ପ୍ରାଣାୟାମ କଣ?
ସଂସ୍କୃତ ଶବ୍ଦ ପ୍ରାଣାୟାମର ଅର୍ଥ: ପ୍ରାଣ + ଆୟାମ । ‘ପ୍ରାଣ’ ଅର୍ଥ ଜୀବନ ଓ ‘ଆୟାମ’ ଅର୍ଥ ଦୀର୍ଘ । ଭୌତିକ ଅର୍ଥରେ ପ୍ରାଣାୟାମ କହିଲେ ନିରାମୟ, ନିରୋଗ ଦୀର୍ଘ ଜୀବନକୁ ସୂଚିତ କରେ । ଯୋଗାଭ୍ୟାସର ପ୍ରଥମ ଓ ସର୍ବୋତ୍ତମ ସୋପାନ ହେଉଛି ପ୍ରାଣାୟାମ । ମହର୍ଷି ପତଞ୍ଜଳିଙ୍କ ଅନୁଯାୟୀ ପ୍ରାଣାୟାମ ଜୀବନକୁ ନିୟନ୍ତ୍ରଣ କରିବାରେ ସମର୍ଥ ଏକ ଅଦୃଷ୍ଟ ଶକ୍ତି ।
ପ୍ରାଣାୟାମର ମହତ୍ତ୍ୱ ଓ ଲାଭ ଗୁଡ଼ିକ କ’ଣ?
ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରାଣାୟାମର ପ୍ରଭାବ: ମଣିଷ ଖାଦ୍ୟ ବିନା କିଛି ସପ୍ତାହ, ଜଳ ବିନା କିଛି ଦିନ ବଞ୍ଚିପାରେ, କିନ୍ତୁ ଶ୍ୱାସକ୍ରିୟା ବିନା କିଛି ମୁହୂର୍ତ୍ତ ମଧ୍ୟ ବଞ୍ଚିବା ସମ୍ଭବପର ନୁହେଁ ।
ପ୍ରାଚୀନ ଭାରତବର୍ଷରେ ଯୋଗଗୁରୁମାନେ ଏହି ରହସ୍ୟକୁ ଉନ୍ମୋଚିତ କରିବାରେ ସଫଳ ହୋଇଥିଲେ । ସମସ୍ତ ବାହ୍ୟିକ କ୍ରିୟା ସତ୍ତ୍ୱେ ସ୍ୱଳ୍ପାହାରରେ ସୁସ୍ଥ ରହିବା, ପ୍ରାଣକୁ ସଜୀବ ରଖିବା, ବୟସ ନିର୍ବିଶେଷରେ ସତେଜ ରହିବା ପାଇଁ ପ୍ରାୟାଣାମକୁ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିଥିଲେ ଭାରତବାସୀ । ଯାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଶହ ଶହ ବର୍ଷ ଧରି ଯୋଗକୁ ଜୀବନର ଆଧାର ବନାଇଥିବା ଭାରତୀୟ ସଂସ୍କୃତି ସାରା ବିଶ୍ୱ ପାଇଁ ଆଲୋକ ବର୍ତ୍ତିକା ପରି ଦୃଶ୍ୟମାନ ହୋଇଥିଲା।
ବୈଦିକ କାଳରେ ଗୁରୁମାନେ ସମାଜକୁ ପ୍ରାଣ ବିଜ୍ଞାନରେ ଚମତ୍କାର ଦର୍ଶନ କରାଇଥିଲେ। ବାହ୍ୟିକ ବ୍ରହ୍ମାଣ୍ଡ ଓ ଅନ୍ତ ବ୍ରହ୍ମାଣ୍ଡର କ୍ରିୟା, ପ୍ରତିକ୍ରିୟା ମଧ୍ୟ ଏକାପରି । ସୂଷ୍ମ ସ୍ତରରେ ଚେତନାରେ ହିଁ ବ୍ରହ୍ମାଣ୍ଡ ଉପସ୍ଥିତ, ପୁଣି ଶରୀର ବା ପିଣ୍ଡରେ ମଧ୍ୟ ବ୍ରହ୍ମାଣ୍ଡର ପରିପ୍ରକାଶ ବିଦ୍ୟମାନ।
ପ୍ରାଣାୟାମ କିପରି କରାଯାଏ?
ପଞ୍ଚଭୂତର ଶରୀର, ପଞ୍ଚ ଇନ୍ଦ୍ରିୟର ସହାୟତାରେ ଶରୀରରେ ପ୍ରାଣକୁ ସୁରକ୍ଷା ଯୋଗାଇଥାଏ । ପ୍ରାଣ ମନ ଏବଂ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରେ । ଆୟୁର୍ବେଦ ଅନୁଯାୟୀ ପ୍ରାଣ ବାୟୁଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଯାହାକୁ ବୈଦିକ ଶାସ୍ତ୍ରରେ ପଞ୍ଚପ୍ରାଣ କୁହାଯାଏ ।
- ପ୍ରାଣ: ହୃଦ କ୍ରିୟା ପାଇଁ ଆବଶ୍ୟକ ବାୟୁ ପାଟି ଓ ନାକ ମାଧ୍ୟମରେ ଶରୀର ଗ୍ରହଣ କରିଥାଏ ।
- ସମାନ: ସମାନ ବାୟୁକୁ ଅନ୍ତନଳୀରୁ ନାଭି ଆଡକୁ ନେଇଥାଏ ଏବଂ ବିଶୋଧିତ କାର୍ଯ୍ୟ କରିଥାଏ ।
- ଆପାନ: ଆପାନ ନାଭିରୁ ପାଦକୁ ବାୟୁ ନେଇଥାଏ ଏବଂ ପରିସ୍ରା ଏବଂ ନିର୍ଗମନ କାର୍ଯ୍ୟ କରିଥାଏ ।
- ଉଡାନ: ଏହା ବାୟୁକୁ ଗଳାରୁ ମୁଣ୍ଡକୁ ନେଇଥାଏ ଏବଂ ବାୟୁକୁ ଏକ ସରଳ ଅବସ୍ଥାରେ ରଖେ ।
- ବ୍ୟାନ: ଯାହା ସମ୍ପୂର୍ଣ୍ଣ ଶରୀରରେ ଉପସ୍ଥିତ ଥାଏ ।
ବୟସ, ଶରୀରିକ ସୁସ୍ଥତା ନିର୍ବିଶେଷରେ ସମସ୍ତ ମାନବ ଏହି କ୍ରିୟା ସମ୍ପାଦନ କରିବାକୁ ସମର୍ଥ ଅଟନ୍ତି । ଏହି ସରଳ କ୍ରିୟା ସମୟରେ ଭାବନା ଓ କଳ୍ପନା ତ୍ୟାଗ ପୂର୍ବକ କେବଳ ଶ୍ୱାସକ୍ରିୟା ଉପରେ ଚେତନାକୁ ସ୍ଥିର କଲେ ଏହାଦ୍ୱାରା ସର୍ବାଧିକ ଲାଭ ମିଳିପାରିବ । ସମ୍ପୂର୍ଣ୍ଣ ଶରୀରର ଗତିଶୀଳତା ସମସ୍ୟାକୁ ଏହି ସରଳକ୍ରିୟା ଉନ୍ନତ ସୋପାନରେ ପହଞ୍ଚାଇ ପାରିବ ।
ସତ୍ୟ ହେଉଛି ଯେ ଶ୍ୱାସ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ ବି ଆମେ ଏହାକୁ ଅଣଦେଖା କରିଥାଉ। ଯାହା ଆମକୁ ଅସଚେତନତା ଆଡକୁ ନେଇଯାଏ । କିନ୍ତୁ ସଚେତନ ଭାବେ ନିଜ ଶ୍ୱାସକୁ ନିୟନ୍ତ୍ରଣ କରିପାରିଲେ ଆରୋଗ୍ୟ, ଚାପମୁକ୍ତ ସହ ସର୍ବାଧିକ ଶକ୍ତିକ୍ଷୟ କରୁଥିବା ଭାବପ୍ରବଣତାକୁ ମଧ୍ୟ ସୁନିୟନ୍ତ୍ରିତ କରାଯାଇପାରିବ ।
ପ୍ରାଣାୟାମର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଗତ ଉପକାରିତା
✅ଏହା ବାୟୁପଥକୁ ସ୍ୱଚ୍ଛ କରିଥାଏ ଓ ଶ୍ୱାସକ୍ରିୟାକୁ ସ୍ୱଭାବିକ କରିବା ସହ ରୋଗରୁ ରକ୍ଷା କରିଥାଏ ।
✅ ଏହା ରକ୍ତକୁ ଶୁଦ୍ଧ କରିଥାଏ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ
✅ ଏହା ବାତ, ପିତ୍ତ ଓ କଫ ଜନିତ ରୋଗକୁ ନାଶ କରେ ।
✅ ଏହା ରକ୍ତଚାପକୁ ସ୍ୱାଭାବିକ କରେ ।
✅ ଏହା ଶରୀରରେ ପ୍ରତ୍ୟକ ଅଂଶରେ ଅମ୍ଳଜାନ ପହଞ୍ଚାଇ ସତେଜ କରେ ।
✅ ପ୍ରଣାୟାମ ଏବଂ ସାଧାରଣ ଶ୍ୱାସକ୍ରିୟା ମଧ୍ୟରେ ପାର୍ଥକ୍ୟ
✅ ପ୍ରାଣାୟାମର ବୈଶିଷ୍ଟ୍ୟ- ପ୍ରାଣାୟାମ ଏକ ପ୍ରକାର ବ୍ୟାୟାମ ଯାହା ଆମ ଶରୀରରେ ମୃତ କୋଷଗୁଡ଼ିକୁ ଜୀବନ୍ତ କରିଥାଏ, ସ୍ମରଣ ଶକ୍ତିକୁ ତୀକ୍ଷ୍ଣ କରିଥାଏ, ସ୍ୱାସ୍ଥ୍ୟରେ ✅ ଉନ୍ନତି ଆଣେ ଏବଂ ଆମର ଖରାପ ଅଭ୍ୟାସରୁ ସ୍ୱତଃ ଦୂରେଇ ନିଏ
ଏହା ଅତିରିକ୍ତ ଭାବରେ ଶରୀରକୁ ଶକ୍ତି ଯୋଗାଏ, ହାଡକୁ ଦୃଢ଼ ଏବଂ ଦୀର୍ଘାୟୁ କରେ ।
ପ୍ରାଣାୟାମ ଏବଂ ଶ୍ୱାସକ୍ରିୟା ମଧ୍ୟରେ ମୁଖ୍ୟ ପାର୍ଥକ୍ୟ- ନିଶ୍ୱାସ ପ୍ରଶ୍ୱାସ ଆମେ ସ୍ୱାଭାବିକ ଭାବେ ତ୍ୟାଗ ଓ ଗ୍ରହଣ କରନ୍ତି କିନ୍ତୁ ସତେତନ ଭାବରେ ଏହି କ୍ରିୟା ସମ୍ପାଦନକୁ ପ୍ରାଣାୟାମ କୁହାଯାଏ । ପ୍ରାଣାୟାମ ଆମ ମନ ଏବଂ ଶରୀରକୁ ଶାନ୍ତ କରେ; ଶେଷରେ ଆମକୁ ଉତ୍ସ ସହିତ ସଂଯୋଗ କରିଥାଏ ।
ମନ ଉପରେ ନିୟନ୍ତ୍ରଣ ବୃଦ୍ଧି ଫଳରେ ଆମେ ଅଧିକ କାର୍ଯ୍ୟ କରିବାରେ ସଫଳ ହୋଇଥାନ୍ତି । ଯେତେବେଳେ ଆମେ ଆମର ମନକୁ ଆମର ନିଶ୍ୱାସ ଉପରେ ଧ୍ୟାନ ଦେଇଥାଉ ଏବଂ କୌଣସି ଯୋଗ କ୍ରିୟା କିମ୍ବା ଏକ ସ୍ଥିତି ପ୍ରଦର୍ଶନ କରିଥାନ୍ତି, ଆମ ଶରୀର ମଧ୍ୟ ଏହି କ୍ରିୟାକୁ ଅନୁସରଣ କରେ ଯାହା ଧୀରେଧୀରେ ଶରୀରକୁ ମୂଳ ଉତ୍ସ ସହିତ ସଂଯୋଗ କରେ ।
କିନ୍ତୁ ସାଧାରଣ ଶ୍ୱାସକ୍ରିୟାରେ ଆମେ ଫୁସଫୁସର ଅଳିନ୍ଦ ଓ ନିଳୟରେ ଯେଉଁ ବାୟୁ ଭରଣ କରନ୍ତି ତାହା ବାୟୁର ପ୍ରାଥମିକ ସ୍ରୋତର କିଛି ଅଂଶ ମାତ୍ର । ଆମ ଶରୀରର ପ୍ରତ୍ୟକ ଅଂଶ ପାଇଁ ବାୟୁର ଆବଶ୍ୟକତା ଥାଏ । ଯାହା ଶରୀରକୁ ସତେଜତା ପ୍ରଦାନ କରେ । ବାୟୁ ବିନା ଶରୀର ନିସ୍ତେଜ ଓ ଶୁଷ୍କ ହୋଇଥାଏ ।
ଜୀବନଶୈଳୀରେ ପରିବର୍ତ୍ତନ
ଥରେ ଆପଣ ପ୍ରାଣାୟାମ ଆରମ୍ଭ କରିବା ପରେ, ପ୍ରାଣାୟାମର ସ୍ୱାସ୍ଥ୍ୟଗତ ଉପକାରିତା ଅନୁଭବ କରିପାରିବେ । ଆପଣ ପୂର୍ବାପେକ୍ଷା ଅଧିକ ସୁସ୍ଥ, ଆନନ୍ଦଦାୟକ ଅନୁଭବ କରିବେ । ତୁମ ଭିତରେ ଏକ ନୂତନ ବ୍ୟକ୍ତିବିଶେଷକୁ ଅନୁଭବ କରିବେ ।
ଆଜିର ବସ୍ତୁବାଦୀ ଦୁନିଆରେ ମାନବ ମାନସିକ ଚାପରେ ଅତିଷ୍ଟ । ଆପଣ ସବୁବେଳେ ଏକ ଦୃତଗତିକରେ କାମ କରୁଥିବା ମେସିନ ପରି କାମ କରୁଛନ୍ତି । ଫ୍ୟାସନେବଲ୍ ଦୁନିଆର ସାମ୍ପ୍ରତିକ ବେଗ ଏବଂ ହାଇପରଆକ୍ଟିଭ୍ ଗତି ଆମର କୋମଳ ମନକୁ କ୍ଷତି ପହଞ୍ଚାଉଛି । ତେଣୁ ଜାବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ପ୍ରାଣାୟାମକୁ ଆୟୁଧ ଭାବେ ଗ୍ରହଣ କଲେ ସମସ୍ୟା ମଧ୍ୟ ସୁଯୋଗକୁ ରୁପାନ୍ତରିତ ହୋଇପାରିବ ।
ପ୍ରାଣାୟାମ ଏବଂ ଶ୍ୱାସକ୍ରିୟା ମଧ୍ୟରେ ମୁଖ୍ୟ ପାର୍ଥକ୍ୟ-
ନିଶ୍ୱାସ ପ୍ରଶ୍ୱାସ ଆମେ ସ୍ୱାଭାବିକ ଭାବେ ତ୍ୟାଗ ଓ ଗ୍ରହଣ କରନ୍ତି କିନ୍ତୁ ସତେତନ ଭାବରେ ଏହି କ୍ରିୟା ସମ୍ପାଦନକୁ ପ୍ରାଣାୟାମ କୁହାଯାଏ । ପ୍ରାଣାୟାମ ଆମ ମନ ଏବଂ ଶରୀରକୁ ଶାନ୍ତ କରେ; ଶେଷରେ ଆମକୁ ଉତ୍ସ ସହିତ ସଂଯୋଗ କରିଥାଏ ।
ମନ ଉପରେ ନିୟନ୍ତ୍ରଣ ବୃଦ୍ଧି ଫଳରେ ଆମେ ଅଧିକ କାର୍ଯ୍ୟ କରିବାରେ ସଫଳ ହୋଇଥାନ୍ତି । ଯେତେବେଳେ ଆମେ ଆମର ମନକୁ ଆମର ନିଶ୍ୱାସ ଉପରେ ଧ୍ୟାନ ଦେଇଥାଉ ଏବଂ କୌଣସି ଯୋଗ କ୍ରିୟା କିମ୍ବା ଏକ ସ୍ଥିତି ପ୍ରଦର୍ଶନ କରିଥାନ୍ତି, ଆମ ଶରୀର ମଧ୍ୟ ଏହି କ୍ରିୟାକୁ ଅନୁସରଣ କରେ ଯାହା ଧୀରେଧୀରେ ଶରୀରକୁ ମୂଳ ଉତ୍ସ ସହିତ ସଂଯୋଗ କରେ ।
କିନ୍ତୁ ସାଧାରଣ ଶ୍ୱାସକ୍ରିୟାରେ ଆମେ ଫୁସଫୁସର ଅଳିନ୍ଦ ଓ ନିଳୟରେ ଯେଉଁ ବାୟୁ ଭରଣ କରନ୍ତି ତାହା ବାୟୁର ପ୍ରାଥମିକ ସ୍ରୋତର କିଛି ଅଂଶ ମାତ୍ର । ଆମ ଶରୀରର ପ୍ରତ୍ୟକ ଅଂଶ ପାଇଁ ବାୟୁର ଆବଶ୍ୟକତା ଥାଏ । ଯାହା ଶରୀରକୁ ସତେଜତା ପ୍ରଦାନ କରେ । ବାୟୁ ବିନା ଶରୀର ନିସ୍ତେଜ ଓ ଶୁଷ୍କ ହୋଇଥାଏ ।