ଖାଇବାକୁ ପଡ଼ିବନି ଔଷଧ, ଆପଣଙ୍କ କିଚେନରେ ଅଛି ଏହି ୬ଟି ପ୍ରାକୃତିକ ପେନ୍ କିଲର


how-to-relieve-pain-without-medicine-use-natural-painkillers-colors-of-life_11zon

ସାଧାରଣତଃ ଲୋକେ ମୁଣ୍ଡ ଯନ୍ତ୍ରଣା, ମାଂସପେଶୀରେ ବ୍ୟଥା, ଗଣ୍ଠି ଓ ଅନ୍ୟ ଯନ୍ତ୍ରଣା ସମୟରେ ଯନ୍ତ୍ରଣା ନିବାରକ (PainKiller) ବ୍ୟବହାର କରିଥାନ୍ତି । ଏହାସହତି ଶରୀରର କୌଣସି ଅଂଶରେ ସାମାନ୍ୟ ଦରଦ ସମୟରେ ଲୋକେ ତୁରନ୍ତ ପେନ କିଲର୍ସ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ପେନ କିଲର ଖାଇବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳୁଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଦୈନିକ ପେନକିଲର ଖାଉଥିବା ଲୋକଙ୍କ ସ୍ମରଣ ଶକ୍ତି ହ୍ରାସ ପାଇଥାଏ । ଏହାସହିତ କିଡନୀ ଓ ଲିଭର ପାଇଁ ମଧ୍ୟ କ୍ଷତିକାରକ ପେନକିଲର ।

ଅନେକ ସମୟରେ ଡାକ୍ତରଙ୍କ ବିନାପରାମର୍ଶରେ ଲୋକେ ପେନକିଲର୍ସ ଖାଇଥାନ୍ତି । ଏପରିକି ଗମ୍ଭୀର ପରିସ୍ଥିତିରେ ମଧ୍ୟ ପେନକିଲର ଖାଇବା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏପରି ସ୍ଥିତିରେ ଆପଣ ଚାହିଁଲେ ପ୍ରକୃତିକ ପେନକିଲର୍ସ (Natural Painkillers) ବ୍ୟବହାର କରିପାରିବେ । ଯୋଗ, ଆକ୍ୟୁପ୍ରେସରକୁ ପ୍ରାକୃତିକ ପେନକିଲର୍ସ ଭାବେ ଉପଯୋଗ କରାଯାଇପାରିବ । ଏହାବ୍ୟତୀତ କିଛି ସହଜ ଉପଲବ୍ଧ ଜଡିବୁଟିକୁ ମଧ୍ୟ ଆପଣ ପେନକିଲର୍ସ ଭାବେ ବ୍ୟବହାର କରିପାରିବେ । ଏବେ ଜାଣି ନିଅନ୍ତୁ ସହଜଲବ୍ଧ ପେନକିଲର୍ସ ଗୁଡ଼ିକ ବିଷୟରେ ।

  1. ପୁଦିନା
  2. ରୋଜମେରୀ ତେଲ
  3. ଅଦା
  4. ହଳଦୀ
  5. ଲବଙ୍ଗ
  6. ବରଫ

1- ପୁଦିନା

ପାଚନଠାରୁ ଆରମ୍ଭ କରି ମାଂସପେଶୀ ଯନ୍ତ୍ରଣା ଦୂର କରିବାକୁ ପୁଦିନାକୁ ବ୍ୟବହାର କରିପାରିବେ । ଅଳ୍ପ କିଛି ପତ୍ରକୁ ଚୋବାଇ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଦୂର ହୋଇଥାଏ । କାରଣ ପୁଦିନାରେ ଆଣ୍ଟିମାଇକ୍ରୋବିୟଲ, ଆଣ୍ଟିଭାଇରସ, ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି-ଆଲର୍ଜେନିକ ସହିତ ଆଣ୍ଟିଟ୍ୟୁମର ମଧ୍ୟ ରହିଛି ।

2-ରୋଜମେରୀ ତେଲ

ରୋଜମେରୀ ତେଲ ମାଂସପେଶୀରେ ଯନ୍ତ୍ରଣା ଦୂର କରିବାକୁ ସମର୍ଥ । ଏହି ତେଲ ମସ୍କିଷ୍କ ଓପିଓିଡ ନ୍ୟୁରାନ୍ସରେ କାମ କରିଥାଏ । ମୁଣ୍ଡ ବିନ୍ଧା ସହିତ ଗଣ୍ଠି ଯନ୍ତ୍ରଣା ଦୂର କରିବାକୁ ରୋଜମେରୀ ତେଲ ବ୍ୟବହାର କରାଯାଇଥାଏ ।

​3- ଅଦା

ଅଦା ଔଷଧୀୟ ଗୁଣରେ ଭରପୁର । ବିଭିନ୍ନ ପ୍ରକାର ପେଟ ଯନ୍ତ୍ରଣା, ଗ୍ୟାସ ସମସ୍ୟାରୁ ବର୍ତ୍ତିବା ପାଇଁ ଅଦା ବ୍ୟବହାର କରିପାରିବେ । ମାଂସପେଶୀରେ ଯନ୍ତ୍ରଣାଠାରୁ ଆରମ୍ଭ କରି ପିରିୟଡ୍ସ ଜନିତ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ ଅଦା ।

4- ହଳଦୀ

ହଳଦୀରେ ଆଣ୍ଟିଇନଫ୍ଲେମେଟରୀ, ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି-ଟ୍ୟୁମର, ଆଣ୍ଟି-ଭାଇରାଲ, କାର୍ଡିଓପ୍ରୋଟୋକ୍ଟିଭ, ହେପଟୋପ୍ରୋଟେକ୍ଟିଭି ଓ ନେଫ୍ରୋପ୍ରୋଟେକ୍ଟିଭ ଗୁଣ ରହିଛି । ଏଥିରେ ମହଜୁଦ ଥିବା କରକ୍ୟୁମିନ ଓଭର-ଦ-କାଉଣ୍ଟର ଆଣ୍ଟି ଆୟୋଟିକ ଭାବେ କାର୍ଯ୍ୟ କରିଥାଏ । ଯାହା ମାସପେଶୀରେ ଯନ୍ତ୍ରଣାଠାରୁ ଆରମ୍ଭକରି ପାଚନ ଜନିତ ଅଧିକାଂଶ ସମସ୍ୟା ଦୂର କରିଥାଏ ।

5- ଲବଙ୍ଗ

ଦାନ୍ତ ଯନ୍ତ୍ରଣାଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ବିଭିନ୍ନ ଯନ୍ତ୍ରଣା ଦୂର କରିଥାଏ ଲବଙ୍ଗ । ଏଥିରେ ଆଣ୍ଟି- ମାଇକ୍ରୋବିୟଲ ଓ ଆଣ୍ଟି-ଅକ୍ସିଡାଣ୍ଟ ବ୍ୟତୀତ ଆଣ୍ଟି-ଭାଇରାଲ ଓ ଏନାଲଜେସିକ ଗୁଣ ରହିଛି । ଲବଙ୍ଗ ପାଚନ ଜନିତ ଯନ୍ତ୍ରଣା ଦୂର କରିଥାଏ ।

6- ବରଫ

ମାଂସପେଶୀରେ ଯନ୍ତ୍ରଣା ସମୟରେ ଆଇସ ପ୍ୟାକ ବ୍ୟବହାର କରାଯାଇଥାଏ । ଅଣ୍ଟା, ପିଠି ୟନ୍ତ୍ରଣାଠାରୁ ଆରମ୍ଭ କରି ଗଣ୍ଠି ଯନ୍ତ୍ରଣା ଦୂର କରିବାକୁ ଆପଣ ବରଫ ଖଣ୍ଡକୁ ବ୍ୟବହାର କରିପାରିବେ ।

Share this

Leave a Reply

Your email address will not be published. Required fields are marked *