ସନାତନ ସଂସ୍କୃତିରେ ଗୁରୁ ପୂର୍ଣ୍ଣିମାର ମହତ୍ୱ


guru-purnima-history-and-significance-in-odia-colors-of-life_11zon

Guru purnima history and significance in odia: ଗୁରୁ ପୂର୍ଣ୍ଣିମା ଅର୍ଥାତ ଅନ୍ଧକାରରୁ ଆଲୋକ, ଅଜ୍ଞନତାରୁ ଜ୍ଞାନ ଏବଂ ଆତ୍ମସ୍ୱାଭିମାନ ଜାଗ୍ରତ କରୁଥିବା ସର୍ବୋଚ୍ଚ ଗୁରୁଙ୍କ ପ୍ରତି ନମନର ଦିବସ, କୃତଜ୍ଞତା ପ୍ରକାଶର ଅବସର । ଯେଉଁମାନେ ଆତ୍ମଜ୍ଞାନ ପ୍ରଦାନ କରିବା ସହ ଜୀବନ ଯାତ୍ରାରେ ଆମକୁ ମାର୍ଗଦର୍ଶନ କରାନ୍ତି, ସେମାନେ ଗୁରୁ ହିଁ ଅଟନ୍ତି ।

ଗୁରୁ ପୂର୍ଣ୍ଣିମାର ମହତ୍ୱ

ଆଷାଢ ମାସର ପୂର୍ଣ୍ଣିମାକୁ ଭାରତୀୟ ପରମ୍ପରାରେ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଆଜିର ଦିନରେ ଦେବ ଦେବ ମହାଦେବ ସପ୍ତଋଷିଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିଥିଲେ । ସେହି ପବିତ୍ର ଦିବସର ସ୍ମରଣରେ ଭାରତରେ ପାଳିତ ହୋଇଥାଏ ଗୁରୁ ପୂର୍ଣ୍ଣିମା । ଏଦି ଦିବସର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଏହି ଦିନରେ ମହାଭାରତ ରଚୟିତା କୃଷ୍ଣ ଦ୍ୱିପାୟନ ବେଦବ୍ୟାସ ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି ଦିନରେ ଗୁରୁଙ୍କ ପାଦୁକା ପୂଜା କରିବାର ବିଧି ରହିଛି ।

ବୈଦିକ ଶାସ୍ତ୍ର ଅନୁସାରେ ଦୀର୍ଘ ବର୍ଷରେ ଧ୍ୟାନ ସାଧନା ପରେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଦିବସ ( ଜୁନ ୨୧)ରେ ମହାଦେବ ଆଦିଯୋଗୀଙ୍କର ଚକ୍ଷୁ ଉନ୍ମିଳିତ ହୋଇଥିଲା । ଏହାପରେ ଋଷିଙ୍କ ସହିତ କଥା ହୋଇଥିଲେ ମହାଦେବ । ଜୀବନ ରହସ୍ୟ ଜାଣିବାକୁ ସପ୍ତଋଷିଙ୍କ ଅନୁରୋଧ କ୍ରମେ ଗୁରୁ ପୂର୍ଣ୍ଣିମାଠାରୁ ମହାଦେବ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଜୀବନକୁ ଉତ୍ତରିତ ସୋପାନରେ ପହଞ୍ଚାଇବା ପାଇଁ ମହାଦେବ ୧୧୨ଟି ମାର୍ଗ ଦର୍ଶନ କରାଇଥିଲେ । ଯାହାପରେ ସାରା ବିଶ୍ୱକୁ ମିଳିଥିଲା ଯୋଗ ଦର୍ଶନ ଓ ଯୋଗ ଶିକ୍ଷା । କଠୋର ସାଧନା ପରେ ସପ୍ତଋଷି ଯୋଗ ଜ୍ଞାନକୁ ଆୟତ କରିଥିଲେ ।

ଭାରତର ସନାତନ ସଂସ୍କୃତିରେ ଗୁରୁ ସର୍ବୋଚ୍ଚ ଆତ୍ମା ​​ଭାବରେ ପରିଗଣିତ, ଯାହା କେବେ ବି ନଷ୍ଟ ହୋଇପାରିବ ନାହିଁ । ସେଥିପାଇଁ ଆମେ ଗୁରୁଙ୍କୁ ଜଣେ ବ୍ୟକ୍ତି ଭାବରେ ନୁହେଁ ବରଂ ଏକ ଚିନ୍ତାଧାରା ଭାବରେ ଗ୍ରହଣ କରିଥାଉ । ଗୁରୁ ଶବ୍ଦର ମହାନତା ଏହି ଦୁଇଟି ଅକ୍ଷରରେ ହିଁ ରହିଛି। ସଂସ୍କୃତରେ, ‘ଗୁ’ ଅର୍ଥ ଅନ୍ଧକାର (ଅଜ୍ଞତା) ଏବଂ ‘ରୁ’ ଅର୍ଥ ଅପସାରଣକାରୀ । ଅର୍ଥାତ୍ ଗୁରୁ ହିଁ ଆମ ଜୀବନରୁ ଅନ୍ଧକାର ଦୂର କରିବାରେ ସାହାଯ୍ୟ କରନ୍ତି । ଭାରତୀୟ ସଂସ୍କୃତିରେ ଗୁରୁଙ୍କ ଭୂମିକା ସର୍ବଦା ମାର୍ଗଦର୍ଶନ କରାଇବା ସହ ସମାଜ ସଂସ୍କାର ଓ କ୍ରାନ୍ତିର ଦିଶା ଦର୍ଶନ କରାଇଥାଆନ୍ତି ।

ଭାରତର ପ୍ରତ୍ୟେକ ପର୍ବ ପାଇଁ ନିର୍ଦ୍ଦିଷ୍ଟ ତିଥି ଧାର୍ଯ୍ୟ ହୋଇଥାଏ । ପ୍ରତି ତିଥିର ମଧ୍ୟ ସ୍ୱତନ୍ତ୍ର ସନ୍ଦେଶ ରହିଛି । ଗୁରୁ ପୂର୍ଣ୍ଣିମା ତିଥି ମଧ୍ୟ ସମାଜ ପାଇଁ ଏକ ବାର୍ତ୍ତା ଦେଉଛି ।

Share this

Leave a Reply

Your email address will not be published. Required fields are marked *