ସୁଦ୍ଧ ମହୁ ନାମରେ ଆପଣ ଅପମିଶ୍ରିତ ମହୁ ଖାଉନାହାନ୍ତି ତ ? କାରଣ ଏବେ ବଜାରରେ ଅନେକ ବ୍ରାଣ୍ଡର ଅପମିଶ୍ରିତ ମହୁ ଉପଲବ୍ଧ ରହିଛି । ମହୁ ନାମରେ ଯାହାକୁ ଖାଇବା ପରେ ଲାଭ ବଦଳରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ସାଧାରଣତଃ ଲୋକେ ୱେଟ ଲସ୍ (Honey to lose weight )ଠାରୁ ଆରମ୍ଭ କରି ଗଳା ଦରଜ (Sore throat)ର ଘରୋଇ ଉପଚାର ପାଇଁ ମହୁ ବ୍ୟବହାର କରିଥାନ୍ତି । ବିଭିନ୍ନ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ମହୁ ଏକ ସୁଦ୍ଧ ବିକଳ୍ପ । କିନ୍ତୁ ଆପଣ ବ୍ୟବହାର କରୁଥିବା ମହୁ ବାସ୍ତବରେ ସୁଦ୍ଧ ହୋଇଥିବା ଆବଶ୍ୟକ । ଯଦିଓ ମହୁ କେବେ ଅସୁଦ୍ଧ ହୋଇନଥାଏ । କାରଣ ଏହାକୁ ମଣିଷ ବିଜ୍ଞାନାଗାରରେ ବନାଇ ନଥାଏ । ଏହାକୁ ପ୍ରକୃତି ତିଆରି କରିଥିବାବେଳେ ମହୁମାଛି ସଂଗ୍ରହ କରିଥାନ୍ତି । ହୋଇପାରେ ସୁଦ୍ଧ ମହୁକୁ ଅପମିଶ୍ରଣ କରାଯାଇପାରେ ।
ଏଥିପାଇଁ ମହୁ କିଣିବା ପୂର୍ବରୁ ସୁଦ୍ଧ ମହୁ (Pure honey) ଓ ଅପମିଶ୍ରିତ ମହୁ (Adulterated Honey)କୁ ଚିହ୍ନି ପାରିବା ଆବଶ୍ୟକ । ଏହି ରଚନା ମାଧ୍ୟମରେ ଆମେ ଆପଣଙ୍କୁ ସୁଦ୍ଧ ମହୁର ଚିହ୍ନଟ (How to check purity of honey) ସହ ମହୁର ସ୍ୱାସ୍ଥ୍ୟଗତ ଲାଭ (Health benefits of honey) ବିଷୟରେ ଜଣାଉଛୁ ।
ଏହିପରି କରନ୍ତୁ ସୁଦ୍ଧ ମହୁର ଯାଞ୍ଚ
ପ୍ରଥମ ଉପାୟ
ମନେରଖନ୍ତୁ ସୁଦ୍ଧ ମହୁ କେବେ ଜଳି ନଥାଏ । ଅର୍ଥାତ ଗରମ କିମ୍ବା ନିଆଁ ସଂସ୍ପର୍ଶରେ ଆସିଲେ ମହୁ ଜଳିନଥାଏ । ଏଥିପାଇଁ ଆପଣ ଏହାର ସୁଦ୍ଧତା ପରୀକ୍ଷା କରିବା ପାଇଁ ତୁଳା କିମ୍ବା କପଡ଼ାକୁ ମହୁରେ ବୁଡ଼ାଇବା ପରେ ଏଥିରେ ନିଆଁ ଲଗାଇବାକୁ ପ୍ରୟାସ କରନ୍ତୁ । ଯଦି ଏହା ଜଳିଥାଏ, ତେବେ ଏହା ଅସୁଦ୍ଧ ମହୁ ନିଶ୍ଚୟ ।
ଦ୍ୱିତୀୟ ଉପାୟ
ସୁଦ୍ଧ ମହୁ ଚିହ୍ନିବା ପାଇଁ ଆଉ ଏକ ସରଳ ଓ ପ୍ରଭାବଶାଳୀ ଉପାୟ ମଧ୍ୟ ରହିଛି । କିଛି ମହୁକୁ ପାଣିରେ ମିଶାଇ ମଧ୍ୟ ଶୁଦ୍ଧତା ପରୀକ୍ଷଣ କରାଯାଇପାରିବ । ନଗୋଳାଇ ମହୁକୁ ପାଣିରେ ପକାଇଲେ ଏହା ଏକ ସ୍ୱତନ୍ତ୍ର ସ୍ତର ହୋଇ ପାଣିର ନିମ୍ନ ସ୍ତରକୁ ଚାଲିଯାଇଥାଏ । ଏବଂ ଏହାକୁ ପାଣିରେ ମିଶାଇ ଦେବା ପରେ ବି କିଛି ସମୟ ପରେ ଯଦି ନିମ୍ନ ସ୍ତରରେ ଧଳା ରଙ୍ଗର ଆସ୍ତରଣ ଦେଖଯାଏ । ତେବେ ଏହା ଅପମିଶ୍ରିତ ହୋଇଥିବା ଜଣାପଡ଼େ । ମହୁରେ ଚିନି କିମ୍ବା ଗ୍ଲୁକୋଜ ମିଶ୍ରଣ ହୋଇଥିଲେ ଏହା ନିମ୍ନସ୍ତରରେ ସ୍ଥିର ହୋଇଯାଇଥାଏ ।
ମହୁ ସେବନର ସ୍ୱାସ୍ଥ୍ୟଗତ ଲାଭ
ଥଣ୍ଡା, ସର୍ଦ୍ଦି (Cough-Cold)ଠାରୁ ଆରମ୍ଭ କରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମହୁକୁ ଘରୋଇ ଉପାଚାର ଭାବରେ ଗ୍ରହଣ କରାଯାଇଥାଏ । କାରଣ ଏହା ଆଣ୍ଟିଅକ୍ସିଡାଣ୍ଟ (Antioxidants), ଭିଟାମିନ (Vitamins) ଓ ଖଣିଜ (Minerals)ର ଅଦ୍ଭୁତ ସମାହାର । ଦୈନିକ ମହୁ ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି (Strong Immunity) ବୃଦ୍ଧି ପାଇଥାଏ । ପ୍ରାୟ ଶହେ ଗ୍ରାମ ମହୁରେ ପାଖାପାଖି ତିନିଶହ କ୍ୟାଲୋରୀ (Calorie) ମିଳିଥାଏ । ଏହାସହିତ ମହୁ ତ୍ୱଚା ପାଇଁ ମଧ୍ୟ ଉପଯୋଗୀ (Moisturising) ହୋଇଥାଏ ।