ବିଜୟାଦଶମୀ ଦିନରେ ଭାରତବର୍ଷରେ କିଛି ଜିନିଷକୁ ଗୁପ୍ତ ଭାବରେ ଦାନ ପରମ୍ପରା ରହିଛି । ଏପରି କିଛି ଜିନିଷ ରହିଛି, ଯାହା କୌଣସି ଦୀନ, ଦରିଦ୍ରଙ୍କୁ ଦାନ କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।
ବିଜୟାଦଶମୀରେ କେଉଁ ଜିନିଷ ଗୁପ୍ତ ଭାବରେ ଦାନ କଲେ ପ୍ରସନ୍ନ ହୁଅନ୍ତି ମା’
ବିଜୟାଦଶମୀ ଦିନରେ ଭାରତବର୍ଷରେ କିଛି ଜିନିଷକୁ ଗୁପ୍ତ ଭାବରେ ଦାନ ପରମ୍ପରା ରହିଛି । ଏପରି କିଛି ଜିନିଷ ରହିଛି, ଯାହା କୌଣସି ଦୀନ, ଦରିଦ୍ରଙ୍କୁ ଦାନ କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ବିଜୟାଦଶମୀ ଦିନ ଅନେକ ପ୍ରତିକାର ବିଷୟରେ କୁହାଯାଇଛି। ଏବେ ଜାଣି ନିଅନ୍ତୁ ବିଜୟାଦଶମୀରେ କେଉଁ ଜିନିଷ ଦାନ କଲେ ବର୍ଷିଥାଏ ମା’ ଲକ୍ଷ୍ମୀଙ୍କ କୃପା ।
ବିଜୟାଦଶମୀରେ ଗୁପ୍ତରେ ଦାନ କରନ୍ତୁ ଏହି ଜିନିଷ
ବିଜୟାଦଶମୀରେ ଝାଡୁଦାନ
ବିଜୟାଦଶମୀରେ କୌଣସି ଧାର୍ମିକ ସ୍ଥାନ କିମ୍ବା ମନ୍ଦିରକୁ ଯାଇ ଇଷ୍ଟଙ୍କୁ ପୂଜାର୍ଚ୍ଚନା କରିବା ସହ ନୂଆ ଝାଡୁ ଦାନକୁ ପୁଣ୍ୟ ବିଚାର କରାଯାଏ । କିନ୍ତୁ ବିଜୟାଦଶମୀରେ ଦାନ ବିଷୟ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ଆବଶ୍ୟକ । ବିଶ୍ୱାସ ରହିଛି ଝାଡୁରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି, ତେଣୁ ଝାଡୁ ଦାନ କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧି ଆସିଥାଏ ।
ବିଜୟାଦଶମୀରେ ଅନ୍ନଦାନ
ବିଭିନ୍ନ ଭାରତୀୟ ଶାସ୍ତ୍ର ସମେତ ବେଦରେ ମଧ୍ୟ ଅନ୍ନଦାନକୁ ପୁଣ୍ୟ ବିବେଚନା କରାଯାଏ । ଭୋକିଲା ଓ ଦରିଦ୍ର ଲୋକଙ୍କୁ ଅନ୍ନ ଦାନଠୁ ବଳି ପୁଣ୍ୟ କିଛି ନଥାଏ । ଅନ୍ନ ଦାନ ଦ୍ୱାରା ପୁଣ୍ୟ ପ୍ରାପ୍ତି ହେବାସହ ମା’ ଲକ୍ଷ୍ମୀ, ମା’ ଅନ୍ନପୂର୍ଣ୍ଣାଙ୍କ କୃପା ମିଳିଥାଏ ।
ବିଜୟାଦଶମୀରେ ବସ୍ତ୍ରଦାନ
ଅନ୍ନ ପରି ସମାଜରେ ବଞ୍ଚିବା ପାଇଁ ବସ୍ତ୍ର ମଧ୍ୟ ଅତ୍ୟନ୍ତ ଜରୁରୀ । ବିଜୟାଦଶମୀରେ ସମ୍ପୂର୍ଣ୍ଣ ଗୁପ୍ତଭାବେ ଅଭାବୀ କିମ୍ବା ଦରିଦ୍ର ଲୋକଙ୍କୁ ବସ୍ତ୍ର ଦାନ କରିବାକୁ ପୁଣ୍ୟ କାର୍ଯ୍ୟ ବିଚାର କରାଯାଏ । କୌଣସି ଦରିଦ୍ରଙ୍କୁ ଆପଣ ଯେଉଁ ଭାବନା ନେଇ ଦାନ କରିଥାନ୍ତି, ପରବର୍ତ୍ତୀ ସମୟରେ ଠିକ୍ ସେହିପରି ଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଦାନକୁ ସୃଷ୍ଟିକର୍ତ୍ତାଙ୍କ ପ୍ରତି ସମର୍ପଣ ବିଚାର କରିବାକୁ ଶାସ୍ତ୍ରରେ କୁହାଯାଇଛି ।
ପ୍ରତିବର୍ଷ ଆଶ୍ୱିନ ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଏହି ପବିତ୍ର ଦିବସ ପାଳନ କରାଯାଏ । ଅସତ୍ୟ ଉପରେ ସତ୍ୟର ବିଜୟକୁ ସାଙ୍କେତିକ ଭାବେ ରାବଣ ପୋଡ଼ି ମାଧ୍ୟମରେ ଏହି ପର୍ବରେ ଦର୍ଶାଯାଇଥାଏ । ଦଶହରା ଉତ୍ସବରେ ଅନ୍ତିମ ପର୍ବରେ ଅସତ୍ୟ, ପାପ, ଦୂରାଚାରର ପ୍ରତୀକ ଦଶମସ୍ତକ ବିଶିଷ୍ଟ ରାବଣର କୁଶପୁତ୍ତଳିକାକୁ ସତ୍ୟ ଓ ସଦାଚାରର ପ୍ରତୀକ ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା ବାଣ ବଦ୍ଧ କରାଯାଇଥାଏ ।
ନବରାତ୍ରୀରେ ମା’ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଶାରଦୀୟ ନବରାତ୍ରୀରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୌଣସି ଅନିଷ୍ଟ ହୋଇନଥାଏ । ମହାମାୟା ଦୁର୍ଗାଙ୍କର ନବଶକ୍ତିକୁ ଜାଗ୍ରତ କରିବା ପାଇଁ ନବାନ୍ନ ଭୋଗ ଲାଗି ସହ ନବାକ୍ଷରୀ ମନ୍ତ୍ର ଜପ କରାଯାଏ । ପୂଜାବିଧି ଅନୁସାରେ ଜନ୍ମାଷ୍ଟମୀରେ ନଦୀରୁ ମାଟି ଆଣି ଘଟ ସ୍ଥାପନ ତଥା କାରିଗରମାନେ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥାନ୍ତି । ମହାଳୟାରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ଚଢ଼ାଯାଇଥାଏ ।