ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ପୋଷକ ତତ୍ତ୍ୱ ଓ ଖଣିଜରେ ଭରପୂର ହୋଇଥିବାରୁ ଫଳ ଶରୀରକୁ ସୁସ୍ଥ ରଖିଥାଏ । ଏହା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ଫଳ ଅଛି, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ । ଯଦି ଆପଣ ଖାଲି ପେଟରେ ଫଳ ଖାଉଛନ୍ତି, ତେବେ ଏକଥା ଜାଣିବା ଜରୁରୀ ଯେ କେଉଁ ଫଳ ଗୁଡ଼ିକୁ ଖାଲି ପେଟରେ ଖାଇବା ଉଚିତ ନୁହେଁ ।
ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଫଳ
- କମଳା
- ଅଙ୍ଗୁର
- କଦଳୀ
- ଲିଚି
- ଆମ୍ବ
କମଳା (Orange)
କମଳା ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । କାରଣ କମଳାରେ ଅଧିକ ପରିମାଣରେ ସାଇଟ୍ରିକ୍ ଏସିଡ୍ ରହିଥିବାରୁ ଏହା ପେଟ ଯନ୍ତ୍ରଣା ଓ ଛାତିରେ ଜ୍ୱଳନ ପରି ସମସ୍ୟାର କାରଣ ହୋଇଥାଏ
ଅଙ୍ଗୁର (Grapes)
ଅଙ୍ଗୁରରେ ଟାଟାରିକ ଓ ଏଲ-ମଲିକ (Tartaric acid and L-malic acid) ପରି ଏସିଡ ରହିଥାଏ । ତେଣୁ ଏହାକୁ ଖାଲି ପେଟରେ ଖାଇଲେ ଖାଦ୍ୟ ହଜମ କ୍ରିୟା ପ୍ରଭାବିତ ହୋଇଥାଏ ।
କଦଳୀ (Banana)
ଖାଲି ପେଟରେ କଦଳୀ ଖାଇବା ଉଚିତ ନୁହେଁ । ଏଥିରେ ମ୍ୟାଗ୍ନେସିୟମ ଓ ପୋଟାସିୟମ (magnesium and potassium) ଏସିଡ ରହିଥିବାରୁ ରକ୍ତରେ ଏସିଡ ସନ୍ତୁଳନକୁ ବିଗାଡ଼ି ଦେଇଥାଏ । ପ୍ରଥମେ ଅନ୍ୟ କୌଣସି ଖାଦ୍ୟ ଖାଇବା ପରେ କଦଳୀ ଖାଇବା ଦେହ ପାଇଁ ହିତକର ।
ଲିଚି (Lychee)
ଲିଚି ଖାଲି ପେଟରେ ଖାଇଲେ ବାନ୍ତି ସମସ୍ୟା ଦେଖାଦେଇଥାଏ । କାରଣ ଏଥିରେ ପ୍ରଚୁର ପରିମାଣରେ ୟୁରିକ (uric) ଏସିଡ ରହିଥାଏ ।
ଆମ୍ବ (Mango)
ଖାଲି ପେଟରେ ଆମ୍ବ ଖାଇବା ଉଚିତ୍ ନୁହେଁ । ଖାଲି ପେଟରେ ଆମ୍ବ ଖାଇବା ଦ୍ୱାରା ପାଚନ କ୍ରିୟା ସହିତ ବ୍ଲଡ ପିଏଚ ଲେବୁଲ ପ୍ରଭାବିତ ହୋଇଥାଏ । ଆମ୍ବରେ ସିଟିକ ଓ ମଲିକ (citric and malic) ଏସିଡ ରହିଥିବାରୁ ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।
Read more- HealthCare- ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ୫ଟି ଫଳ
