ନୂଆବର୍ଷରେ ୫ ନୂଆ ସଂକଳ୍ପ | Best 5 New Year Resolution Ideas


new-year-resolution-ideas-colors-of-life

ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ସମୟର ପୁରୁଣା ରାସ୍ତାରେ ପୁଣି ଗଡ଼ିବା ଆରମ୍ଭ କରିଛି ଜୀବନ ଗାଡ଼ି। ନୂଆବର୍ଷରେ ଆପଣ କିଛି ନୂଆ କରିବାକୁ ଇଚ୍ଛା କରୁଛନ୍ତି କି…ଅଛି କି ଆପଣଙ୍କ ଭିତରେ କିଛି ନୂଆ କରିବାର ସଙ୍କଳ୍ପ…ଖୋଜୁଛନ୍ତି କି ନୂଆ ଉପାୟ…ତେବେ ଏହି ଭିଡିଓ ଆପଣଙ୍କ ପାଇଁ … ବାସ୍ ଏହି ଭିଡିଓରେ ମୁଁ ଏପରି ୫ଟି ଉପାୟ ଆପଣଙ୍କୁ ଜଣାଇବି…ଯାହାକୁ ଆପଣ ଆଦରି ନେଲେ ନୂଆବର୍ଷ ସତରେ ଆପଣଙ୍କ ଜୀବନକୁ ନୂତନତ୍ୱରେ ପରିପୂର୍ଣ୍ଣ କରିବ । ଏକଥା ମୁଁ ଜୋର ଦେଇ କହିବି ।

New Year Resolution Ideas

ଏବେ ଜାଣି ନିଅନ୍ତୁ କଣ ହୋଇପାରେ ଆପଣଙ୍କ

ନ୍ୟୁ ୟର ରିଜୋଲୁସନ ଆଇଡିଆ | New Year Resolution Ideas

ଆରମ୍ଭ କରନ୍ତୁ ମେଡିଟେସନ | Start a Meditation Practice

ବାସ୍ ଆଜିଠାରୁ ଆରମ୍ଭ କରନ୍ତୁ ମେଡିଟେସନ |
ଏହା ଏପରି କୌଣସି କାର୍ଯ୍ୟ ନୁହେଁ, ଯାହା ଆପଣଙ୍କୁ କଷ୍ଟ ଦେବ । ପ୍ରକୃତ ଅର୍ଥରେ କୌଣସି ବି କାର୍ଯ୍ୟ ନକରି ଗୋଟିଏ ନିର୍ଦ୍ଦିଷ୍ଟ ମୁଦ୍ରାରେ ବସିରହିବାକୁ ଧ୍ୟାନ ବା ମେଡିଟେସନ କୁହାଯାଏ । କେବଳ ଆପଣଙ୍କ ଶ୍ୱାସକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ପ୍ରଥମେ 3ଟି ଦୀର୍ଘ ଶ୍ୱାସ ନିଅନ୍ତୁ ଏହାପରି ଲକ୍ଷ୍ୟ ରଖନ୍ତୁ କିପରି ପ୍ରଶ୍ୱାସରେ ବାୟୁ ଆପଣଙ୍କ ଶରୀର ମଧ୍ୟକୁ ପ୍ରବେଶ କରୁଛି, ଏବେ ନିଶ୍ୱାସରେ କିପରି ଶରୀରରୁ ବାୟୁ ନିର୍ଗତ ହେଉଛି । କିଛି କ୍ଷଣ କେବଳ ଶ୍ୱାସକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିଲେ, ଶରୀର ଗଠନରେ ପଞ୍ଚଭୂତ ମଧ୍ୟରେ ବାୟୁକୁ କାହିଁକି ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଏ , ଆପଣ ଅନୁଭବ କରିପାରିବେ । ଏବେ ଏହି ସାଧାରଣ କ୍ରିୟା ଆପଣଙ୍କୁ ଅନେକ ଅସାଧାରଣ ଅନୁଭୁତି ଆଣିଦେବ । ଆପଣଙ୍କୁ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପ୍ରଦାନ କରିବ ମେଡିଟେସନ । ନୂଆବର୍ଷରେ ନୂଆ ସଂକଳ୍ପ ଭାବେ ଆଜି ହିଁ ଆରମ୍ଭ କରନ୍ତୁ ମେଡିଟେସନ ।

ଖେଳିବାକୁ କରନ୍ତୁ ପ୍ରତିଜ୍ଞା | Play More

ନୂଆବର୍ଷରେ ଆଜିଠାରୁ ଆରମ୍ଭ କରନ୍ତୁ ନୂଆ ସଂକଳ୍ପ । ପ୍ରତିଦିନ କିଛି ସମୟ ଖେଳିବାକୁ କରନ୍ତୁ ପ୍ରତିଜ୍ଞା । ସେ ଯେକୌଣସି ଖେଳ ହେଉ ନା କାହିଁକି । ପ୍ରତିଦିନ ଖେଳିବା ପାଇଁ ବାହାର କରନ୍ତୁ ସମୟ । ଆଜି ସମୟ ନାହିଁ କହି ଟାଳିଦେଲେ ମନେରଖନ୍ତୁ କାଲି ବି ସମୟ ମିଳିବନି କିନ୍ତୁ ଏ ସମୟ ନିଶ୍ଚୟ ଆସିବେ ଯେତେବେଳେ ଆପଣଙ୍କ ହାତରେ ଆଉ ସମୟ ନଥିବ । ଶରୀରରୁ ସ୍ୱେଦ ନିର୍ଗତ ହେବାର ଲାଭ ଆପଣ ଯକୌଣସି ବୟସ୍କ ବ୍ୟକ୍ତିଙ୍କୁ ଦେଖିଲେ ନିଶ୍ଚୟ ଜାଣିପାରିବେ । ତେଣୁ ନିଜ ଜୀବନର ଦାୟିତ୍ୱ ନିଜ ହାତକୁ ନିଅନ୍ତୁ । ନିଜ କାର୍ଯ୍ୟକୁ ଶୃଙ୍ଖଳିତ କରନ୍ତୁ ଆଉ ଖେଳିବା ପାଇଁ ପ୍ରତିଦିନ କିଛି ସମୟ ନିଶ୍ଚୟ ବାହାର କରନ୍ତୁ । ଖେଳ ପଡ଼ିଆ ଯାଇ ସାଥି ନଖୋଜି ନିଜ ପରିବାର ସଦସ୍ୟଙ୍କୁ ହିଁ ଖେଳ ସାଧି ବନାଇ ଦିଅନ୍ତୁ । ବାସ୍ ଆପଣ ଖେଳିଲେ , ଜୀବନ ଆପଣଙ୍କ ସହ ଖେଳିବନି ବରଂ ଦର୍ଶକ ସାଜି ଆପଣଙ୍କ ଖେଳକୁ ଦେଖିବ ହିଁ ଦେଖିବ ।

ନମ୍ବର ତିନି ଖାଦ୍ୟ କମାନ୍ତୁ | Eat Fewer Calories

ନୂଆବର୍ଷରେ ନୂଆ ସଂକଳ୍ପ ନିଅନ୍ତୁ ଖାଦ୍ୟ କମାନ୍ତୁ । ଆପଣଙ୍କ ବୟସ ଯଦି 30 ବର୍ଷରୁ ଅଧିକ ତେବେ ଆଜି ହିଁ ହିସାବ କରିନିଅନ୍ତୁ ଆପଣ ଦିନକୁ କେତେ ଖାଦ୍ୟ ଗ୍ରହଣ କରୁଛନ୍ତି । ଆଜିଯାଏ ଆପଣ ଖାଇଥିବା ଟନ ଟନ ଓଜନର ଖାଦ୍ୟ ଗଲା କୁଆଡେ । ଆପଣଙ୍କୁ ଏକଥା କହିବାର କାରଣ ଆଜି ଆପଣ ଯାହାକୁ ଆପଣଙ୍କ ଶରୀର ବୋଲି କହୁଛନ୍ତି ଏହା ହେଉଛି ସେହି ଖାଦ୍ୟର ପରିଣାମ । ହୋଇପାରେ ଆପଣ ନିଜ ଶରୀରକୁ ଯେଉଁପରି ରୂପରେ ଦେଖିବାକୁ ଚାହୁଁଛନ୍ତି, ଏବେ ଆପଣଙ୍କ ଶରୀର ସେହି ଅବସ୍ଥାରେ ନାହିଁ …ଏହାର କାରଣ ବି ଆପଣ ଗ୍ରହଣ କରିଥିବା ଖାଦ୍ୟ । ଏକଥା ସତ୍ୟ ନିଶ୍ଚୟ ଆପଣ ପୃଥୁଳ ହୋଇ ଜନ୍ମ ହୋଇନଥିଲେ । ଶରୀରର ଆବଶ୍ୟକତାକୁ ଅବଜ୍ଞା କରି ଆପଣ କେବଳ ଜିହ୍ୱା ଲାଳସା ମେଣ୍ଟାଇବାର ପରିଣାମ ହେଉଛି ଆପଣଙ୍କ ଶରୀର । ମୋଟାପଣ, କୋଷ୍ଠକାଠିନ୍ୟ, ଆଳସ୍ୟ ସହିତ ଅଧିକାଂଶ ରୋଗର କାରଣ ଅତ୍ୟଧିକ ଖାଦ୍ୟ ଗ୍ରହଣ । ଏକଥା ଆପଣ ଜାଣିଛନ୍ତି ନିଶ୍ଚୟ ୨୫ରୁ ୩୦ ବର୍ଷ ବୟସ ପରେ ଶରୀର ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକତା ଶେଷ ହୋଇଯାଇଥାଏ । କେବଳ ଜୀବନ ଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ଥାଏ । ତେଣୁ ଆଜି ନୂଆବର୍ଷରେ ନୂଆ ସଂକଳ୍ପ ନିଅନ୍ତୁ । ୫୦ ପ୍ରତିଶତ ଯାଏ ଖାଦ୍ୟ କମାନ୍ତୁ । ସଚେତନ ଭାବେ ଖାଦ୍ୟ ଗ୍ରହଣ କରନ୍ତୁ । ହୋଇପାରେ ନୂଆବର୍ଷର ଏହି ନୂଆ ସଂକଳ୍ପ ଆପଣଙ୍କ ଜବନକୁ ନୂଆ ରଙ୍ଗରେ ରଙ୍ଗୀନ କରିବ ।

ପ୍ରକୃତି କୋଳରେ ସମୟ ବିତାନ୍ତୁ | Spend More Time In Nature

ନୂଆବର୍ଷରେ ନିଅନ୍ତୁ ନୂଆ ସଂକଳ୍ପ । ପ୍ରତିଦିନ ପ୍ରକୃତି କୋଳରେ କିଛି ସମୟ ବିତାଇବାକୁ କରନ୍ତୁ ଦୃଢ଼ ପ୍ରତିଜ୍ଞା । ମାଟି, ଜଳ, ବାୟୁ, ଅଗ୍ନି ଓ ଆକାଶ…ପଞ୍ଚଭୂତରେ ଗଢ଼ା ଶରୀର ପ୍ରକୃତିରୁ ହିଁ ସୃଷ୍ଟି । ତେଣୁ ପ୍ରକୃତିର ଆବେଦନକୁ ଆଦରି ନିଅନ୍ତୁ, ପ୍ରକୃତି ପ୍ରତି ସମ୍ବେଦନଶୀଳ ହୁଅନ୍ତୁ । ବାସ ପ୍ରତିଦିନ କେବଳ ପ୍ରକୃତି କୋଳରେ କିଛି ସମୟ ବିତାଇଲେ ଆପଣ ପ୍ରକୃତିକୁ ବୁଝିପାରିବେ । ଆପଣଙ୍କ ନିଜ ଶରୀର ପରି ପ୍ରକୃତିର ଯନ୍ତ୍ରଣାକୁ ମଧ୍ୟ ଦୃଦୟଙ୍ଗମ କରିପାରିବେ । ଏହାକୁ ସମୟ ନଷ୍ଟ ବୋଲି ଭାବନ୍ତୁ ନାହିଁ । ଏହା ହେଉଛି ନେଚର ହିଲିଂ । ଯାହା ଆପଣଙ୍କ ଶରୀରର ସମସ୍ତ ମୂଳତତ୍ୱକୁ ସୁଦ୍ଧ କରିବ । ଏହାସହିତ ଆପଣଙ୍କ ମାନସିକ ଅବସାଦକୁ ସମ୍ପୂର୍ଣ୍ଣ ଦୂର କରିବ ନିଶ୍ଚୟ ।

ବାସ୍ତବତାକୁ ଗ୍ରହଣ କରନ୍ତୁ | Enjoy the Little Things

ନୂଆବର୍ଷରେ ନୂଆ ସଂକଳ୍ପ କରନ୍ତୁ । ତୁଳନାତ୍ମକ ଭାବନାକୁ ତ୍ୟାଗ କରି ବାସ୍ତବତାକୁ ଗ୍ରହଣ କରନ୍ତୁ । ବଡ଼-ସାନ, ଧନୀ-ଗରିବ, ଉଚ୍ଚ-ନୀଚ୍ଚ, ସୁଦ୍ଧ-ଅସୁଦ୍ଧ ଆଦି ତୁଳନାତ୍ମକ ଭାବନା ହିଁ ଆପଣଙ୍କ ଅନ୍ତରକୁ ଗର୍ବ କିମ୍ବା ହିନମନ୍ୟତାରେ ଭରିଥାଏ । ଯାହା ଫଳରେ ବାସ୍ତବ ଜୀବନକୁ ଆପଣ ଦର୍ଶନ କରିପାରନ୍ତି ନାହିଁ । ବହୁ ବହୁ ଆଶା ପୂରଣ ଆଶାରେ ଜୀବନକୁ ନିରାଶାରେ ଭରିଦିଅନ୍ତି । ନୂଆବର୍ଷରେ ନିଜ ମନକୁ ନୂଆ ରୂପରେ ଗଠନ କରନ୍ତୁ । କାହାଠାରୁ ବଡ଼ ବା କାହାଠାରୁ ସାନ ଭାବରେ ନିଜକୁ ଗ୍ରହଣ କରନ୍ତୁ ନାହିଁ । ବାସ ନିଜକୁ ପୂର୍ଣ୍ଣାଙ୍ଗ ଜୀବନ ଭାବେ ଗ୍ରହଣ କରନ୍ତୁ । ନିଜ କର୍ମକୁ ସାଧ୍ୟମତେ ସମ୍ପନ୍ନ କରିବାକୁ ପ୍ରୟାସ କରନ୍ତୁ କିନ୍ତୁ ଅନ୍ୟପରି କରିବା ଇଛାରୁ ବିରତ ରୁହନ୍ତୁ । ଜୀବନରେ ପ୍ରତି ମୂହୂର୍ତ୍ତକୁ ଉପଭୋଗ କରନ୍ତୁ । କାରଣ ଆପଣ ଏବେ ବିତାଇଥିବା ମୂହୂର୍ତ୍ତ ଆଉ ଥରେ ଆପଣଙ୍କ ଜୀବନକୁ ଫେରିବନି । ଅନ୍ୟ ପ୍ରତି ଇର୍ଷା, ଦ୍ୱେଷ, ଘୃଣା ଆପଣଙ୍କ ଅନ୍ତରରେ ହିଁ ବିଷ ଭରିଥାଏ । ଯାହାର ପରିଣାମ ଆପଣଙ୍କୁ ହିଁ ଭୋଗିବାକୁ ପଡ଼ିବ । ନିଜ ମାନସିକତାର ପୁନଃନିର୍ମାଣ କରନ୍ତୁ । ନିଜ ଭାବନାକୁ ନିୟନ୍ତ୍ରଣ କରନ୍ତୁ । ଜୀବନକୁ ଉପଭୋଗ କରନ୍ତୁ ।

ନୂଆବର୍ଷର ଏହି ସଂକଳ୍ପ ମଧ୍ୟରୁ ଆପଣ କେଉଁ ସଂକଳ୍ପ ନେବାକୁ ଇଚ୍ଛା କରିବେ, କମେଣ୍ଟ କରି ମୋତେ ନିଶ୍ଚୟ ଜଣାନ୍ତୁ ।

Share this

Leave a Reply

Your email address will not be published. Required fields are marked *