ଲିଙ୍ଗ ଶବ୍ଦର ସଂସ୍କୃତ ଅର୍ଥ ‘ପ୍ରତୀକ’, ଶିବଲିଙ୍ଗର ପ୍ରକୃତ ଅର୍ଥ ଶିବଙ୍କ ପ୍ରତୀକ
- ☞ ଶିବ-ଲିଙ୍ଗକୁ ଗୁପ୍ତାଙ୍ଗ ସଂଜ୍ଞା କିଏ ଓ କାହିଁକି ଦେଇଛନ୍ତି?
- ☞ ସଂସ୍କୃତ ଶବ୍ଦକୋଷ ଅନୁସାରେ ଲିଙ୍ଗ ଓ ଯୋନିର ଅର୍ଥ କଣ?
- ☞ ଭୁଲ ଅର୍ଥ ପ୍ରସାରିତ ହେବା ପଛର କାରଣ କଣ?
- ☞ କେଉଁ ସ୍ଥାନରେ ରହିଛି ଜ୍ୟୋତିର୍ଲିଙ୍ଗ?
ସଂସ୍କୃତ ଶବ୍ଦକୋଷ ଅନୁସାରେ ଜାଣିନିଅନ୍ତୁ ଲିଙ୍ଗ ଓ ଶିବ-ଲିଙ୍ଗର ପ୍ରକୃତ ଅର୍ଥ
ଅନେକ ସମୟରେ ସମାଜରେ ଶିବ-ଲିଙ୍ଗ ପୂଜା ପ୍ରସଙ୍ଗରେ ଆଲୋଚନା ହୋଇଥାଏ । ଅନ୍ୟ ସଂପ୍ରଦାୟ ସହିତ କିଛି ହିନ୍ଦୁ ସଂପ୍ରଦାୟର ଲୋକ ମଧ୍ୟ ଶିବ ମନ୍ଦିରରେ ଲିଙ୍ଗ ଓ ଯୋନି ପୂଜା ହେଉଥିବା କହିଥାନ୍ତି । ଯେଉଁ ଭୁଲ ସଂଜ୍ଞା ଛୋଟ ପିଲାଙ୍କ ମାନସିକତା ଉପରେ ଗଭୀର ପ୍ରଭାବ ପକାଇଥାଏ । ଏପରିକି ହିନ୍ଦୁ ଧର୍ମ ପ୍ରତି ସେମାନଙ୍କ ମନରେ ଗୋଟିଏ ଖରାପ ଧାରଣା ସ୍ୱତଃ ତିଆରି ହୋଇଯାଏ । ସଂସ୍କୃତ ଶବ୍ଦର ଅର୍ଥ ବୁଝି ନପାରିବା କାରଣରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ।
ଲିଙ୍ଗ
ଲିଙ୍ଗର ଅର୍ଥ ସଂସ୍କୃତରେ ଚିହ୍ନ ବା ପ୍ରତୀକ
ଜନନେନ୍ଦ୍ରୀୟ ବା ଗୁପ୍ତାଙ୍ଗକୁ ସଂସ୍କୃତରେ ଶିଶିନ କୁହାଯାଏ
ଶିବଲିଙ୍ଗ
- ଶିବଲିଙ୍ଗର ଅର୍ଥ ଶିବଙ୍କ ପ୍ରତୀକ
- ପୁରୁଷ ଲିଙ୍ଗର ଅର୍ଥ- ପୁରୁଷଙ୍କ ପ୍ରତୀକ
- ସ୍ତ୍ରୀ ଲିଙ୍ଗର ଅର୍ଥ- ସ୍ତ୍ରୀଙ୍କ ପ୍ରତୀକ
ଯେଉଁମାନେ ପୁରୁଷ ଲିଙ୍ଗକୁ ଜନନେନ୍ଦ୍ରୀୟ ମନେକରି ଆଲୋଚନା କରୁଛନ୍ତି, ସେମାନଙ୍କ ଅନୁସାରେ ସ୍ତ୍ରୀ ଲିଙ୍ଗର ଅର୍ଥ କଣ? ସେମାନେ ଗ୍ରହଣ କରୁଥିବା ଅର୍ଥ ଅନୁସାରେ ସ୍ତ୍ରୀଲିଙ୍ଗର ଅର୍ଥ- ସ୍ତ୍ରୀଙ୍କ ପୁରୁଷ ଗୁପ୍ତାଙ୍ଗ । କିନ୍ତୁ ଏହା ଠିକ୍ କି? ଯଦି ନୁହେଁ ତେବେ ପୁରଷ ଲିଙ୍ଗର ଅର୍ଥ- ପୁରୁଷଙ୍କ ଜନନେନ୍ଦ୍ରୀୟ ହେବ କିପରି?
ଶିବଲିଙ୍ଗର ଅର୍ଥ କଣ?
ଆକାଶ, ଅନନ୍ତ, ବ୍ରହ୍ମାଣ୍ଡ ଏବଂ ପରମ-ପୁରୁଷଙ୍କ ପ୍ରତୀକ ହୋଇଥିବାରୁ ତାହାକୁ ଲିଙ୍ଗ କୁହାଯାଏ । ସ୍କନ୍ଧ ପୁରାଣରେ ଆକାଶକୁ ମଧ୍ୟ ଲିଙ୍ଗ କୁହାଯାଇଛି । ଶିବଲିଙ୍ଗକୁ ବାତାବରଣ ସହ ଧରିତ୍ରୀ ଓ ଅନନ୍ତ ବ୍ରହ୍ମାଣ୍ଡର ଲିଙ୍ଗ ବା ପ୍ରତୀକ କୁହାଯାଏ । ଶିବଲିଙ୍ଗର ଅର୍ଥ ଅନନ୍ତ ମଧ୍ୟ, ଯାହାର କୌଣସି ଆରମ୍ଭ କିମ୍ବା ଅନ୍ତ ନଥାଏ ।
ଶିବ ଲିଙ୍ଗ ବା ଲିଙ୍ଗମ୍ ହେଉଛି ଏକ ପ୍ରତୀକ ଯାହା ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ପ୍ରତିନିଧିତ୍ୱ କରେ । ମହାଦେବ, ଆଦିଦେବ ହୋଇଥିବାରୁ ପ୍ରାୟ ପ୍ରତି ମନ୍ଦିରରେ ଶିବ ଲିଙ୍ ସ୍ଥାନିତ ହୋଇଥାଏ । ଯାହା ଜଗତର ସକଳ ଶକ୍ତିର ଉତ୍ସକୁ ପ୍ରତିନିଧିତ୍ୱ କରେ ।
Shiva Linga: The Symbol of Shiva
ସଂସ୍କୃତରେ, ଲିଙ୍ଗର ଅର୍ଥ ଏକ ଚିହ୍ନ ବା ପ୍ରତୀକ, ଯାହା ଏକ ସୂଚକକୁ ଚିହ୍ନିତ କରେ । ଶିବ ଲିଙ୍ଗ ଭଗବାନ ଶିବଙ୍କର ପ୍ରତୀକ: ଯେଉଁ ଚିହ୍ନ ସର୍ବଶକ୍ତିମାନ ପ୍ରଭୁଙ୍କୁ ସୂଚାଇ ଥାଏ ।
The Linga as a Symbol of Creation
ବ୍ରହ୍ମାଣ୍ଡ ପୁରାଣ ଅନୁସାରେ ଲିଙ୍ଗର ପ୍ରକୃତ ଆକାର ଅଣ୍ଡା ପରି ଯାହା ବ୍ରହ୍ମାଣ୍ଡ (Cosmic Egg)କୁ ପ୍ରତିନିଧିତ୍ୱ କରେ । ଏହା ପ୍ରକୃତି ଓ ପୁରୁଷର ମହାମିଳନରୁ ସୃଷ୍ଟିକୁ ସୂଚୀତ କରେ । ଯାହା ସତ୍ୟ, ସତ୍ୟ ଓ ସତ୍ୟ ହିଁ ଅଟେ ।
ଶିବ ଲିଙ୍ଗ ତିନି ଭାଗକୁ ନେଇ ଗଠିତ । ଏଥିମଧ୍ୟରୁ ସର୍ବନିମ୍ନ ଭାଗକୁ ବ୍ରହ୍ମା ପୀଠ, ମଧ୍ୟ ଭାଗକୁ ବିଷ୍ଣୁ ପୀଠ ଓ ଉପରାର୍ଦ୍ଧକୁ ଶିବ ପୀଠ କୁହାଯାଏ । ଯାହା ସୃଷ୍ଟି, ସଂରକ୍ଷଣ ଓ ବିନାଶର ସାଂକେତିକ ଭାବ ବହନ କରେ ।
ଭାରତରେ ରହିଛି ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଓ ପଞ୍ଚ-ଭୂତ ଲିଙ୍ଗ
ଜ୍ୟୋର୍ତିଲିଙ୍ଗ ପୀଠ (Jyotir-lingas)
—————————–
କେଦାରନାଥ (Kedarnath)
କାଶୀ ବିଶ୍ୱନାଥ (Kashi Vishwanath)
ସୋମନାଥ (Somnath)
ବୈଜନାଥ (Baijnath)
ରାମେଶ୍ୱର (Rameswar)
ଘୃଷ୍ଣେଶ୍ୱର (Ghrusneswar)
ଭୀମଶଙ୍କର (Bhimshankar)
ମହାକାଳ (Mahakal)
ମଲ୍ଲକାର୍ଜୁନ (Mallikarjun)
ଅମଲେଶ୍ୱର (Amaleshwar)
ନାଗେଶ୍ୱର (Nageshwar)
ତ୍ରୟମ୍ବକେଶ୍ୱର (Tryambakeshwar)
ଭାରତରେ ପଞ୍ଚ-ଭୂତ ଲିଙ୍ଗ ପୀଠ (Pancha-bhuta Lingas)
କାଳହସ୍ତିଶ୍ୱର (Kalahastishwar)
ଜମ୍ବୁକେଶ୍ୱର (Jambukeshwar)
ଅରୁଣାଚଳେଶ୍ୱର (Arunachaleshwar)
ଏକାମ୍ବରେଶ୍ୱର (Ekambareshwar of Kanjivaram)
ନଟରାଜ (Nataraja of Chidambaram)
ଶିବଲିଙ୍ଗ କେବଳ ଭାରତରେ ମିଳିଥାଏ । ମର୍ଦ୍ଧତା ପାହାଡରୁ ନର୍ମଦା ନଦୀର ଜଳ ସ୍ରୋତରେ ପ୍ରବାହିତ ହୋଇଥିବା ଅଣ୍ଡାକୃତି ଶିଳାକୁ ଭାରତବର୍ଷରେ ଶିବଲିଙ୍ଗ ଭାବେ ପୂଜା କରାଯାଏ ।
…ଅସମାପ୍ତ….