୋଲି ଭାବନ୍ତି ନାହିଁ । ମୁଣ୍ଡ ବିନ୍ଧା କିମ୍ବା ଅଣ୍ଟା ଯନ୍ତ୍ରଣା ସମୟରେ ଲୋକେ ତେଲ ମାଲିସ କରିଥାନ୍ତି । କିନ୍ତୁ ଏକଥା ଆପଣ ଜାଣନ୍ତି କି ବାଳରେ ତେଲ ଲଗାଇବାଠାରୁ ପାଦରେ ତେଲ ଲଗାଇବା ଦ୍ୱାରା ଆପଣଙ୍କ ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଏବେ ଜାଣିନିଅନ୍ତୁ ପାଦରେ ତେଲ ମାଲିସ କରିବା ଦ୍ୱାରା କଣ ମିଳିଥାଏ ଫାଇଦା।
ନିଦ ନହେବା ସମସ୍ୟାରୁ ମୁକ୍ତି
ଏବେ ଅନେକ ଲୋକ ଅନିନ୍ଦ୍ରା ସମସ୍ୟାକୁ ସାମ୍ନା କରୁଛନ୍ତି । କିନ୍ତୁ ଦୀର୍ଘଦିନଧରି ଅନିନ୍ଦ୍ରା ସମସ୍ୟା ଲାଗି ରହିଲେ ଏହା ଶରୀରରେ ଗୁରୁତର ରୋଗ ସୃଷ୍ଟି କରିଥାଏ । ଯଦି ଆପଣଙ୍କୁ ବି ରାତିରେ ନିଦ ହେଉନାହିଁ, ତେବେ ଆଜି ହିଁ ଏହି ଉପାୟ ପରୀକ୍ଷା କରନ୍ତୁ । ବେଡକୁ ଯିବା ପୂର୍ବରୁ ପାଦ ସଫା କରି ତେଲ ଲଗାଇ ଶୁଅନ୍ତୁ । ଏହାଦ୍ୱାରା ଶରୀରକୁ ଆରାମ ମିଳିବା ସହିତ ମନ ଶାନ୍ତ ହେବ ।