ପ୍ରତି ୨ ସେକେଣ୍ଡରେ ଜଣଙ୍କର ମୃତ୍ୟୁ! ଆଳସ୍ୟ ନେଉଛି ଜୀବନ- WHO


every-two-seconds-one-person-dies-of-a-noncommunicable-diseases

ଆଳସ୍ୟ ନେଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ରିପୋର୍ଟରୁ ଏପରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଭାରତ ସମେତ ଅନ୍ୟ ମଧ୍ୟମ ଓ କମ୍ ଆୟକାରୀ ବର୍ଗରେ ଥିବା ଦେଶ ଗୁଡ଼ିକରେ ପ୍ରତି ୨ ସେକେଣ୍ଡରେ ଜଣଙ୍କ ଜୀବନ ନେଉଛି ND ବା ନନକମ୍ୟୁନିକେବଲ୍ ଡିଜିଜ।

ଆଳସ୍ୟ, ମାଦକଦ୍ରବ୍ୟ ସେବନ, ହୃଦଘାତ, କର୍କଟ, ମଧୁମେହ ଓ ଶ୍ୱାସ ପରି ନନକମ୍ୟୁନିକେବଲ୍ ଡିଜିଜ ଜନିତ ମୃତ୍ୟୁ ନେଇ ରିପୋର୍ଟ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Also read: National List Of Essential Medicine 2022: ଅତ୍ୟାବଶ୍ୟକ ଔଷଧର ନୂଆ ତାଲିକା ପ୍ରକାଶ, ମେଡିସିନ ହେବ ସୁଲଭ

ଭୁଲ ଜୀବନଶୈଳୀ କାରଣରୁ ପ୍ରତିବର୍ଷ ୭୦ ବର୍ଷରୁ କମ୍ ବୟସର ୧ କୋଟି ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ରିପୋର୍ଟରେ କୁହାଯାଇଛି । ଏହାସହିତ ବିଶ୍ୱର ୭୪ ପ୍ରତିଶତ ଲୋକଙ୍କ ମୃତ୍ୟୁ ଜୀବନଶୈଳୀ ଜନିତ ରୋଗ କାରଣରୁ ହୋଇଥାଏ ବୋଲି WHO କହିଛି । ପରିସଂଖ୍ୟାନ ଅନୁସାରେ ବିଶ୍ୱର ତିନି ଚତୁର୍ଥାଂଶଙ୍କ ମୃତ୍ୟୁ ଏହି କାରଣରୁ ହେଉଛି । ପ୍ରତି ୨ ସେକେଣ୍ଡରେ ଜଣେ ବ୍ୟକ୍ତି ଭୁଲ ଜୀବନଶୈଳୀ କାରଣରୁ ଜୀବନ ହାରୁଛି ।

ବାର୍ଷିକ ୧ କୋଟି ୭୦ ଲକ୍ଷ ମୃତ୍ୟୁ ସଂଖ୍ୟାରୁ ପ୍ରାୟ ୮୬ ପ୍ରତିଶତ ମଧ୍ୟମ ଓ କମ୍ ଆୟକାରୀ ବର୍ଗ ଦେଶରେ ହେଉଛି । ଭାରତ ମଧ୍ୟ ଏହି ଦେଶ ତାଲିକାରେ ରହିଛି । କେବଳ ଭାରତରେ ପ୍ରାୟ ୬୬ ପ୍ରତିଶତ ଲୋକ ଲାଇଫଷ୍ଟାଇଲ ଜନିତ ରୋଗର ଶିକାର ହେଉଛନ୍ତି । ଭାରତରେ ପ୍ରତିବର୍ଷ ୨୮ ପ୍ରତିଶତ ଲୋକ ହୃଦରୋଗରେ, ୧୨ ପ୍ରତିଶତ ଶ୍ୱାସରେ, ୧୦ ପ୍ରତିଶତ କର୍କଟରେ, ୪ ପ୍ରତିଶତ ମଧୁମେହରେ ଓ ଅବଶିଷ୍ଟ ୧୨ ପ୍ରତିଶତ ଅନ୍ୟ ଜୀବନଶୈଳୀ ଜନିତ ରୋଗ କାରଣରୁ ମୃତ୍ୟୁବରଣ କରୁଛନ୍ତି । ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୁଲ ଖାଦ୍ୟ ଅଭ୍ୟାସ ଓ ଆଳସ୍ୟ ଯୋଗୁ ନନକମ୍ୟୁନିକେବଲ୍ ଡିଜିଜ ବଢୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି ।

ଭୁଲ ଖାଦ୍ୟ ଅଭ୍ୟାସ, ନିଶା ଦ୍ରବ୍ୟ ସେବନ ଓ ଆଳସ୍ୟ ଯୋଗୁ ମଧୁମେହ, କର୍କଟ, ଶ୍ୱାସ, ହୃଦରୋଗ ପରି ନନକମ୍ୟୁନିକେବଲ୍ ଡିଜିଜ ବୃଦ୍ଧି ପାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ ଉଲ୍ଲେଖ କରିଛି । ୨୦୧୧ରୁ ୨୦୨୩ ମଧ୍ୟରେ ବିଶ୍ୱରେ ୩୦ ଲକ୍ଷ କୋଟି ଲୋକଙ୍କ ଜୀବନ ଯାଇଛି ।

ସେପଟେ ନନକମ୍ୟୁନିକେବଲ୍ ଡିଜିଜକୁ ରୋକିବାକୁ ମଧ୍ୟମ ଓ ନିମ୍ନ ଆୟକାରୀ ଦେଶ ଗୁଡ଼ିକୁ ବାର୍ଷିକ ପ୍ରାୟ ୧ ହଜାର ୮ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି WHO ଆକଳନ କରିଛି ।

ଏହାସହିତ ନନକମ୍ୟୁନିକେବଲ୍ ଡିଜିଜ କବଳରୁ ରକ୍ଷା ପାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ପରାମର୍ଶ ଦେଇଛି । ଦୈନିକ ଅତି କମରେ ୩୦ ମିନିଟ ବ୍ୟାୟାମ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । ସପ୍ତାହରେ ଯେଉଁମାନେ ୧୫୦ ମିନିଟ ବ୍ୟାୟାମ କରନ୍ତି ନାହିଁ କିମ୍ବା ଶାରିରୀକ ପରିଶ୍ରମ କରନ୍ତି ନାହିଁ ସେମାନଙ୍କ ସେମାନେ ସହଜରେ ରୋଗର ଶିକାର ହେବା ଆଶଙ୍କା ରହିଛି ।

#BeatNCDs

Share this

Leave a Reply

Your email address will not be published.

You cannot copy content of this page