ଜାତି ପ୍ରଥା ଭାରତୀୟ ସମାଜକୁ କିପରି ପ୍ରଭାବିତ କରେ?


how did the caste system affect indian society in odia colors of life

ମାନବ ସଭ୍ୟତା ସହିତ ପ୍ରାଚୀନ କାଳରୁ ଯୋଡ଼ି ହୋଇ ରହିଛି ଜାତି ପ୍ରଥା । ପୁରାତନ ସଭ୍ୟତାରେ ମାନବ ସମାଜ ଗୋଷ୍ଠୀବଦ୍ଧ ଓ ଶୃଙ୍ଖଳିତ ହୋଇ ଜୀବନ ଧାରଣ କରିବା ପାଇଁ ମଣିଷକୁ ପରିଚୟ ପ୍ରଦାନ କରିଥିଲା ଜାତି ପ୍ରଥା । ଭାରତୀୟ ସଭ୍ୟତାରେ ବୃତ୍ତିକୁ ନେଇ ଜାତି ପ୍ରଥାର ପରିକଳ୍ପନା କରାଯାଇଥିଲା ।

ଭାରତରେ ଜାତି ପ୍ରଥାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ

ବର୍ତ୍ତମାନ ସମୟରେ ଜାତି ପ୍ରଥାକୁ ଅଯୌକ୍ତିକ ଓ ଅନାବଶ୍ୟକ ବିବେଚନା କରାଯାଉଥିଲେ ବି ସମାଜ ପାଇଁ ଏହାର ବଳିଷ୍ଠ ଅବଦାନ ରହିଛି । ଯାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଯଦିଓ ସାଧାରଣ ଅର୍ଥରେ କେବଳ ଜାତି ପ୍ରଥା ଯୋଗୁ ଭାରତରେ କୌଳିକ ବୃତ୍ତି, କୌଶଳ ଭିତ୍ତିକ ଜ୍ଞାନ ପିଢ଼ି ପରେ ପିଢ଼ିକୁ ସଂରଚିତ ହୋଇଛି । ପୁରାତନ ସମୟରେ କୌଣସି ବିଶେଷ ଜ୍ଞାନ ହାସଲ କରିବା ପାଇଁ ପରିବାର ହିଁ ଥିଲା ପ୍ରଥମ ତଥା ସାର୍ଥକ ବିଦ୍ୟାଳୟ । ଶିକ୍ଷା ଗ୍ରହଣ ପାଇଁ ସମାଜରେ ପର୍ଯ୍ୟାପ୍ତ ସୁଯୋଗ ନଥିଲା । ସ୍ଥାନୀୟ ଅଞ୍ଚଳରେ ଗୁରୁକୂଳ ମାଧ୍ୟମରେ ଜୀବନ ଧାରଣ ପାଇଁ ଆବଶ୍ୟକ ଜ୍ଞାନ ଗ୍ରହଣ କରୁଥିଲେ ବାଳ ଶିକ୍ଷାର୍ଥୀ । କିନ୍ତୁ ନବ ପିଢ଼ି ପରିବାରର କୌଳିକ ବୃତ୍ତି ଯେପରିକି ଶିଳ୍ପୀ, କାରିଗର, ସଂଗୀତ ଆଦି ଶିକ୍ଷା ନିଜ ଗୃହରେ ହିଁ ଶିକ୍ଷା ଗ୍ରହଣ କରୁଥିଲେ ।

ଜାତି ପ୍ରଥା କାହିଁକି ସୃଷ୍ଟି ହେଲା?

ପ୍ରଥମତଃ ସମାନ ଜାତିରେ ବିବାହ ପ୍ରଥା ମଧ୍ୟ ଏହି ଶିକ୍ଷାଧାରାକୁ ବଞ୍ଚାଇ ରଖିବା ପାଇଁ ଏକ ସାର୍ଥକ ମାଧ୍ୟମ ଥିଲା । କାରଣ ସମାନ ଜାତିର ଲୋକେ ସମାନ ବୃତ୍ତିକୁ ଆପଣାଇଥିବାରୁ ଏହା ପରିବାରର ଏକତା, ପରିବାରର ଅର୍ଥନୈତିକ, ସାମାଜିକ ନିରାପତ୍ତାକୁ ସୁଦୃଢ଼ କରୁଥିଲା । ଘରକୁ ବୋହୁ ହୋଇ ଆସୁଥିବା କନ୍ୟା ମଧ୍ୟ ସହଜରେ ପରିବାରର ସଦସ୍ୟ ହୋଇପାରୁଥିଲା । ଜାତି ପ୍ରଥା ବଞ୍ଚି ରହିବାର ଦ୍ୱିତୀୟତଃ କାରଣ ସାମାଜିକ ନିରାପତ୍ତା । କୌଣସି ବିପତ୍ତି ସମୟରେ ଲୋକେ ଯେତେବେଳେ ଅନ୍ୟର ସହାୟତା ଆଶା କରନ୍ତି, ସମାନ ଜାତିର ଲୋକେ ବିନାଦ୍ୱିଧାରେ ସାହାଯ୍ୟର ହାତ ବଢ଼ାଇଥାନ୍ତି । ଯାହା ଏକ ପାରସ୍ପରିକ ବୁଝାମଣା ପରି କାର୍ଯ୍ୟ କରିଥାଏ । ସମାନ ଜାତିର ଲୋକେ ଗୋଷ୍ଠୀଗତ ଭାବେ ବାସ କରିବା ଫଳରେ ସେମାନେ ସଂଘବଦ୍ଧ ହୋଇ ସାମୁହିକ ସମସ୍ୟାର ସମାଧାନ କରିଥାନ୍ତି ।

ଜାତି ପ୍ରଥାର ସ୍ତର

ବର୍ତ୍ତମାନ ସମୟରେ ବି ଜାତି ପ୍ରଥା ବଞ୍ଚି ରହିଛି । ବୃତ୍ତିଗତ ସାମର୍ଥ୍ୟ ଓ ପାରଦର୍ଶିତାକୁ ନେଇ ଜାତି ସଂରଚନା ହୋଇଥିଲେ ବି ଏହାକୁ ପରବର୍ତ୍ତୀ ସମୟରେ ଭିନ୍ନ ଅର୍ଥରେ ଗ୍ରହଣ କରିନେଇଛନ୍ତି ଜନତା । କେହି ଜାତି ପ୍ରଥାକୁ ପୂର୍ବ ପିଢିର ଅବଦାନ ଭାବେ ଗ୍ରହଣ କରିଛନ୍ତି ତ କେହି ଜାତିକୁ ନିଜ ପରିଚୟ ଭାବେ ଗ୍ରହଣ କରିଛନ୍ତି । ଯଦିଏ ଅନେକ ସ୍ଥାନରେ ଏବେ ଜାତି ପ୍ରଥା ଗୁରୁତ୍ୱହୀନ ହୋଇଯାଇଛି । କାରଣ ଜାତି ପ୍ରଥା ବଞ୍ଚି ରହିବାର ଉପରୋକ୍ତ ଦୁଇଟି ମୁଖ୍ୟ କାରଣ ଅନ୍ୟ ଉପାୟରେ ପରିପୂରଣ ହେଉଛି । ଯେକୌଣସି ଶିକ୍ଷା ଗ୍ରହଣ ପାଇଁ ଉପଯୁକ୍ତ ଶିକ୍ଷାକେନ୍ଦ୍ର ରହିବା ସହ ସାମାଜିକ ନିରାପତ୍ତା ପାଇଁ ବୀମା ପରି ବ୍ୟବସ୍ଥା ଉପଲବ୍ଧ ହେଉଛି ।

ଆଧୁନିକ ସମୟରେ ଆବଶ୍ୟକତାକୁ ନେଇ ଭିନ୍ନ ଭିନ୍ନ ଗୋଷ୍ଠୀର ଆବିର୍ଭାବ ଘଟୁଛି । କୌଣସି ରାଜନୈତିକ ଦଳର କର୍ମୀ, ସମାନ ଧରଣର ବୃତ୍ତି, ଆର୍ଥିକ ସ୍ୱାବଲମ୍ବୀ ଗୋଷ୍ଠୀ ପରି ବିଭିନ୍ନ ସଂଗଠନ ଗଢ଼ିଉଠୁଛି । ଯାହା ଜାତି ପ୍ରଥା ପରି ସମାନ ଧରଣର ଗୋଷ୍ଠୀ ନିର୍ମାଣର ସଂକେତ ବହନ କରୁଛି ।

କିନ୍ତୁ ସଂସ୍କୃତ ଶବ୍ଦ ଗୋତ୍ରକୁ ମଧ୍ୟ ଅନେକ ଜାତି ବାଚକ ମନେକରିଥାନ୍ତି । ଦୁର୍ଭାଗ୍ୟବଶତ ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ଭାରତୀୟ ସମାଜର ମୂଳଭିତ୍ତିକୁ ଆଜି ଅଧିକାଂଶ ଭାରତୀୟ ଗ୍ରହଣ କରିପାରୁନାହାଁନ୍ତି । ଉଦାହରଣ ସ୍ୱରୂପ ରାମାୟଣରେ ହନୁମାନ ଏବଂ ରାଜା ସୁଗ୍ରୀବ ବାନର ଜାତିର ହୋଇଥିବାବେଳେ ରାବଣ, ବିଭୀଷଣ ରାକ୍ଷସ ଜାତିର ଥିଲେ । କିନ୍ତୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମା ସୀତା ମାନବ ଜାତିର ଥିଲେ ।

ଭାରତରେ ଜାତି ପ୍ରଥାର ଗୁରୁତ୍ୱ

ତତ୍କାଳୀନ ସମୟରେ ଆବଶ୍ୟକତାକୁ ନେଇ ଭାରତୀୟ ସମାଜରେ ମୁଖ୍ୟତ ଚାରିଟି ଜାତି (ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର)ରେ ବିଭାଗୀକରଣ ହୋଇଥିଲା । ଏହା ବଂଶ ଆଧାରରେ ବର୍ଗୀକୃତ ହୋଇନଥିଲା ବରଂ କର୍ମ ଆଧାରରେ ବର୍ଗୀକୃତ ହୋଇଥିଲା । କିନ୍ତୁ ଏବେବି ବିଦେଶୀଙ୍କ ସମେତ ଅନେକ ଭାରତୀୟ ଜାତି ପ୍ରଥାକୁ ହିନ୍ଦୁ ଧର୍ମ ସହିତ ଯୋଡ଼ିଥାନ୍ତି ।

ପ୍ରାଚୀନ ଭାରତରେ ଧର୍ମ ନୁହେଁ, ସମାଜ ପାଇଁ ଶୃଙ୍ଖଳାର ମାଧ୍ୟମ ଥିଲା ଜାତି । ସମାଜ ଏବଂ ଧର୍ମର ପାର୍ଥକ୍ୟକୁ ବୁଝିନପାରି ଅନେକ ଜାତି ପ୍ରଥାକୁ ଧର୍ମ ସହିତ ଯୋଡ଼ିଥାନ୍ତି । ଏପରିକି ଭାରତୀୟ ସଂସ୍କୃତିର ସାର୍ଥକ ସୃଷ୍ଟି ରାମାୟଣ ଓ ମହାଭାରତର ବିଭିନ୍ନ ଚରିତ୍ରକୁ ନେଇ ମଧ୍ୟ ଲୋକେ ବିଭ୍ରାନ୍ତ ହୋଇଥାନ୍ତି । ଯେପରିକି ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଏକ ପତ୍ନୀ ଥିବାବେଳେ ମହାଭାରତରେ ଶ୍ରୀକୃଷ୍ଣଙ୍କ ୮ ପତ୍ନୀ ଥିଲେ । ହିନ୍ଦୁ ଧର୍ମରେ ବିବାହକୁ ନେଇ କେବେବି କୌଣସି ପ୍ରଥା ନଥିଲା । ଏକ ବିବାହ କିମ୍ବା ବହୁବିବାହ ସେହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଜରେ ପ୍ରଚଳିତ ଥିଲା ।

ପ୍ରାଚୀନ କାଳରେ ଭାରତୀୟ ସମାଜର ଆବଶ୍ୟକତା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସାଂସ୍କୃତିକ ସୁରକ୍ଷା ପାଇଁ ବ୍ରାହ୍ମଣ, ଶାସନ ଓ ସୁରକ୍ଷା ପାଇଁ କ୍ଷତ୍ରୀୟ, ବ୍ୟବସାୟ ପାଇଁ ବୈଶ୍ୟ ଓ କର୍ମ ସଂପାଦନ ପାଇଁ ଶୁଦ୍ର ବର୍ଗ ନିର୍ଦ୍ଧାରଣ କରାଯାଇଥିଲା । ସମସ୍ତ ବର୍ଗ ନିଜ ଦାୟିତ୍ୱ ପୂରଣକୁ ନେଇ ଯତ୍ନବାନ ଥିଲେ ।

ହିନ୍ଦୁ ଭାରତୀୟ ଜୀବନଧାରାର ସମାନ ଅର୍ଥକ ଶବ୍ଦ

ଅନ୍ୟ ଧର୍ମ ସହିତ ସମାନ ଭାବେ ହିନ୍ଦୁତ୍ୱକୁ ତୁଳନା କରାଯାଉଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ହିନ୍ଦୁ ଭାରତୀୟ ଜୀବନଧାରାର ସମାନ ଅର୍ଥକ ଶବ୍ଦ, କିନ୍ତୁ ଏହାକୁ ଧର୍ମ ମନେକରି ତୁଳନା କଲେ ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ । ହିନ୍ଦୁ ଶବ୍ଦ ଜୀବନ ଧର୍ମକୁ ଦର୍ଶାଇଥାଏ, ଯାହାକୁ ସନାତନ ଧର୍ମ କୁହାଯାଏ । ବାସ୍ତବରେ ଏହା ଏକ ଭୌଗଳିକ ପରିଚୟ । ବିଶ୍ୱବାସୀଙ୍କ ପାଇଁ ଯାହା ମଙ୍ଗଳକର, ତାକୁ ହିଁ କର୍ତ୍ତବ୍ୟ ଭାବେ ଗ୍ରହଣ କରିବାକୁ ଶିକ୍ଷା ଦେଇଥାଏ ।

ଭାରତରେ ଜାତି ପ୍ରଥାକୁ ଅନେକ ଧର୍ମ ସହିତ ଯୋଡୁଥିବାବେଳେ ଭାରତୀୟ ଶାସ୍ତ୍ର, ପୁରାଣରେ ଏହାକୁ ସାମାନ୍ୟ ସ୍ଥାନ ମିଳିଛି । ମୁଖ୍ୟ ବେଦରେ ଏହାର ବର୍ଣ୍ଣନା ନଥିଲେ ବି  ଋକ୍ ବେଦର ଅନ୍ତିମ (ଦଶମ) ପୁସ୍ତକର ୯୦ ତମ ପଦରେ, ଯାହାକୁ ପୁରଷା ସୁକ୍ତମ୍ କୁହାଯାଏ, ସେଥିରେ ସନ୍ନିବିଷ୍ଠ ହୋଇଛି । ଯେଉଁଥିରେ ପ୍ରତି ବର୍ଣ୍ଣର କାର୍ଯ୍ୟ ଉଲ୍ଲେଖ ରହିଛ ।

 “ब्राह्मणोऽस्य मुखमासीद् बाहू राजन्यः कृतः। ऊरू तदस्य यद्वैश्यः पद्भ्या शूद्रो अजायत॥”

“(Brahmanosya mukhamaaseed baahu raajanyah kritah | Ooroo tadasya yadvaishyah padbhya shudro ajayata)

ଅନ୍ୟ ଏକ ସ୍ପଷ୍ଟ ଉଦାହରଣ ସ୍କନ୍ଦ ପୁରାଣର ନଗର କାଣ୍ଡରେ (ଭଲ୍ୟୁମ୍ ୧୮, ବୁକ୍ ୬, ନାଗର କାନ୍ଦା, ଅଧ୍ୟାୟ ୨୩୯, ପଦ ୩୧) ରହଛି । ଯେଉଁଥିରେ ବର୍ଣ୍ଣକୁ କର୍ମ ଆଧାର ଭାବେ ବର୍ଣ୍ଣନା କରାଯାଇଛି । ଜନ୍ମରେ ଶୁଦ୍ର ହୋଇଥିଲେ ବି ଜଣେ ଉଚ୍ଚ ଗୁଣ ଓ ଉଚ୍ଚ କର୍ମ କରି ନିଜର ବର୍ଣ୍ଣ ପରିବର୍ତ୍ତନ କରିବାକୁ ସକ୍ଷମ ବୋଲି କୁହାଯାଇଛି ।

“जन्मना जायते शूद्रः संस्कारात् द्विज उच्यते।”

“(Janmanaa jaayate shudrah sanskaaraat dvija uchyate)”

୪ ବର୍ଗର କର୍ମ ଓ ୩ ପ୍ରକାରର ଗୁଣ ଉପରେ ହିଁ ମାନବ ବର୍ଣ୍ଣ ବା ଜାତି ନିର୍ଭର କରିଥାଏ । ସାତ୍ତ୍ୱିକ, ରାଜସ ଓ ତାମସ ମଧ୍ୟରୁ ମାନବ ଯେକୌଣସି ଗୁଣକୁ ଆଦରି ପାରିବ । ଏଥିପାଇଁ ସମାଜରେ କୌଣସି ବାଧ୍ୟତାମୂଳକ ନଥିଲା । ସମାଜ କେବଳ ଉଚ୍ଚ ଜାତିକୁ  ହିଁ ସମ୍ମାନ ଦେଉଥିବା କଥା ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଉପରେ ଆଧାରିତ । କାରଣ ଅନେକ ପ୍ରସିଦ୍ଧ ହିନ୍ଦୁ ସନ୍ଥ ନିମ୍ନ ଜାତିର ହୋଇଥିଲେ ବି ସମାଜ ତାଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରିଥିଲା । ଉଦାହରଣ ସ୍ୱରୂପ ରାମାୟଣ ରଚୟିତା ବାଲ୍ମିକୀ, ମହାଭାରତ ରଚୟିତା ବ୍ୟାସଦେବ ମଧ୍ୟ ନିମ୍ନ ଜାତିର ଥିଲେ ।

ଉପନିଷେଦରେ ମଧ୍ୟ ସମାଜର ସମସ୍ତ ବର୍ଣ୍ଣର କର୍ମ ବିଷୟରେ ଉଲ୍ଲେଖ ରହିଛି ।

“यः कश्चिदात्मानमद्वितीयं जातिगुणक्रियाहीनं(yah kaschidaatmaanamadvitiyam jaatigunakriyaheenam)”

Share this

Leave a Reply

Your email address will not be published. Required fields are marked *

You cannot copy content of this page