ଖୁବଶୀଘ୍ର CoWIN ଆପ୍ ରେ Kids Vaccination ପାଇଁ ପଞ୍ଜିକରଣ


cowin-app-to-be-used-for-kids-vaccination-polio-hepatitis-colors-of-life

ଖୁବଶୀଘ୍ର CoWIN ଆପ୍ ରେ Kids Vaccination ପାଇଁ ପଞ୍ଜିକରଣ ହୋଇପାରିବ । ପୋଲିଓ, ହେପାଟାଇଟିସ ସମେତ ଅନ୍ୟ ଟିକା ପାଇଁ ଅଭିଭାବକମାନେ କୋୱିନ ଆପ୍ଲିକେସନରେ ସ୍ଲଟ୍ ବୁକିଂ କରିପାରିବେ ।

ହେପାଟାଇଟିସ୍ ଓ ପୋଲିଓ ଟିକାକରଣ ହେବ ସହଜ

Kids Vaccination: ଏବେ ବି ଦୂର ହୋଇନାହିଁ କୋଭିଡ-19 ସଙ୍କଟ । ମହାମାରୀରେ ସମଗ୍ର ବିଶ୍ୱରେ ପିଲାମାନେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । କରୋନା କାଳରେ ଶିଶୁଙ୍କ ସ୍ଥିତି ନେଇ ମିଳିତ ଜାତିସଂଘ ପକ୍ଷରୁ ମଧ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ପୋଲିଓ, ହେପାଟାଇଟିସ୍ ଏବଂ ଡିଫ୍ ଥେରିଆ ଭଳି ଟିକାକରଣରୁ ବିଶ୍ୱର ପ୍ରାୟ ୨୫ ମିଲିୟନ ପିଲା ବଞ୍ଚିତ ହୋଇଥିବା ଜଣା ପଡ଼ିଛି । କରୋନା ସଂକ୍ରମଣ ଯୋଗୁ ଶିଶୁମାନେ ନିୟମିତ୍ତ ଟିତାକରଣରୁ ବଞ୍ଚିତ ହୋଇଥିଲେ ।

କିନ୍ତୁ ଏବେ ଭାରତ ସରକାର କରୋନା କାଳରେ ନିର୍ମାଣ ହୋଇଥିବା CoWIN ଆପ୍ କୁ ସାର୍ବଜନିକ ଟିକାକରଣ କାର୍ଯ୍ୟକ୍ରମରେ ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।  ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଟିକା ବୁକିଂ ପାଇଁ ଓ ଟ୍ରାକିଂ ପାଇଁ  CoWIN ଆପ୍ ବ୍ୟବହାର ପାଇଁ ସରକାର ଯୋଜନା କରୁଛନ୍ତି ।

କୋ-ୱିନ ଆପ୍ ଜରିଆରେ ହେବ ଶିଶୁ ଟିକାକରଣ

WHO ଓ ୟୁନିସେଫ୍ ରିପୋର୍ଟରେ ମଧ୍ୟ କରୋନା କାଳରେ ଶିଶୁ ଟିକାକରଣ ପ୍ରଭାବିତ ହୋଇଥିବା ସ୍ପଷ୍ଟ ହୋଇଛି । ଗତ ୩ ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ ୨୫ ମିଲିୟନ ପିଲାଙ୍କୁ ଠିକ୍ ସମୟରେ ଡିଫ୍ ଥେରିଆ, ଟିଟାନସ୍ ଭଳି ନିୟମିତ ଟିକାକରଣରୁ ବଞ୍ଚିତ ହୋଇଛନ୍ତି । ଟିକାକରଣରୁ ବଞ୍ଚିତ ଏହି ଶିଶୁମାନଙ୍କ ମଧ୍ୟରେ ଅଧିକାଂଶ ଭାରତ ପରି ବିକାଶଶୀଳ ଦେଶରେ ହିଁ ରହିଛନ୍ତି । ଏଭଳି ସ୍ଥିତିରେ କୋ-ୱିନ୍ ଆପ୍ ରେ ଶିଶୁ ଟିକାକରଣକୁ ଯୋଡ଼ିବା ପାଇଁ ଆୟୁଷ ମନ୍ତ୍ରାଳୟ ଯୋଜନା କରୁଥିବା ଜଣାପଡ଼ିଛି । ଯେଉଁ ପଦକ୍ଷେପ ଦେଶରେ ଶିଶୁ ଟିକାକରଣ ବ୍ୟବସ୍ଥାକୁ ସହଜ କରିବା ସମ୍ଭାବନା ରହିଛି । ଶିଶୁ ଟିକାକରଣରେ CoWIN ଆପ୍ କୁ ଉପଯୋଗ କରାଯିବାକୁ ଯୋଜନା କରାଯାଉଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଆର.ଏସ୍ ଶର୍ମା ସୂଚନା ଦେଇଛନ୍ତି ।

ଆଧାର ନମ୍ବର ଜରିଆରେ ଅଭିଭାବକ କରିପାରିବେ ଟିକା ପଞ୍ଜିକରଣ

ନିୟମିତ ଶିଶୁ ଟିକାକରଣ ପାଇଁ ଅଭିଭାବକମାନେ CoWIN ପ୍ଲାଟଫର୍ମରେ ସ୍ଲଟ ବୁକିଂ କରିପାରିବେ । ଏହି ବ୍ୟବସ୍ଥା ଆରମ୍ଭ ହେବାପରେ ମଧ୍ୟ CoWIN ଆପ୍ ପୂର୍ବ ବୈଶିଷ୍ଟ୍ୟ ବଜାୟ ରଖିବ ବୋଲି  ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।

ଶିଶୁ ଟିକାକରଣ ପାଇଁ କିପରି କାମ କରିବ CoWIN ଆପ୍
  • -CoWIN ଜରିଆରେ ପିତା-ମାତାଙ୍କୁ ତାଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବରରେ ରିମାଇଣ୍ଡର ପଠାଯିବ
  • – ସିଡ୍ୟୁଲରେ ଟିକା ନେଇ ନପାରିଥିଲେ, ପୁନଃ ରିମାଇଣ୍ଡର ମାଧ୍ୟମରେ ଅବଗତ କରାଇଦିଆଯିବ ।
  • -ବୁକିଂ ସମୟରେ ନିକଟତମ ସମସ୍ତ ହସପିଟାଲରେ ଟିକାକରଣ ସ୍ଲଟ ବିଷୟରେ ମିଳିବ ସୂଚନା ।
  • -ଟିକାକରଣ ପରେ ଡିଜିଟାଲ ଟିକାକରଣର ପ୍ରମାଣପତ୍ର ଆପରେ ଉବଲବ୍ଧ ରହିବ ।
Share this

Leave a Reply

Your email address will not be published. Required fields are marked *