ବୟସ ବଢିଲେ ବିଭିନ୍ନ ରୋଗ ଆକ୍ରମଣ କରିବା ସହ ଶରୀର ଦୁର୍ବଳ ହୋଇଯିବ, ଏଧାରଣା ସମ୍ପୂର୍ଣ୍ଣ ଭୁଲ । ଉପଯୁକ୍ତ ଜୀବନଶୈଳୀ ଓ ଖାଦ୍ୟ ବୟସ୍କଙ୍କୁ ବି ରୋଗମୁକ୍ତ ରଖିପାରିବ । ସାଧାରଣତଃ ୪୦ ବର୍ଷ ପୂରଣ ପରେ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୁଅନ୍ତି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବ୍ୟାୟାମର ଅଭାବ, ଖାଦ୍ୟରେ ଅସନ୍ତୁଳନ ଏବଂ ଚାପଗ୍ରସ୍ତ ଦିନଚର୍ଯ୍ୟା ଯୋଗୁଁ ବୟସ ବଢିବା ସାଙ୍ଗକୁ ଶରୀର ଉପରେ ପ୍ରଭାବ ଏବଂ ଏହା ସମ୍ବନ୍ଧୀୟ ସମସ୍ୟାର ଲକ୍ଷ୍ୟଣ ଧୀରେଧୀରେ ଦୃଶ୍ୟମାନ ହୁଏ । ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏସବୁ ସମସ୍ୟା ଦେଖା ଦେଇଥାଏ ।
ବର୍ତ୍ତମାନ ସମୟରେ ହାଇ ଫ୍ୟାଟ୍ ଓ ହାଇ ସୁଗାର ଯୁକ୍ତ ଖାଦ୍ୟ ପ୍ରଭାବରେ ଆମେ ସାଧାରଣତଃ ନିଦ୍ରାହୀନତା, ମେଦ ବହୁଳତା, ପରିସ୍ରା ସମୟରେ ଯନ୍ତ୍ରଣା, ମଳ କଣ୍ଟକ, ଗଣ୍ଠି ଯନ୍ତ୍ରଣା, ଦୁର୍ବଳତା, ନିୟମିତ ମୁଣ୍ଡବିନ୍ଧା, ମେରୁଦଣ୍ଡ ଯନ୍ତ୍ରଣା ପରି ରୋଗର ଶିକାର ହୋଇଥାନ୍ତି । କିନ୍ତୁ ଆମେ ଚାହିଁଲେ ଏହି ବାର୍ଦ୍ଧକ୍ୟ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇପାରିବା । କିଛି ଦିନର ସୁଅଭ୍ୟାସ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିପାରିବେ । Psycho Cybernetics ପୁସ୍ତକର ଲେଖକ Dr. Maxwell Maltz ଙ୍କ ମତ ଅନୁସାରେ ମାତ୍ର ୨୧ ଦିନର ନିୟମିତ ଅଭ୍ୟାସ ଆମର ଜୀବନଶୈଳୀ ପରିବର୍ତ୍ତନ କରିପାରିବ । ସୁଷମ ଖାଦ୍ୟ ଗ୍ରହଣଠାରୁ ଆରମ୍ଭ କରି ନିୟମିତ ଯୋଗାଭ୍ୟାସକୁ ଅତି କମରେ ମାତ୍ର ୨୧ ଦିନରେ ଆୟତ କରାଯାଇପାରିବ । ୨୧ ଦିନର ଏହି ଅଭ୍ୟାସ ପରେ ଜୀବନଶୈଳୀରେ ପରିବର୍ତ୍ତନ ହୋଇଯିବ । ୨୧ ସଂଖ୍ୟାରେ କୌଣସି ମ୍ୟାଜିକ ନାହିଁ, ବାସ୍ତବରେ କିଛି ଦିନର ଅଭ୍ୟାସ ପରେ ଶରୀର ସେହି କ୍ରିୟା ସହିତ ପରିଚିତ ହୋଇଯାଏ, ଏପରିକି ମାତ୍ର ୨୧ ଦିନର ସୁଅଭ୍ୟାସ ପରେ ମଣିଷ ନିଜର ପୁରୁଣା ଦିନକୁ ମଧ୍ୟ ଭୁଲିଯାଇପାରେ ।
ବର୍ତ୍ତମାନ ସମୟରେ ଲୋକଙ୍କ ଜୀବନଶୈଳୀରେ ସନ୍ତୁଳନ ରହୁନଥିବା ଦେଖିବାକୁ ମିଳୁଛି । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ବିବେଚନା କରାଯାଏ । ଅଧିକାଂଶ ଲୋକ ଆଦୌ ବ୍ୟାୟାମ କରନ୍ତି ନାହିଁ । ଶରୀର ପାଇଁ ଆବଶ୍ୟକ ପରିମାଣରେ ପାଣି ମଧ୍ୟ ପିଅନ୍ତି ନାହିଁ । ଯାହା ଆମ ଶରୀରର ଜୈବିକ ପ୍ରଣାଳୀ ଉପରେ କୁପ୍ରଭାବ ପକାଇଥାଏ । ଯଦି ଆପଣ ବ୍ୟାୟାମ କରିବା ପାଇଁ ଅଧିକ ସମୟ ବାହାର କରିପାରୁନାହାଁନ୍ତି, ତେବେ ଆଜିଠାରୁ ଘରେ ଦିନରେ ମାତ୍ର ୫ରୁ ୧୦ମିନିଟ ଯୋଗାଭ୍ଯାସ କରନ୍ତୁ । ଯଦି ଆପଣ ଯୋଗ ସମ୍ବନ୍ଧୀୟ ଭିଡିଓ ଦେଖାବାକୁ ଯାହୁଁଛନ୍ତି , ଏହି ଚାନେଲରୁ ଆପଣ ଭିଡିଓ ଦେଖି ଅନୁସରଣ କରିପାରିବେ । ଭୁଲ ଜୀବନଶୈଳୀ ପ୍ରଭାବରେ ଏବେ ଲୋକେ ମଧୁମେହ, ହୃଦରୋଗ, ରକ୍ତଚାପ ସମସ୍ୟା, ମେଟାବୋଲିକ୍ ପରି ବ୍ୟାଡ ଲାଇଫ ଷ୍ଟାଇଲ ଡିଜିଜର ଶିକାର ହେଉଛନ୍ତି ।
ସାଧାରଣତଃ ୪୦ ବର୍ଷ ପରେ ଶରୀରର ମାଂସପେଶୀ ଏବଂ ହାଡ ଧୀରେଧୀରେ ଦୁର୍ବଳ ହୋଇଥାଏ । ବୟସ ବୃଦ୍ଧି ପରେ ଶରୀରର ଅନେକ ପ୍ରଣାଳୀର କାର୍ଯ୍ୟର ଗତି ମନ୍ଥର ହୋଇଯାଏ । ଯେଉଁ କାରଣରୁ ଶରୀର ଖାଦ୍ୟରୁ ପୂର୍ଣ୍ଣ ପୁଷ୍ଟିକର ଦ୍ରବ୍ୟ ଗ୍ରହଣ କରିବାରେ ସକ୍ଷମ ହୋଇପାରେ ନାହିଁ । ଏଥିପାଇଁ ଶରୀରରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି ସହିତ ଅନେକ ଜରୁରୀ ପୋଷକ ତତ୍ତ୍ବର ଅଭାବ ପରିଲକ୍ଷିତ ହୋଇଥାଏ । ଭୁଲ ଜୀବନଶୈଳୀ କାରଣରୁ ଏବେ ବହୁ ଲୋକଙ୍କ ମଧ୍ୟରେ ଅଷ୍ଟିଓପୋରୋସିସ୍ ସହିତ ଅନ୍ୟାନ୍ୟ ଅସ୍ଥି ସମ୍ବନ୍ଧୀୟ ରୋଗର ଲକ୍ଷଣ ଦେଖିବାକୁ ମିଳୁଛି ।
ଶୃଙ୍ଖଳିତ ଜୀବନଶୈଳୀ ଅନୁସରଣ କରନ୍ତୁ, ବାର୍ଦ୍ଧକ୍ୟରେ ବି ସୁସ୍ଥ ରୁହନ୍ତୁ
ଖାଦ୍ୟ ଗ୍ରହଣ ସମୟରେ ଖାଦ୍ୟର ସ୍ୱାଦ ଅପେକ୍ଷା ଖାଦ୍ୟର ଗୁଣବତ୍ତାକୁ ଗୁରୁତ୍ୱ ଦେଲେ ଶରୀର ରୋଗର ଶିକାର ହେବ ନାହିଁ । ଉଦାହରଣ ସ୍ୱରୂପ ପାଟିକୁ ସ୍ୱାଦ ଲାଗୁଥିବା ଆମିଷ, କଫି, ମିଠା, ଲବଣଯୁକ୍ତ ଖାଦ୍ୟ ସହିତ ମଦ୍ୟ, ଧୁମପାନରୁ ଦୂରେଇ ରହିଲେ ଅନେକ ସମସ୍ୟାକୁ ମୁକ୍ତି ମିଳିପାରିବ । ସଚେତନ ଖାଦ୍ୟ ଗ୍ରହଣ ଶରୀରକୁ ନିରୋଗ ରଖିବାସ୍ଥଳେ ମାନସିକ ସ୍ୱାସ୍ଥ୍ୟ ପାଇଁ ନିୟମିତ ଯୋଗ, ଧ୍ୟାନ, ବ୍ୟାୟାମ କଲେ ତୃପ୍ତି ମିଳିବ । ଶାରୀରିକ ପୂର୍ଣ୍ଣତା ଓ ମାନସିକ ସନ୍ତୁଷ୍ଟି ହିଁ ଶରୀରକୁ ରୋଗମୁକ୍ତ ରଖିବାର ଉପାୟ ବୋଲି ଭାରତୀୟ ସସ୍କୃତି ହିଁ ଆମକୁ ଶିଖାଇଥାଏ ।