କେବଳ କଞ୍ଜୁକ୍ଟିଭାଇଟିସରେ ନୁହେଁ, ଏହି ୫ଟି ସଂକ୍ରମଣ ଯୋଗୁ ମଧ୍ୟ ଲାଲ୍ ହୋଇଥାଏ ଆଖି


Red Eye Causes: କୋରୋନା ଭାଇରସ୍ ସଂକ୍ରମିତଙ୍କ ଫୁସଫୁସ ଦୁର୍ବଳ ହେବା ସହ ଶ୍ୱାସକ୍ରିୟା ସହିତ ଜଡିତ ସମସ୍ୟା ଦେଖା ଦେଇଥାଏ । ଏହା ଆଖି ସମେତ ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ଏବେ ଆସନ୍ତୁ ଜାଣିବା ଆଖି ଲାଲ୍ ହେବା ପଛରେ କାରଣ କ’ଣ ହୋଇପାରେ? ଆଖି ଲାଲ୍ ହେବାର କାରଣ | Red Eye Causes ଏପରି କେବେ ଘଟିଛି କି ? ଆପଣ ସକାଳେ ଉଠିବା ପରେ ଆଖି ଅତ୍ୟଧିକ […]

Share this

ମୁତ୍ର ରଙ୍ଗରୁ ଜାଣନ୍ତୁ ରୋଗ, ବିଭିନ୍ନ ରୋଗର ଲକ୍ଷଣ ପ୍ରକାଶ କରିଥାଏ ମୁତ୍ରର ରଙ୍ଗ


ମୁତ୍ର ରଙ୍ଗ ହିଁ ଜଣାଇ ଦେଇଥାଏ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା । ଏପରିକି ଶରୀରରେ ଥିବା ରୋଗ ବିଷୟରେ ମୁତ୍ର ରଙ୍ଗରୁ ଆଭାସ ମିଳିଯାଇଥାଏ । ମୁତ୍ର ରଙ୍ଗ ବିଭିନ୍ନ ରୋଗର ଲକ୍ଷଣ ପ୍ରକାଶ କରିଥାଏ । ମୁତ୍ର ରଙ୍ଗରୁ ଜାଣନ୍ତୁ ରୋଗ ସାଧାରଣତଃ ସ୍ୱାଭାବିକ ରଙ୍ଗଠାରୁ ମୁତ୍ରର ରଙ୍ଗ ବଦଳିବା ଲକ୍ଷଣ ଶରୀରରେ ଥିବା ରୋଗ ସମ୍ପର୍କରେ ଆଗୁଆ ସୂଚନା ଦେଇଥାଏ । ସାଧାରଣ ଭାବେ ମଣିଷ ମୂତ୍ରର ରଙ୍ଗ ଫିକା ବା ଇଶତ ହଳଦିଆ ରଙ୍ଗ […]

Share this

ମାସେ ପୂର୍ବରୁ ମିଳିଥାଏ ହୃଦଘାତର ସଂକେତ, ସତେତନତା ହିଁ ବର୍ତ୍ତିବାର ଏକମାତ୍ର ଉପାୟ


ଦିନକୁ ଦିନ ବଢ଼ିଚାଲିଛି ହୃଦଘାତର ଶିକାର ଯୁବକ, ଯୁବତୀଙ୍କ ସଂଖ୍ୟା । ସବୁ ବୟସର ଲୋକମାନେ ହୃଦଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏପରିକି ସମ୍ଭ୍ରାନ୍ତ ବର୍ଗର ଲୋକମାନେ ଅଧିକ ସଂଖ୍ୟାରେ ଏହି ଗମ୍ଭୀର ରୋଗର ଶିକାର ବନୁଛନ୍ତି । ଜୀବନଶୈଳୀ ଓ ଖାଦ୍ୟପେୟ ହିଁ ହୃଦଘାତର କାରଣ ଆଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ହିଁ ହୃଦଘାତର ମୁଖ୍ୟ କାରଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖନ୍ତି । ବର୍ତ୍ତମାସ ସମୟରେ ଯୁବପିଢ଼ି ଦୈନିକ ଫାଷ୍ଟଫୁଡ୍ […]

Share this

Vegetarian Diets: ଶାକାହାରୀଙ୍କୁ କେଉଁ ଖାଦ୍ୟରୁ ମିଳି ପାରିବ ଶରୀର ପାଇଁ ଉପଯୁକ୍ତ ପୋଷଣ


ଆୟୁର୍ବେଦ ଅନୁସାରେ ମାନବ ଶରୀର ପାଇଁ ଉଦ୍ଭିଦ ଉତ୍ସରୁ ମିଳୁଥିବା ଖାଦ୍ୟ ବା ଶାକାହାର ସର୍ବୋତ୍ତମ । କିନ୍ତୁ ପାଶ୍ଚାତ୍ୟ ସଭ୍ୟତା ଆମିଷ ଖାଦ୍ୟ ବା ମାଂସାହାର ଶରୀରକୁ ଉପଯୁକ୍ତ ପୋଷଣ ଯୋଗାଉଥିବା ଦାବି କରିଥାଏ। ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ଭାରତରେ ବିଶ୍ୱର ସବୁଠାରୁ ଅଧିକ ନିରାମିଷାଶୀ ବାସ କରୁଛନ୍ତି । ପ୍ରାଚୀନ କାଳରେ ଭାରତରେ ୯୦ ପ୍ରତିଶତ ଲୋକ ଶାକାହାରୀ ଥିବାବେଳେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଏହା ଧୀରେଧୀରେ ହ୍ରାସ ପାଇଛି […]

Share this

ପ୍ରତି ୨ ସେକେଣ୍ଡରେ ଜଣଙ୍କର ମୃତ୍ୟୁ! ଆଳସ୍ୟ ନେଉଛି ଜୀବନ- WHO


ଆଳସ୍ୟ ନେଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ରିପୋର୍ଟରୁ ଏପରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଭାରତ ସମେତ ଅନ୍ୟ ମଧ୍ୟମ ଓ କମ୍ ଆୟକାରୀ ବର୍ଗରେ ଥିବା ଦେଶ ଗୁଡ଼ିକରେ ପ୍ରତି ୨ ସେକେଣ୍ଡରେ ଜଣଙ୍କ ଜୀବନ ନେଉଛି ND ବା ନନକମ୍ୟୁନିକେବଲ୍ ଡିଜିଜ। ଆଳସ୍ୟ, ମାଦକଦ୍ରବ୍ୟ ସେବନ, ହୃଦଘାତ, କର୍କଟ, ମଧୁମେହ ଓ ଶ୍ୱାସ ପରି ନନକମ୍ୟୁନିକେବଲ୍ ଡିଜିଜ ଜନିତ ମୃତ୍ୟୁ ନେଇ ରିପୋର୍ଟ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ […]

Share this

National List Of Essential Medicine 2022: ଅତ୍ୟାବଶ୍ୟକ ଔଷଧର ନୂଆ ତାଲିକା ପ୍ରକାଶ, ମେଡିସିନ ହେବ ସୁଲଭ


ଜରୁରୀ ଔଷଧକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ତାଲିକା ପ୍ରକାଶ କରିଛନ୍ତି । ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ଜରୁରୀ ଔଷଧ ଯୋଗାଇ ଦେବାକୁ ସରକାର ତାଲିକା ପ୍ରକାଶ କରିଛନ୍ତି । ନୂଆ ତାଲିକାରେ ମୋଟ ୩୮୪ଟି ଔଷଧକୁ ତାଲିକାଭୁକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ (Minister of State for Chemicals and Fertilizers of India) ୧୩ ସେପ୍ଟେମ୍ବର ମଙ୍ଗଳବାର ଦିନ ନୂତନ ଜାତୀୟ ଚିକିତ୍ସା ତାଲିକା ୨୦୨୨ ପ୍ରକାଶ କରିଛନ୍ତି। […]

Share this

୪୨ ଦିନ ଯାଏ ଦେଶ-ବିଦେଶରେ ଚାଲିବ ‘ଆୟୁର୍ବେଦ ଦିବସ ୨୦୨୨’ କାର୍ଯ୍ୟକ୍ରମ


ଆୟୁର୍ବେଦ ଦିବସ ୨୦୨୨: ଆୟୁଷ ମନ୍ତ୍ରାଳୟର ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କ ପ୍ରାୟ ୧୯ଟି ମନ୍ତ୍ରାଳୟ ଯୋଡ଼ି ହୋଇଛନ୍ତି । ଯେଉଁ ପ୍ରୟାସ ଆୟୁର୍ବେଦ ଅଭିଯାନକୁ ପ୍ରତି ଘରେ ଘରେ ପହଞ୍ଚାଉଛନ୍ତି । ‘ଆୟୁର୍ବେଦ ଦିବସ ୨୦୨୨’ ପ୍ରୋଗ୍ରାମ୍ ଥିମ୍: ହର୍ ଦିନ୍ ହର୍ ଘର୍-ଆୟୁର୍ବେଦ’ ଚଳିତ ବର୍ଷ ଆୟୁର୍ବେଦ ଦିବସ (Ayurveda Day 2022) କାର୍ଯ୍ୟକ୍ରମକୁ ଏକ ଜନଆନ୍ଦୋଳନ ରୂପ ଦେବା ପାଇଁ ପ୍ରୟାସ କରିଛି ଆୟୁଷ ମନ୍ତ୍ରାଳୟ । ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ବ୍ୟାପକ […]

Share this

ହଳଦୀ ଲଙ୍କା ଧନିଆ- ଜାଣନ୍ତୁ ଏହି ପୁରୁଣା ମସଲା କାହିଁକି
ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ


କେବେ ଆପଣ ଭାବିଛନ୍ତି କି ଖାଦ୍ୟ ପ୍ରସ୍ତୁତିରେ ହଳଦୀ, ଲଙ୍କା, ଧନିଆ ମସଲା କାହିଁକି ବ୍ୟବହୃତ ହୋଇଥାଏ ? ଏହି ତିନିଟି ମସଲା ନିଶ୍ଚିତ ଭାବରେ ଘରେ ଦୈନିକ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ମିଶିଥାଏ । ଏହାସହିତ ଖାଦ୍ୟ ପ୍ରସ୍ତୁତିରେ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ମିଶାଯାଇଥାଏ । ଖାଦ୍ୟରେ ରଙ୍ଗ ଏବଂ ସୁଗନ୍ଧ ବୃଦ୍ଧି କରୁଥିବାରୁ ଏହି ମସଲା ବ୍ୟବହାର କରାଯାଇଥାଏ । କିନ୍ତୁ ଆୟୁର୍ବେଦ ଅନୁଯାୟୀ ଖାଦ୍ୟରେ ହଳଦୀ, ଲଙ୍କା ଏବଂ ଧନିଆର ଏହି ମସଲା […]

Share this

ମଙ୍କିପକ୍ସ ସଂକ୍ରମଣ : ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲା ‘WHO’


23/07/2022 କରୋନା ସଙ୍କଟ ଟଳିନଥିବାବେଳେ କାୟା ମେଲାଇ ଚାଲିଛି ମଙ୍କିପକ୍ସ ଭାଇରସ । ବିଶ୍ବର ୮୦ ଦେଶରେ ମଙ୍କିପକ୍ସ ସଂକ୍ରମଣ ବ୍ୟାପିଯାଇଥିବାବେଳେ ଶନିବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO), ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛି । ମାସକ ମଧ୍ୟରେ ମଙ୍କିପକ୍ସ ପ୍ରାୟ ୮୦ଟି ଦେଶକୁ ବ୍ୟାପିଯାଇଛି ଓ ମୋଟ ୧୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ୬ ଜଣ ମୃତ୍ୟୁବରଣ କରିଛନ୍ତି । ଭାରତରେ ମଧ୍ୟ ୩ଟି […]

Share this

ଏହି ୫ ପ୍ରକାରର ଲୋକ କେବେବି ଖାଆନ୍ତୁ ନାହିଁ ଘିଅ


ଘିଅ ଭାରତୀୟ ରୋଷେଇ ଓ ଆୟୁର୍ବେଦରେ ହଜାର ହଜାର ବର୍ଷ ଧରି ବ୍ୟବହୃତ ହେଉଛି । ଖାଦ୍ୟରେ ବ୍ୟବହାରଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟରେ ସୁଧାର ପାଇଁ ଘିଅକୁ ବ୍ୟବହାର କରାଯାଏ । ଦେଶୀ ଘିଅରେ ପ୍ରୋଟିନ, ହେଲ୍ଦୀ ଫ୍ୟାଟ, ଭିଟାମିନ ଏ, ଇ ଓ ଭିଟମିନ କେ ରହିଥାଏ । ଘିଅ ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଯାହାକୁ ଅନେକ ଲୋକ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିଥାନ୍ତି । ଅନେକ ଲୋକ ଘିଅକୁ ରୁଟିରେ […]

Share this