HealthCare- ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ୫ଟି ଫଳ


eat-this-fruits-on-an-empty-stomach_colors-of-life

ପୋଷକ ତତ୍ତ୍ୱ ଓ ଖଣିଜରେ ଭରପୂର ଫଳ । ତେଣୁ କୁହାଯାଏ ସବୁଦିନ ସକାଳେ ଫଳ ଖାଇଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ବନି । ଫଳ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ପୂର୍ବ ରଚନାରେ ଖାଲି ପେଟରେ ୫ଟି ଫଳ ଖାଇବାକୁ ବାରଣ କରାଯାଇଥିଲା । କିନ୍ତୁ ଏହି ରଚନାରେ ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ ଜାଣନ୍ତୁ।

ଖାଲି ପେଟରେ ଖାଆନ୍ତୁ ଏହି ଫଳ

  1. ଅମୃତଭଣ୍ଡା
  2. ପିଜୁଳି
  3. ସେଓ
  4. କିୱି
  5. ଡାଳିମ୍ବ

ଅମୃତଭଣ୍ଡା (Carica)

ଅମୃତଭଣ୍ଡା ଏକ ଏପରି ଫଳ, ଯାହାକୁ ଖାଲି ପେଟରେ ଖାଇବା ଉଚିତ । ଖାଲି ପେଟରେ ଅମୃତଭଣ୍ଡା ଖାଇବା ଦ୍ୱାରା ଡିହାଇଡ୍ରେସନ ସମସ୍ୟା ଦୂର ହେବା ସହ ଶରୀରକୁ ଶକ୍ତି ମିଳିଥାଏ । ଅମୃତଭଣ୍ଡା ହଜମ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଥାଏ ।

ପିଜୁଳି (Guava)

ଖାଲି ପେଟରେ ପିଜୁଳି ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ । ଖାଲି ପେଟରେ ପିଜୁଳି ଖାଇଲେ ଆଖି ସମସ୍ୟା ଦୂର ହୋଇଥାଏ ।

ସେଓ (Apple)

ଖାଲି ପେଟରେ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ସେଓ ହଜମ ପ୍ରକ୍ରିୟାକୁ ଅଧିକ ଦ୍ରୁତ କରିଥାଏ । ସେଓ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପାଇଥାଏ । ଏହାସହିତ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ ।

କିୱି (Kiwi)

ଖାଲି ପେଟରେ କିୱି ଖାଇବା ଉଚିତ । ଏହି ଶକ୍ତିଶାଳୀ ଫଳ ଅନେକ ପେଟ ରୋଗରୁ ମୁକ୍ତି ଦେଇଥାଏ । କିୱିରେ ଭିଟାମିନ୍ ସି ସହିତ ଫାଇବର ରହିଥାଏ । ଯାହାଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହିତ ଚର୍ମ ସମସ୍ୟା ଦୂର ହୋଇଥାଏ ।

ଡାଳିମ୍ବ (Pomegranate)

ପୁଷ୍ଟିକର ଖାଦ୍ୟର ଭଣ୍ଡାର ଡାଳିମ୍ବ । ଖାଲି ପେଟରେ ଡାଳିମ୍ବ ଖାଇଲେ, ଶରୀରରେ ରକ୍ତ ଅଭାବ ସମସ୍ୟା ଦୂର ହୁଏ । ଡାଳିମ୍ବରେ ପ୍ରଚୁର ମାତ୍ରାରେ ଲୌହ (iron) ରହିଛି । ଖାଲି ପେଟରେ ଡାଳିମ୍ବ ଖାଇବା ଦ୍ୱାରା କର୍କଟ ରୋଗ ଆଶଙ୍କା ମଧ୍ୟ କମିଯାଇଥାଏ ।

Read more: HealthCare- ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଫଳ

do not eat this fruits on an empty stomach
Share this

Leave a Reply

Your email address will not be published. Required fields are marked *