
ତୁମେ ଯଦି ଚାହୁଁଥାଅ ସେ ଆଉ କାହାକୁ ତୁମଠାରୁ ନିଜର ନଭାବନ୍ତୁ, ପ୍ରଥମେ ତାଙ୍କୁ ତୁମେ ନିଜଠୁ ନିଜର ଭାବିନିଅ, ଦେଖିବ ତାଙ୍କ ପାଇଁ ତୁମେ ଦୁନିଆ ବନିଯିବ

ସୁନ୍ଦରତା ମନକୁ ଆକର୍ଷିତ କରିଥାଏ, କିନ୍ତୁ ସ୍ୱଭାବ ହୃଦୟକୁ ଯୋଡ଼େ ।

ଜୀବନରେ ଯଦି ଆପଣଙ୍କୁ କେହି ସଠିକ୍ ରାସ୍ତା ଦେଖାଇପାରେ, ତାହା ହେଉଛି ଆପଣଙ୍କ ଅନୁଭବ ।

ଦିନେ ତୁମେ ପଛକୁ ଚାହିଁବ ଓ ଅନୁଭବ କରିବ- ଯାହାକୁ ତୁମେ ବହୁତ ଛୋଟ କଥା ଭାବୁଥିଲ, ତାହା ହିଁ ଜାବନର ସବୁଠାରୁ ବଡ଼ ଖୁସି ଥିଲା ।

ଜୀବନରେ କେବଳ ଜଣେ ଆପଣଙ୍କୁ ସଠିକ୍ ଦିଶାରେ ଆଗକୁ ନେଇପାରିବ, ସେ ଜଣଙ୍କ ଆପଣ ନିଜେ ।

ଯେବେ ତୁମେ ନିଜକୁ ବୁଝି ଯାଇଛ, ଅନ୍ୟମାନଙ୍କର ତୁମକୁ ନେଇ ମତ, ଉପଦେଶ, ଯୁକ୍ତି ଓ ସମାଲୋଚନା ସବୁ ତୁଚ୍ଛ ।

ଦୁଃସ୍ଥିତିରେ ଥିବା ମଣିଷଟିକୁ ସାହାଯ୍ୟର ହାତ ବଢ଼ାଅ, ହୋଇପାରେ କେବେ ଆପଣଙ୍କ ଦୁଃସ୍ଥିତିରେ ଆଉ କାହାର ହାତ ଲମ୍ବି ଆସିବ ।

କାଲି ଆଇନା ଥିଲା, ସମସ୍ତେ ଚାହୁଁଥିଲେ; ନିଜକୁ ଦେଖି ଖୁଲି ହେଉଥିଲେ … ଆଜି ଭାଙ୍ଗୁଗଲା ବୋଲି କେହି ଆଡ଼ ନଜରରେ ବି ଚାହୁଁ ନାହାଁନ୍ତି … ସବୁ ସମୟର ଖେଳ ବନ୍ଧୁ… ଭାଙ୍ଗିବା ଦିନ ସମସ୍ତଙ୍କ ଜୀବନରେ ଆସେ …ସେ ଆଇନା ହେଉ କି ମଣିଷ ।

ଅର୍ଥ, ପ୍ରତିଷ୍ଠା, ଚାକିରି ଦ୍ୱାରା ତୁମେ ହୁଏତ କାହାକୁ ପ୍ରଭାବିତ କରିପାର, କିନ୍ତୁ ଅନ୍ୟମାନଙ୍କ ପ୍ରତି ଆଚରଣ ହିଁ ତୁମକୁ ଅନ୍ୟର ମନର ମଣିଷ କରିପାରିବ ।

ଯଦି ତୁମେ ଭାବୁଥାଅ, ତୁମକୁ ଅନ୍ୟମାନେ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି- ତେବେ ଥରଟିଏ ନିଜକୁ ପରୀକ୍ଷା କରିନିଅ, ତୁମେ ଅନ୍ୟମାନଙ୍କୁ କିପରି ବ୍ୟବହାର ପ୍ରଦର୍ଶନ କରୁଛ ।