ଏହି ୫ ପ୍ରକାରର ଲୋକ କେବେବି ଖାଆନ୍ତୁ ନାହିଁ ଘିଅ


these-5-type-of-people-must-avoid-eating-ghee-colors-of-life_11zon

ଘିଅ ଭାରତୀୟ ରୋଷେଇ ଓ ଆୟୁର୍ବେଦରେ ହଜାର ହଜାର ବର୍ଷ ଧରି ବ୍ୟବହୃତ ହେଉଛି । ଖାଦ୍ୟରେ ବ୍ୟବହାରଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟରେ ସୁଧାର ପାଇଁ ଘିଅକୁ ବ୍ୟବହାର କରାଯାଏ । ଦେଶୀ ଘିଅରେ ପ୍ରୋଟିନ, ହେଲ୍ଦୀ ଫ୍ୟାଟ, ଭିଟାମିନ ଏ, ଇ ଓ ଭିଟମିନ କେ ରହିଥାଏ ।

ଘିଅ ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଯାହାକୁ ଅନେକ ଲୋକ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିଥାନ୍ତି । ଅନେକ ଲୋକ ଘିଅକୁ ରୁଟିରେ ପ୍ରୟୋଗ କରିବା ସହ ପନିପରିବା ଏବଂ ଡାଲିରେ ଛୁଙ୍କ ଦେବା ପାଇଁ ପ୍ରୟୋଗ କରିଥାନ୍ତି । ଘିଅ ଫ୍ୟାଟର ଏକ ଉତ୍ତମ ଉତ୍ସ । ଏହାମଧ୍ୟ ଶରୀର ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ଖାଲି ପେଟରେ ଘିଅ ଖାଇବାର ଅନେକ ଉପକାର ମଧ୍ୟ ଅଛି, କାରଣ ଏହା ହଜମ ପ୍ରକ୍ରିୟାକୁ ଶୃଙ୍ଖଳିତ କରିଥାଏ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।

ସଭିଙ୍କ ପାଇଁ ସୁଖାଦ୍ୟ ନୁହେଁ ଘିଅ

ଘିଅରେ ଆଣ୍ଟି-ଏଜିଂ ଗୁଣ ସହ ହୃଦୟ, ଆଖି ସମସ୍ୟା ଦୂର କରିବା ପରି ଗୁଣ ମଧ୍ୟ ଥାଏ । ଏହାବ୍ୟତୀତ ଘିଅ ମସ୍ତିଷ୍କ, ସ୍ମୃତି, ହଜମ, ଚର୍ମ ଇତ୍ୟାଦି ପାଇଁ ଲାଭଦାୟକ ଅଟେ । କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ଘିଅ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇନଥାଏ । ଏହା ସେବନ କରିବା ଦ୍ୱାରା କିଛି ଲୋକଙ୍କ ପାଇଁ କ୍ଷତି ପହଞ୍ଚାଇପାରେ ।

ଏବେ ସେହି ସମୟ ଆସିଯାଇଛି, କୌଣସି ଗ୍ରୋସରୀ ଷ୍ଟୋରକୁ ଯାଇ ‘healthy’ ଫୁଡ ଖୋଜିବା ବଦଳରେ ଆପଣଙ୍କ ଶରୀର ପାଇଁ ଉପଯୁକ୍ତ ଖାଦ୍ୟ ଚୟନ କରିବାକୁ । କାରଣ ସ୍ୱାସ୍ଥ୍ୟକର ଖାଦ୍ୟ ବି ଆପଣଙ୍କ ଶରୀର ପାଇଁ ଅନୁପଯୁକ୍ତ ହୋଇପାରେ ।

ଆଜିକାଲି ଲୋକେ ବଜାରରେ ଉପଲବ୍ଧ ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ ପ୍ୟାକେଟରେ ଉଲ୍ଲେଖ ହୋଇଥିବା ସୁଦ୍ଧ, ଅର୍ଗାନିକ ଆଦି ଶବ୍ଦ ପ୍ରତି ଆକର୍ଷିତ ହୋଇଥାନ୍ତି । କିନ୍ତୁ ବାସ୍ତବରେ ଏପରି ହୋଇଥାଏ, ଜଣେ ବ୍ୟକ୍ତିଙ୍କ ପାଇଁ ଯାହା ଔଷଧ ହୋଇଥାଏ, ଆଉ କାହା ପାଇଁ ତାହା ବିଷ ମଧ୍ୟ ହୋଇପାରେ ।

ସୁସ୍ଥ ବିବେଚନା କରାଯାଉଥିବା ସମସ୍ତ ଜିନିଷ ଆପଣଙ୍କ ଶରୀର ପାଇଁ ଉପଯୁକ୍ତ ହୋଇନଥାଏ । ଖାଦ୍ୟ ଖାଇବା ସମୟରେ ବିଭିନ୍ନ ଖାଦ୍ୟ ଆପଣଙ୍କ ଶରୀର ପାଇଁ ଉପଯୁକ୍ତ କି ନୁହେଁ ଏହା ଧ୍ୟାନ ଦେବା ମଧ୍ୟ ଜରୁରୀ ଅଟେ । ଆସନ୍ତୁ ଜାଣିବା

କେଉଁ ଲୋକମାନେ ଆଦୌ ଘିଅ ଖାଇବା ଉଚିତ୍ ନୁହେଁ

  1. ଆୟୁର୍ବେଦ ଅନୁସାରେ ଯଦି ଆପଣ କ୍ରୋନିକ ଇନଡାଇଜେସନ କିମ୍ବା ପେଟ ରୋଗରେ ପୀଡ଼ିତ କେବେ ଘିଅ ବର୍ଜନ କରିବା ଉଚିତ । ଘିଅ ଗରିଷ୍ଠ ପର୍ଯ୍ୟାୟ ଖାଦ୍ୟ ହୋଇଥିବାରୁ ଏହା ହଜମ ହେବା ପାଇଁ ଅଧିକ ସମୟ ନେଇଥାଏ ।
  2. ଲିଭର ସିରୋସିସ୍, ସ୍ପ୍ଲେନୋମେଗାଲୀ, ହେପାଟୋମେଗାଲୀ, ହେପାଟାଇଟିସ୍ ଆଦି ଲିଭର ସଂକ୍ରାନ୍ତିୟ ରୋଗରେ ପୀଡ଼ିତ ଲୋକ ଘିଅ ନଖାଇବା ଉଚିତ ।
  3. ସ୍ୱାସ୍ଥ୍ୟ ବିଶେଷଜ୍ଞ ଗର୍ଭାବସ୍ଥାରେ ଘିଅ ଖାଇବାକୁ ବାରଣ କରିଥାନ୍ତି । କାରଣ ଘିଅ ଶୀଘ୍ର ଓଜନ ବଢ଼ାଇ ଦେଇଥାଏ ।
  4. ହେପାଟାଇଟ୍ସରେ ପୀଡ଼ିତ ଲୋକେ ଘିଅ ନଖାଇବା ଉଚିତ । କାରଣ ଯକୃତ ସମସ୍ୟା ବଢ଼ିବା ଆଶଙ୍କା ରହିଥାଏ ।
  5. ପାଗ ପରିବର୍ତ୍ତନ ସମୟରେ ଜ୍ୱରରେ ପୀଡ଼ିତ ହୋଇଥିବା ସମୟରେ ଘିଅ ନଖାଇବା ଉଚିତ । କାରଣ ଏହା କଫ ସମସ୍ୟା ବୃଦ୍ଧି କରିଥାଏ ।
Share this

Leave a Reply

Your email address will not be published. Required fields are marked *