କ୍ଷୀର ଶରୀର ପାଇଁ କେତେ ଯେ ପୁଷ୍ଟିକର ଏକଥା କାହାକୁ ଅଛପା ନାହିଁ । ପିଲାଦିନରୁ ଆମେ ଶୁଣିଛନ୍ତି କ୍ଷୀର ପିଇବା ଶରୀର ପାଇଁ କେତେ ମହତ୍ୱପୂର୍ଣ୍ଣ । କିନ୍ତୁ ଆପଣ ଜାଣନ୍ତି କି କ୍ଷୀର ପିଇବା ପରେ ତୁରନ୍ତ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ । ଏପରି ଅନେକ ଖାଦ୍ୟ ରହିଛି ଯାହାକୁ କ୍ଷୀର ପିଇବା ପରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ବେଳେବେଳେ ଏହା ସାଂଘାତିକ ମଧ୍ୟ ହୋଇପାରେ । ଏବେ ଜାଣିନିଅନ୍ତୁ କ୍ଷୀର ପିଇବା ପରେ କେଉଁ ଖାଦ୍ୟ ତୁରନ୍ତ ଖାଇବା ଠିକ ନୁହେଁ ।
କ୍ଷୀର ପିଇବା ପରେ ତୁରନ୍ତ ଖାଆନ୍ତୁ ନାହିଁ ଏହି ଖାଦ୍ୟ
ଲେମ୍ବୁ
ବିରି ଡାଲି
ମୂଳା
ଆମିଷ (ମାଛ, ମାଂସ, ଅଣ୍ଡା)
ଲେମ୍ବୁ (Lemon)
କ୍ଷୀର ପିଇବା ପରେ ତୁରନ୍ତ ଲେମ୍ବୁ ଖାଇବାକୁ ବାରଣ କରାଯାଏ । କାରଣ ଲେମ୍ବୁ ଖଟା ହୋଇଥିବାରୁ ଏହା ପେଟରେ କ୍ଷୀର ସହିତ ମିଶି ଗ୍ୟାସ ସୃଷ୍ଟି କରିଥାଏ । ଏହା ଫଳରେ ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ପରି ସମସ୍ୟା ଦେଖାଦେଇଥାଏ । ତେଣୁ କ୍ଷୀର ପିଇବାର ଅତି କମରେ ୪ ଘଣ୍ଟା ଯାଏ ଲେମ୍ବୁ ସମେତ ଅନ୍ୟ କୌଣସି ଖଟା ଖାଦ୍ୟ ଖାଇବା ଉଚିତ ନୁହେଁ ।
ବିରି ଡାଲି (Urad dal)
ବିରି ଡାଲି ଖାଇବା ପୂର୍ବରୁ କିମ୍ବା ପରେ ତୁରନ୍ତ କ୍ଷୀର ଖାଇଲେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ହଜମ ସମସ୍ୟା ସହିତ ଫୁଡ ପଏଜନିଂ, ବାନ୍ତି ସହତି ଏହା ହୃଦଘାତ ଆଶଙ୍କା ମଧ୍ୟ ବଢ଼ାଇ ଦେଇଥାଏ ।
ମୂଳା (Radish)
ମୂଳା ଖାଇବା ପୂର୍ବରୁ କିମ୍ବା ପରେ ମଧ୍ୟ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ମୂଳାରେ ଅକ୍ସାଲିକ (oxalic), ମାଲିକ (malic), ମଲୋନିକ (malonic) ସହିତ ଏରିଥୋରବିକ (erythorbic) ପରି ଏସିଡ ରହିଥିବାରୁ ଏହା କ୍ଷୀର ସହିତ ମିଶି ବିଷାକ୍ତ ହୋଇଯାଇଥାଏ । ଏହାଦ୍ୱାରା ଚର୍ମ ରୋଗ ଆଶଙ୍କା ଦେଖାଦେଇଥାଏ ।
ଆମିଷ (Nonvege)
ମାଛ, ମାଂସ କିମ୍ବା ଅଣ୍ଡା ଖାଇବା ପୂର୍ବରୁ କିମ୍ବା ପରେ କ୍ଷୀର ପିଇଲେ ଗ୍ୟାସ, ଆଲର୍ଜି ପରି ସମସ୍ୟା ଦେଖା ଦେଇଥାଏ । କେବଳ ଏତିକି ଖାଦ୍ୟ ନୁହେଁ, ଏପରି ଅନେକ ଖାଦ୍ୟ ରହିଛି, ଯାହାକୁ କ୍ଷୀର ସହିତ ଖାଇବା ସ୍ୱାସ୍ଥ୍ୟ ପାଇ କ୍ଷତିକାରଣ । ଏହାର ମୁଖ୍ୟ କାରଣ କ୍ଷୀର ଉଚ୍ଚ ପ୍ରୋଟିନଯୁକ୍ତ ଖାଦ୍ୟ । ତେଣୁ ଅନ୍ୟ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ପୂର୍ବରୁ ବା ପରେ କ୍ଷୀର ସେବନ ଶରୀର ପାଇ କ୍ଷତିକାରକ ।