ବଦଳୁଥିବା ସଂପର୍କର ପରିଭାଷା | Changing Relationship


changing-relationship
Definition of a changing relationship | Colors of LIFE

‘‘ଲୁହାର ଶୃଙ୍ଖଳ ଛିଣ୍ଡାଇବା ସହଜ କିନ୍ତୁ ଫୁଲର ଶୃଙ୍ଖଳ ଛିଣ୍ଡାଇବା କେବଳ ଅସହଜ ନୁହେଁ ଅସମ୍ଭବ ।’’ ବର୍ତ୍ତମାନ ସମୟରେ ଏହି ଆପ୍ତବାକ୍ୟଟିର ଅର୍ଥ ଭୁଲ ପ୍ରମାଣିତ ହେବାରେ ଲାଗିଛି ।
ମଣିଷ ଖୁବ ସହଜରେ ଭୁଲିଯାଉଛି ରକ୍ତ ସମ୍ପର୍କ, ପରିବାରିକ ବନ୍ଧନର ଭିତ୍ତି । ଗୋଟିଏ ଛାତତଳେ ବାସ କରୁଥିବା ରକ୍ତ ସମ୍ପର୍କୀୟ ଆବେଗିକ ସ୍ତରରେ ଟୋଟିଏ ରଜ୍ଜୁରେ ବାନ୍ଧି ହୋଇହୋଇ ରହିଥାନ୍ତି, ଯାହାକୁ ପରିବାର କୁହାଯାଏ ।
ବାପା, ମାଆ, ଜେଜେ, ଜେଜେମାଆ, ପୁଅ, ଝିଅ, ନାତି, ନାତୁଣୀ ସମସ୍ତେ ଏକ ଅଲିଖିତ, ଅଘୋଷିତ ଅନୁଶାସନକୁ ସ୍ବୀକାର କରିବା ସ୍ବରୂପ ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି ।
ଏହି ସମ୍ବିଧାନ ହିଁ ପ୍ରତ୍ୟେକ ପରିବାରକୁ ଅନ୍ୟ ପରିବାରଠାରୁ ପୃଥକ୍‌ ଦର୍ଶାଇଥାଏ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିଜସ୍ବ ବ୍ୟକ୍ତିତ୍ବ, ରୋଜଗାର କ୍ଷମତା, ଇଚ୍ଛା, ଅନିଚ୍ଛା ରହିଥିଲେ ବି କୌଣସି ଅନ୍ତିମ ନିଷ୍ପତ୍ତି ନେବାବେଳେ ସାମୁହିକ ମତ ଓ ଭାବାବେଗକୁ ମଧ୍ୟ ସମାନ ଗୁରୁତ୍ବ ଦିଆଯାଇଥାଏ ।
ଅନ୍ୟର ମତକୁ ଗ୍ରହଣ କରିବା ପଛରେ ଅନୁଶାସନର ବାଧ୍ୟବାଧକତା ନଥାଏ ବରଂ ଥାଏ ସଂସ୍କାର ତଥା ଶ୍ରଦ୍ଧାଶୀଳ, ଭକ୍ତିଭାବର ସ୍ବୀକାରୋକ୍ତି । ସ୍ନେହ, ମମତାର ବନ୍ଧନରେ ବାନ୍ଧି ହୋଇରହିଥାନ୍ତି ପରିବାରର ସମସ୍ତ ସଦସ୍ୟ ।

ଏକାନ୍ନବର୍ତ୍ତିତା ବି ପୂର୍ବରୁ ପାରିବାରିକ ଏକତାର ଏକ ଗୁରୁତ୍ବପୂର୍ଣ୍ଣ କାରଣ ହୋଇପାରେ । କାରଣ ପୂରା ପରିବାରର ଆବଶ୍ୟକତାକୁ ପରିପୂରଣ କରିଥାନ୍ତି ଜଣେ ବ୍ୟକ୍ତି ।

ସ୍ବଭାବିକ ଭାବରେ ସମସ୍ତ ପରିବାରିକ ନିଷ୍ପତ୍ତି ସେ ହିଁ ନେଇଥାନ୍ତି । ପରିବାରର ମଙ୍ଗଳ ଉଦ୍ଦେଶ୍ୟରେ ନିଆଯାଉଥିବା ନିଷ୍ପତ୍ତିକୁ ଅନ୍ୟମାନେ ସମର୍ଥନ ଦେବା ସହ ସହଯୋଗ କରିଥାନ୍ତି । ସନ୍ତାନଙ୍କ ଆବଶ୍ୟକତା ପୂରଣ କରୁଥିବା ବାପାଙ୍କୁ ସମୟାନ୍ତରରେ ପୁଅମାନେ ମଧ୍ୟ ସହାୟତା କରନ୍ତି ।

ଭରଣପୋଷଣ, ପୁଅ, ଝିଅଙ୍କ ବାହାଘର, ଘର ତୋଳା, ଜମି କିଣାବିକା, ବନ୍ଧୁବାନ୍ଧବ ଚର୍ଚ୍ଚା ପରି ପାରିବାରିକ କାର୍ଯ୍ୟକୁ ସମ୍ପାଦନ କରିବାକୁ ସମସ୍ତେ ନିଜର ଦାୟିତ୍ବ ଭାବେ ଗ୍ରହଣ କରିଥାନ୍ତି । କିନ୍ତୁ ବର୍ତ୍ତମାନ ପରିବାରର ଅର୍ଥ ବଦଳି ଯାଇଛି । ବର୍ତ୍ତମାନ ପରିବାରର ଅନେକ ବ୍ୟକ୍ତି ରୋଜଗାରକ୍ଷମ ।

ପରିବାରର ଉନ୍ନତି ପାଇଁ ସମସ୍ତଙ୍କର ସହଭାଗିତା ଅପେକ୍ଷା ନିଜସ୍ବ ଉନ୍ନତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି ଅଧିକାଂଶ ବ୍ୟକ୍ତି । ଏହି କାରଣରୁ ପରିବାରର ସଦସ୍ୟଙ୍କ ସଂଖ୍ୟା ଅଳ୍ପ କିଛି ବର୍ଷ ମଧ୍ୟରେ ଛୋଟ ହୋଇଯାଇଛି ।

‘ଛୋଟ ପରିବାର, ସୁଖି ପରିବାର ।’ ଏକଥା ବି ସତ । କିନ୍ତୁ ପରିବାରର ମେରୁଦଣ୍ଡ ବାପା ଓ ମାଆଙ୍କ ତ୍ୟାଗକୁ ଅସ୍ବୀକାର ପୂର୍ବକ ସେମାନଙ୍କୁ ଅଲୋଡ଼ା କରିଦେବା କେତେଦୂର ଯୁକ୍ତିସଙ୍ଗତ, ଏହା ବିତର୍କର ଅପେକ୍ଷା ରଖେ ।  ଦ୍ବିତୀୟତଃ ପରିବାରର ସମସ୍ତ ସଦସ୍ୟ ଆଜି ଗୋଟିଏ ଛାତତଳେ ରହୁନାହାନ୍ତି ।

ସାମୁହିକ ମତଠୁ ନିଜ ବ୍ୟକ୍ତିଗତ ମତ ଅଥିକ ଗୁରୁତ୍ବବହନ କରୁଛି ।  ଏପରିକି ଅନେକ ସମୟରେ ଗୋଟିଏ ପରିବାରର ସଦସ୍ୟ ବର୍ଷ ବର୍ଷ ଧରି ଏକତ୍ରିତ ହୋଇପାରୁ ନାହାଁନ୍ତି । ଜୀବିକା ନିର୍ବାହ ଉଦ୍ଦେଶ୍ୟରେ ଗ୍ରହଣ କରିଥିବା ଶିକ୍ଷା ଜୀବିକାଟିଏ ଦେବାକୁ ସକ୍ଷମ ହେଉଛି ସତ କିନ୍ତୁ ଭୁଲେଇ ଦେଉଛି ନୈତିକ ମୂଲ୍ୟବୋଧ ।

ପରିବାର ସହ କେବଳ ଯାନ୍ତ୍ରିକ ମାଧ୍ୟମରେ ସମ୍ପର୍କରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଜାରି ରହୁଥିବା ପ୍ରୟାସ ସମ୍ପର୍କକୁ ବାନ୍ଧି ରଖିବାରେ ସହାୟକ ହୋଇପାରୁନି । ସମୟାନ୍ତରରେ ମାନସିକ ସ୍ଥରରେ ପରସ୍ପରଠୁ ବୃଦ୍ଧି ପାଉଛି ଦୂରତା ।

ଏପରିକି ବର୍ତ୍ତମାନ ସମୟରେ ମଣିଷ ସାମାନ୍ୟ ସ୍ବାର୍ଥ ପାଇଁ ଆତ୍ମୀୟଙ୍କ ଜୀବନ ନେବାକୁ ବି ପଛଘୁଞ୍ଚା ଦେଉନି । ଏହାର ଉଦାହରଣ ଦେବା ନିଷ୍ପ୍ରୟୋଜନ ।

ତେବେ କାହିଁକି ଫିକା ପଡ଼ିଯାଉଛି ରକ୍ତ ସମ୍ପର୍କ ? ମଣିଷ ଆଜି ବ୍ୟକ୍ତିକୈନ୍ଦ୍ରିକ, ସ୍ବାର୍ଥପର, ନିଷ୍ଠୁର ହୋଇଯାଉଛି କାହିଁକି ? ବୋଧହୁଏ ଏ ପ୍ରଶ୍ନର ସହଜ ଉତ୍ତରଟି ହେଉଛି ‘ସୁଖପ୍ରାପ୍ତିର ଆଶା’ ।

ସୁଖରେ ରହିବା ପାଇଁ ଏତେ ସବୁ ବୃହତ୍ତର ଓ ଇତ୍ତର ପ୍ରୟାସ ସତ୍ତ୍ବେ କ’ଣ ସତରେ ମଣିଷ ସୁଖି ହୋଇପାରୁଛି ନା ଏକ ଭ୍ରମରେ ପଡ଼ି ନିଜକୁ ନଷ୍ଟ କରି ଚାଲିଛି ? ଯେକୌଣସି ପରିବାରକୁ ଲକ୍ଷ୍ୟ କଲେ ଦେଖିବେ, ଜଣେ ବ୍ୟକ୍ତି କେବଳ ନିଜର ସ୍ତ୍ରୀ, ପୁଅ, ଝିଅଙ୍କୁ ଖୁସିରେ ରଖିବା ପାଇଁ, ସେମାନଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ଯୌଥ ପରିବାରଠାରୁ ଦୂରେଇ ଯାଇଥାନ୍ତି ।

କେବଳ ନିଜର କ୍ଷୁଦ୍ର ପରିବାରଟିକୁ ଖୁସିରେ ରଖିବା ପାଇଁ କୌଣସି ଅନୈତିକ କାର୍ଯ୍ୟ କରିବାକୁ ମଧ୍ୟ ଭୁଲ ବୋଲି ବିଚାର କରୁନାହାଁନ୍ତି ପରିବାରର ମୁଖ୍ୟ ।

ଏହା ପଛରେ ଅର୍ଥଶକ୍ତିଟି ଯଦିଓ ଏକ ବୃହତ୍ତ କାରଣ ତେବେ ଏହା ପଛରେ ମାନସିକ ହୀମମନ୍ୟତା ବି ଏକ ବଳିଷ୍ଠ କାରଣ ହୋଇପାରେ । ପ୍ରତିଯୋଗିତାପୂର୍ଣ୍ଣ ସମାଜରେ ବିଭିନ୍ନ ଯନ୍ତ୍ର ମଣିଷର ଜୀବନ ଧାରଣର ମାନ ବୃଦ୍ଧି କରୁଛି ସିନା ଜୀବନର ମାନକୁ ତଳିତଳାନ୍ତ କରୁଛି ବୋଲି ଆମେ କହି ପାରିବା ନାହିଁ; କାରଣ ବିଭିନ୍ନ ବୈଜ୍ଞାନିକ ଉଦ୍ଭାବନ ମଣିଷର ଆବଶ୍ୟକତାକୁ ପୂରଣ କରୁଛି ।

ପ୍ରକୃତ କଥା ହେଲା ମଣିଷ ଏହାର ଉପଯୋଗିତାକୁ  ଭିନ୍ନ ଅର୍ଥରେ ଉପଯୋଗ କରୁଛି । ଯାହା ଫଳରେ ଯନ୍ତ୍ରକୁ ଦାଶ କରିବା ପରିବର୍ତ୍ତେ ନିଜେ ଯନ୍ତ୍ରର ଦାଶ ପରି ଆଚରଣ କରୁଛି ।

ବର୍ତ୍ତମାନ ସମାଜରେ ପ୍ରଚଳିତ ଶିକ୍ଷା ପଦ୍ଧତିରେ  ମଧ୍ୟ ନୈତିକ ଶିକ୍ଷାର ସ୍ଥାନ ନାହିଁ । କେବଳ ଅର୍ଥ (ଶକ୍ତି) ହାସଲ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ପାଠ୍ୟ ଖସଡ଼ା ମଣିଷକୁ ଅର୍ଥ ଉପାର୍ଜନ କରିବାକୁ, ଯନ୍ତ୍ର ନିର୍ମାଣ, ଯନ୍ତ୍ର ନିୟନ୍ତ୍ରଣ ପାଇଁ ସକ୍ଷମ ଯନ୍ତ୍ରଟିଏ କରୁଛି ସିନା ନିଜକୁ ବୁଝିବାକୁ, ନିଜର ଚିନ୍ତା ଓ ଭାବନାକୁ ନିୟନ୍ତ୍ରଣ କରିବାକୁ, ଶାରିରୀକ ଓ ମାନସିକ ଶକ୍ତିକୁ ଉପଯୋଗ କରିବାକୁ ଉପାୟ ପାଉନାହିଁ ।

ଅନେକ ସମୟରେ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ଅସମର୍ଥ ଆଜିର ମଣିଷ ।  ଆଜିର ଶିକ୍ଷିତ ଯୁବକ କୌଣସି ଏକ ବଡ଼ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀ ପଦରେ ଯୋଗଦେଇ ଅନେକ ମଣିଷଙ୍କୁ ନିୟନ୍ତ୍ରଣ କରୁଛି କିନ୍ତୁ ନିଜକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି ।

ନିଜ ଅବ୍ୟବସ୍ଥିତ ଶରୀର, ମନୋଭାବନା ଯୋଗୁ ସୃଷ୍ଠି ହେଉଥିବା ଚାପ, ପୀଡ଼ା, ବିରକ୍ତ ଭାବନା ପାଇଁ ଅନ୍ୟମାନଙ୍କୁ ଦାୟୀ କରୁଛି, ଅନ୍ୟମାନଙ୍କ ପ୍ରତି ଅସହିଷ୍ଣୁ ହୋଇପଡ଼ୁଛି;  ନିଜ ଆତ୍ମୀୟ ସ୍ବଜନ, ବନ୍ଧୁଙ୍କୁ ଆତତାୟୀ ମନେ କରୁଛି ।

ଆଶ୍ଚର୍ଯ୍ୟ, ବିଭିନ୍ନ ସୋସିଆଲ ମିଡିଆରେ ଶହ ଶହ ବନ୍ଧୁ ବନାଇ ସେମାନଙ୍କ ସହ ନିଜର ମନୋଭାବନା ବାଣ୍ଟୁଥିବା ମଣିଷଟି ନିଜଲୋକଙ୍କଠାରୁ ଦୂରେଇଯାଉଛି !

ଆତ୍ମୀୟ ସ୍ବଜନ ଓ ବନ୍ଧୁଙ୍କଠାରୁ ଦୂରେଇ ଖୁବ୍‌ ଏକୁଟିଆ ହୋଇଯାଉଥିବା ମଣିଷ ଜୀବନର ଜଟିଳ ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ନିଶା ସେବନ କିମ୍ବା ଆତ୍ମହତ୍ୟା ପରି ଭୀରୁପଥ ବାଛିନେଉଛି ।

ଏବେ କେବଳ ଭୁଲ ଖୋଜିଲେ ସମସ୍ୟାର ସମାଧାନ ହେବ ନାହିଁ ବରଂ  ବିଷ ମଞ୍ଜିର ଉତ୍ପତିସ୍ଥଳକୁ ମଧ୍ୟ ଖୋଜିବାକୁ ପଡ଼ିବ । ମଣିଷର ଏ ଅଧୋପତ୍ତନ କାହିଁକି?

ସହର ହେଉକି ଗାଁ ଆଜିକାଲି ସବୁଠି ଭର୍ତ୍ତି ମନ୍ଦିର, ଉପାସନା ପୀଠ, ମସଜିଦ, ଗୀର୍ଜା । ଦିନକୁ ଦିନ ଭିଡ଼ ବଢୁଛି, ପୂଜା ସାମଗ୍ରୀଠୁ ଆରମ୍ଭ କରି ବିଭିନ୍ନ ଭକ୍ତି ସଂଗୀତର ବ୍ୟବସାୟ ବଢ଼ୁଛି, ବିଭିନ୍ନ ଆଧ୍ୟାତ୍ମିକ ପୁସ୍ତକର ବିକ୍ରି, ପ୍ରବଚନର ଶ୍ରୋତା ବଢୁଛନ୍ତି, ସତ୍‌ଶିକ୍ଷା ଅର୍ଜନ କରିବାକୁ ଲୋକଙ୍କ ଆଗ୍ରହ ବଢୁଛି; ତେବେ ବାପାକୁ ପୁଅ, ସ୍ତ୍ରୀକୁ ସ୍ବାମୀ ହତ୍ୟା କରିବାର ଷଡ଼ଯନ୍ତ୍ର ରଚୁଛି କିପରି ?

ସାଧାରଣ ଅର୍ଥରେ ଧାର୍ମିକ ମଣିଷଟି ସରଳ, ଶାନ୍ତ, ପରୋପକାରୀ । କିନ୍ତୁ ଟିକେ ଗଭୀର ଭାବରେ ଲକ୍ଷ୍ୟ କଲେ ସକାଳୁ ଉଠି ମନ୍ଦିର ଯାଉଥିବା ମଣିଷଟିର ଭାବାବେଗକୁ ବୁଝିଲେ ଧାର୍ମିକ ମଣିଷର ସଂଜ୍ଞା ବଦଳିଯିବ ।

ନିଜ ଭିତରେ ପର୍ଯ୍ୟାପ୍ତ ଅକ୍ଷମଣୀୟ ଅପରାଧ, ଭୁଲ, ଠକାମୀ, ପାପର ବୋଝକୁ ଲାଘବ କରିବା ପାଇଁ ଆଜିର ମଣିଷଟି ଧର୍ମପୀଠର ସନ୍ଧାନ କରୁଛି । ନିଜ ସୁଖ ପାଇଁ ପର ତଣ୍ଟି ଚିପିବା ପରେ ବି ସୁଖ ନପାଇବାରୁ ପ୍ରତିମା ଆଗରେ ମଥାନତ କରି ସୁଖ ମାଗୁଛି ।

ଏପରି ବିଚାରଧାରା ନେଇ ମଣିଷ ସଂସାରର ଯେ କୌଣସି ଶିକ୍ଷା ଗ୍ରହଣ କରିପାରେ କିନ୍ତୁ ଆଧ୍ୟାତ୍ମିକ ଜ୍ଞାନର ଏରୁଣ୍ଡି ଯେ ଡେଇଁ ପାରିବ ନାହିଁ, ଏକଥା ଅବଶ୍ୟ ଗ୍ରହଣ କରିବାକୁ ହେବ ।

ସବୁ ଧାର୍ମିକ, କାର୍ମିକ, ପୁଣ୍ୟବନ୍ତ ମଣିଷ ଆଧ୍ୟାତ୍ମିକବାଦୀ ହୋଇନଥାନ୍ତି । ଧର୍ମ ଏକ ବାହ୍ୟିକ ଆଚାର କିନ୍ତୁ ଆଧ୍ୟାତ୍ମିକତା ଏକ ଅଦୃଶ୍ୟ, ଆନ୍ତରିକ ଭାବ ।

ସାରା ସଂସାର ଆମର ଅଂଶବିଶେଷ, ଆମେ ସଂସାରର କିଞ୍ଚିତ ଅଂଶମାତ୍ର ହୃଦବୋଧ ହେବା ପରେ ଦୁନିଆର କେହି କାହାର ଶତ୍ରୁ ହେବା ସମ୍ଭବ ନୁହେଁ ।

ଆଜିର ସଂସାରରେ ଯାହା ଅଭାବ ରହିଛି, ତାହା କେବଳ ଆଧ୍ୟାତ୍ମିକ ଜ୍ଞାନ ପ୍ରତି ଉନ୍ମୁଖତା । ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଭିତରେ କେଉଠି ଆଧ୍ୟାତ୍ମିକ ଶିକ୍ଷା କିମ୍ବା ନୈତିକ ଶିକ୍ଷାକୁ ଏକ ବିଷୟବସ୍ତୁ ଭାବରେ ସ୍ଥାନିତ କରିବାର ଆବଶ୍ୟକତା ବି ନାହିଁ । ଏହା କେବଳ ଆଚରଣଗତ ଶିକ୍ଷଣ ପ୍ରକ୍ରିୟା ।

ପରିବାର ସଦସ୍ୟଙ୍କ ବ୍ୟବହାର, ଶିକ୍ଷାଦାନ କରୁଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ହିଁ ଶିଶୁଙ୍କୁ ଖୁବ ସହଜରେ ପ୍ରଭାବିତ କରିପାରେ । ଯୋଗ, ଧ୍ୟାନ ମାଧ୍ୟମରେ ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ସନ୍ତୁଳିତ, ବ୍ୟବସ୍ଥିତ, ସୁସଂହତ କରାଯାଇପାରେ । ନିଜେ ବଦଳିଲେ, ଦୁନିଆ ବଦଳିବାକୁ ବେଶୀ ସମୟ ନେବନାହିଁ ।

ସମୟର ନିୟମ ପରିବର୍ତ୍ତନ । କେବଳ ପରିବର୍ତ୍ତନକୁ ଗ୍ରହଣ କରିବାକୁ ନିଜକୁ ପ୍ରସ୍ତୁତ କରିବାକୁ ହେବ । ଦୁନିଆ ପାଇଁ ନବପଥଟିଏ ନିର୍ମାଣ କରିବାକୁ ବାନରସେନା ସାଜିବେ କିମ୍ବା ନବଜାତକୁ ବିଷ ବଳୟରେ ନୀଳକଣ୍ଠ ବନିବାକୁ ବାଧ୍ୟ କରିବେ ସେ ନିଷ୍ପତ୍ତି ଆପଣଙ୍କର ।…

Source- story mirror

———————————-

English Transcription

…………………………..

Changing Relationship

“It’s easy to break the chains of iron, but it’s impossible to break the chains of flowers, not just the ones that are difficult to break.”

People are easily forgetting the basics of blood ties, family ties. The blood relatives living under one roof are emotionally attached to a rope, which is called a family.

It is this constitution that sets each family apart from other families. Even though each member of the family has their own personality, earning capacity, will, and reluctance, collective opinion, and emotion are given equal importance when making any final decision.

Discipline is not a compulsion to accept the opinion of others, but a recognition of reform and devotion, devotion. All members of the family are bound in love and affection.

 

Solidarity can also be an important factor in family unity. Because one person fulfills the needs of the whole family.

Naturally, he makes all the family decisions. Others support the decision made for the good of the family. The boys also help the father from time to time to meet the needs of the child.

It is the responsibility of the family to provide for the family, the son, the daughter, the house, the house, the sale and purchase of land, and the family. But now the family’s money has changed. Many members of the family are now able to earn a living.

For the betterment of the family, most people are more concerned with their own well-being than their own. As a result, the number of family members has declined in recent years.

“Small families, happy families.” But the backbone of the family is waiting to be debated how far it would be reasonable to bother them by denying the sacrifices of their parents. Second, not all family members live under the same roof today.

Personal opinion is more important than collective opinion. Even many members of a family have not been able to get together for years. It is true that the education received for the purpose of earning a living is capable of providing a livelihood but is forgetting the moral values.

The ongoing effort to maintain the status quo with the family through mechanical means alone has not been instrumental in maintaining the relationship. Over time, the distance from each other to the mental level increases.

Even now, human beings do not shy away from taking the lives of relatives for the sake of petty interests. It is unnecessary to give an example of this.

So why is the blood relationship fading? Why is man becoming selfish, selfish, cruel today? Perhaps the easiest answer to this question is ‘hope for happiness’.

 

In spite of so many great and long-lasting efforts to be happy, can a man really be happy or continue to fall into a delusion and ruin himself? If you look at any family, you will see that a man walks away from a joint family just to keep his wife, son, and daughter happy, to fulfill their desires.

The head of the family does not think it is wrong to do anything immoral just to keep his small family happy.

Although money is a big factor behind it, mental well-being can be a big factor it. In a competitive society, we cannot say that the various machines increase the standard of living of human beings and degrade the standard of living of Sina; Because various scientific inventions meet human needs.

The fact is that humans are using it in different ways. As a result, it behaves like a machine slave instead of a slave machine.

Moral education has no place in modern education. The textbook, designed only for the purpose of gaining money (power), is making man a means of making money, of machine building, of machine-building, Sina is not able to understand himself, to control his thoughts and feelings, to use his physical and mental powers.

Today’s man is often unable to tell the difference between right and wrong. Today’s educated youth are controlling many people by joining the ranks of high-ranking officials of any large company but failing to control themselves.

Blaming others for their unsettled body, stress, pain, annoyed feelings, becoming intolerant of others; Feeling we have ‘Run out of gas’ emotionally.

Surprisingly, the man who made hundreds of friends on various social media and shared his feelings with them is moving away from his own people!

 

A man who is very lonely, away from relatives and friends, loses control of himself during difficult times of life, and chooses a path of addiction or suicide.

 

How is Ri plotting to assassinate her husband?

In the general sense, a religious person is simple, calm, and altruistic. But if you look a little deeper and understand the feelings of the man who wakes up in the morning and goes to the temple, the definition of a righteous man will change.

Today’s man is seeking sanctuary to alleviate the burdens of unforgivable sins, mistakes, deceit, and sin within himself. For the sake of his own happiness, he does not find happiness even after squeezing his throat.

It is important to accept that human beings can take any kind of education in this world, but that they cannot jump on the bandwagon of spiritual knowledge.

Not all religious, hardworking, virtuous people are spiritualists. Religion is an external virtue, but spirituality is an invisible, inner feeling.

It is not possible for anyone in the world to be our enemy after we have become a part of the world, a part of the world.

What is lacking in today’s world is only openness to spiritual knowledge. There is no need to place spiritual education or moral education as a subject within the current education system. It’s just a behavioral learning process.

The behavior of family members, the personality of the person teaching, can easily influence the child. Through yoga, meditation, both physical and mental health can be balanced, organized, and coordinated. If you change yourself, it will not take long for the world to change.

Changing the rules of time. You just have to be more discriminating with the help you render toward other people. It is up to you to decide whether or not to use the monkeys to create a new path for the world or force the newborn to become a blue-collar in a poisonous ring…

Share this

Leave a Reply

Your email address will not be published. Required fields are marked *