ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଛୁଇଁଛି ରଜ


Raja Sankranti Celebrated in Odisha_colors-of-life
Raja Parba Widely Celebrated Across Odisha | Colors Of LIFE

ଭିଜା ମାଟିର ମିଠା ବାସ୍ନାରେ ମତୁଆଲା ଆକାଶ …ମାଟି ଓ ମୌସୁମୀର ମିଳନ ପର୍ବ। ବାଡ଼ି ବଗିଚାରୁ ଛୁଟୁଛି ରଙ୍ଗଣୀ, ହରଗୌରୀର ସୁବାସ । ଚାରିଆଡେ ଏବେ ଉତ୍ସବର ମାହୋଲ । ମହାମାରୀ କରୋନାର ଦାଉ କମିବା ପରେ ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି; କୁଆଁରୀ କଣ୍ଠରୁ ଶୁଭୁଛି ରଜଗୀତ । ଘରେ ଘରେ ଜମିଛି ପୋଡ଼, ମଣ୍ଡା ଓ କାକରା ପିଠାର ଆସର । ଆଦ୍ୟ ଆଷାଢରେ ମାଟିର ଭୁରୁଭୁରୁ ଗନ୍ଧରେ ସବୁଜିମାର ସ୍ୱପ୍ନରେ ତଲ୍ଲିନ ହୋଇଛି ଚଷା ପୁଅର ମନ ।

ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଛୁଇଁଛି ରଜ। ରଜ ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ମିଥୁନ ମାସ । ପୃଥିବୀ ମାତା ଋତୁମତୀ ହେବା ଖୁସିରେ ଉତ୍ସବ ମୁଖର ପରିବେଶ । ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ରଜ ପର୍ବ । ରଜ ପରେ ହିଁ ଆରମ୍ଭ ହେବ ଚାଷ କାର୍ଯ୍ୟ। ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ତିନିଦିନ ତା ପାଇଁ ବିଶ୍ରାମର ବେଳ ।

ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ଓ ଶୁଦ୍ଧ ସ୍ନାନ ମଧ୍ୟ କୁହାଯାଏ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂପ ସଜା ପିଢ଼ା ଉପରେ ସ୍ଥାପନା କରାଯାଏ । କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ପୁଣି ଖୋଲିଥାଏ ।

ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜସ୍ୱଳା । ବର୍ଷାର ଆଗମନରେ ପୃଥିବୀ ଋତୁମତୀ ହେବାର ଅର୍ଥ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । କୃଷିଭିତିକ ସାମାଜିକ ଚଳଣିରେ ବେଶ ଗୁରୁତ୍ୱପୂର୍ଣ୍ଣ ମନୋରଞ୍ଜନର ଆସର ଯୋଗାଇଛି ରଜ । ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ହେଉଛି ରଜ ପର୍ବ ।

raja-parba-widely-selebrated-across-odisha
Bhudevi undergoes menstruation

The onset of monsoon and the earth’s womanhood is celebrated. It is believed that during this time, Mother Earth or Bhudevi undergoes menstruation. The third day is the day of Bhumidaha and the fourth is Basumati Snana or purification bath.

Raja Festival is being celebrated with traditional gaiety and fervor. The three days festival beginning today is celebrated to mark the symbolic menstruation of Mother Earth.

This three-day event marks the period of fertility regeneration of the earth, equivalent to the menstrual cycle women undergo. Raja festival of Odisha-The very first day of this long festival is termed Pahili Raja which is also considered to be the last day of the month Jestha (summers).

Share this

Leave a Reply

Your email address will not be published. Required fields are marked *