Mato O Fulara Kabita Odia Poem- MATI O FULARA KABITA ତୁମ ପୃଥିବୀରୁ ଦି’ମୁଠା ସ୍ୱପ୍ନ ନେଇ ଫେରିବା ମୁହୂର୍ତ୍ତରେ ସାରା ଦୁନିଆ ଅମୃତମୟ ଲାଗୁଥିଲା ମତେ, କିନ୍ତୁ ମୁଁ କି ଜାଣିଥିଲି ହାତ ମୁଠିରେ ବନ୍ଦୀ ଦି’ମୁଠା ସ୍ୱପ୍ନ ପାଇଁ ହରେଇ ବସିବି ଆପଣା ପୃଥିବୀରେ ହସିଖେଳି ଜୀବନ ଜିଇଁବାର ଯୋଗ୍ୟତା ଦି’ପାଦ ଭୂଇଁକୁ ମୋର ବୋଲି କହିବାର କ୍ଷମତା । ବରଂ ଏମିତି ଇ ହବାର ଥିଲା ଆମ ପୃଥିବୀରେ ଯେତେ
ସଂପୂର୍ଣ୍ଣ ପଢ଼ନ୍ତୁ
swapnamanaska ଶୁନଶାନ୍ ରାସ୍ତା, ନିର୍ଜନ ନଈପଠା ଆମ୍ବ ତୋଟା ବଉଳର ମହମହ ବାସ୍ନା ସ୍ୱପ୍ନମନସ୍କ ମଣିଷ କିନ୍ତୁ ଢ଼େର ବେଶୀ ଏକୁଟିଆ । ନିସଂଗତାର ନୀଳବହ୍ନିରେ ଜଳୁଛି ଆକାଶ ଛାତିତଳ କୋହର କୁହୁଡିରେ ପୋଡିଯାଉଛି ଆମ୍ବ ବଉଳ ସେ କେମିତି ଭରଷି ଯିବ ଯେ – ମଥା ଉପରକୁ ଲମ୍ବିଆସୁଥିବା ହାତ ସବୁ ଆଶୀର୍ବାଦର ହାତ, ବିଶ୍ୱାସର ଛାତ ବୋଲି । ସେ ତ’ ଜଳିସାରିଛି ଅନେକଥର ଛଳନା ନିଆଁରେ, ଆପଣା ଇଛାରେ ବଂଚି ପାରିନି ସତ
ସଂପୂର୍ଣ୍ଣ ପଢ଼ନ୍ତୁ
ଅନ୍ତିମ ଉପହାର | ANTIMA UPAHAR | Odia short story | PODCAST🎧| Colors Of LIFE ଯନ୍ତ୍ରବତ୍ ପ୍ୟାଣ୍ଟ୍ସାର୍ଟ ପିନ୍ଧି ବାହାରି ଆସିଲି । ନିଜର ନିଶ୍ବାସ ମତେ ଲାଗୁଥିଲା ଆଗ୍ନେୟଗିରିର ଲାର୍ଭା ପରି ଅବିଶ୍ବସ୍ତ-ଅପରିଚିତ, ବିଶ୍ବାସ ମତେ ଭିଡ଼ିନେଉଥିଲା ଆଗକୁ ଆଗକୁ । ବାସ୍ …ଆମେ ଅତିକ୍ରମ କରିସାରିଥିଲୁ ଅଗଣା । ବାହାରପଟ ଗେଟ୍ର ଖିଡକି ଦେବା ବେଳେ ଦେଖିଲୁ ଟ୍ରେ’ରେ ଚାରିକପ୍ ଚା’ ଧରି ପ୍ରାଚୀ ଠିଆ ହୋଇଛି ଅଗଣାରେ ।
ସଂପୂର୍ଣ୍ଣ ପଢ଼ନ୍ତୁ
‘‘ରକ୍ତ ନଝରିବା ଯାଏ ରକ୍ତର ମୂଲ୍ୟ କ’ଣ ବୁଝିହୁଏ ?’’ ସମାଧାନର ସରଳ ରାସ୍ତାଟିକୁ ଭୁଲି ଯାଇଥିବା ଲୋକେ ଚକା ଆସନ ପାରି ବସିଥିଲେ ଚକ୍ରଧର ସାର୍ଙ୍କ ଆଗରେ । ଖବର ପାଇ ଆସିଥିଲେ ଜଣେ ପରେ ଜଣେ । ଗାଁ ମୁଣ୍ଡ ନଈ କୂଳରେ ମଧ୍ୟ ପହଞ୍ଚିଥିଲା ପୋଲିସ । ଆପୋଷ ସମାଧାନର ରାସ୍ତାଟିଏ ମିଳିଯାଇଥିବାରୁ ପୋଲିସ ମଧ୍ୟ ବଢ଼ାଇଥିଲା ସହଯୋଗର ହାତ । ଥାନାରୁ ମୁକ୍ତ ହୋଇ ସଭାସ୍ଥଳରେ ପହଞ୍ଚିଥିଲା ମହି । ସାଥିରେ
ସଂପୂର୍ଣ୍ଣ ପଢ଼ନ୍ତୁ
ସାନ୍ଦେଈ ରାଗିଲେ ସୁନ୍ଦର, ହସିଲେ ବି । ଟିକେ ଟିକେ କଥାରେ ରାଗେ, ବଡ଼ ପାଟି କରେ । ଖୁସି ଥିବାବେଳେ ଯାହା ମାଗିଲେ ଦେଇଦିଏ । ରାଗିଲେ ନା – ବାପ୍ରେ ଜୀବନ୍ତ ଆଗ୍ନେୟଗିରି କିଲାଓ । ଜାଳିଦେବ…ମାରିଦେବ । ହଁ ମତେ ବି ଜଣାଅଛି ସାନ୍ଦେଈକୁ ଶାନ୍ତ କରିବାର ଉପାୟ । କିନ୍ତୁ ସେ ସୁତ୍ରକୁ ସବୁ ସମୟରେ ପ୍ରୟୋଗ କରି ହୁଏନି ।… ସାନ୍ଦେଈ | SANDEI | Odia Story |
ସଂପୂର୍ଣ୍ଣ ପଢ଼ନ୍ତୁ
‘‘କଣ ହେଲା ସାଆନ୍ତେ ?’’ ଅର୍ଖିତର ବିକଳ ପ୍ରଶ୍ନରେ ସାଆନ୍ତେ କେବଳ ଚାହିଁଲେ, ଚୁପ୍ ରହିଲେ । ଦେହୁରୀ ସାଆନ୍ତେଙ୍କୁ କହିଲେ ବିପ୍ର ଆଜ୍ଞା ଶେଷ ମନ୍ତ୍ର ପଢ଼ା ବାକି ରହିଗଲା .. ଶାଳ ତ’ ମାରା ହେଲା, କଣ କରିବା? ଅର୍ଖିତ ଥ’ ହେଇ ଚାହିଁଥିଲା କୁସୁମେଇ ଠାକୁରାଣୀଙ୍କ ଉଜ୍ଜଳ, ଜ୍ବଳନ୍ତ ଆଖିକୁ । କୋଉ ମନ୍ତ୍ର ପଢ଼ା ଆଉ ବାକି ରହିଲା ଯେ… ?… ମନ୍ତ୍ର | MANTRA | Odia Story |
ସଂପୂର୍ଣ୍ଣ ପଢ଼ନ୍ତୁ
ମୁଁ ପାଟି କରିବା ପୂର୍ବରୁ ମୋ ମୁହଁରେ ହାତ ଦେଇ କହିଲା- ‘ଚୁପ୍’ । ମୁଁ କେବେ ଭାବିନଥିଲି ଅନ୍ଧାରରେ ଘର ଲୋକଙ୍କ ନଜର ଆଡେଇ ସୁନୀତା ମୋ ରୁମ୍ରେ ପହଞ୍ଚିଯିବ ବୋଲି । ତା’ ଦେହ ସ୍ପର୍ଶରୁ ଜାଣି ପାରିଥିଲି ସେ ଏବେ ଏକ ବସ୍ତ୍ର ପରିହିତା । ତା’ ଗ୍ରୀବାଠୁ ପାଦ ପର୍ଯ୍ୟନ୍ତ ଘୋଡେଇ ରଖୁଥିବା ବସ୍ତ୍ରଟିକୁ ଯଦି ଏବେ ଖୋଲିଦିଆଯାଏ, ସେ ସମ୍ପୁର୍ଣ୍ଣ ବିବସ୍ତ୍ର ହିଁ ହୋଇଯିବ । ହଠାତ୍ ମୋ ଦେହର
ସଂପୂର୍ଣ୍ଣ ପଢ଼ନ୍ତୁ
© ପ୍ରକାଶ ରଂଜନ ପରିଡ଼ା ‘‘ସୁନାଟା ପରା ଖାଇଦେଇ ଯା, ଆସୁ ଆସୁ କେତୋ’ଳ ହବ । ସାନ କଥା ମାନ..ଯା ତୋ ବ୍ୟାଗ୍ ମୁଁ ସଜାଡ଼ି ଦୋଉଛି । ବାଢ଼ିଲିଣି ପରା…ଯା…. ।’’ ଧେତ୍ ତୁ କଣଟା ଜାଣିଛୁ ଯେ ମୋ ବ୍ୟାଗରେ ପୁରେଇବୁ । ମୁଁ ବାହାରେ ଖାଇଦେବି ତୁ ଯା… ବୋଉ କଥାକୁ ବାସିପାଣିରେ ପକେଇ ଅଂଶୁ ଘରୁ ବାହାରିଗଲା ଗାଁ ଛକକୁ । ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଛକରେ ପହଞ୍ଚିବା
ସଂପୂର୍ଣ୍ଣ ପଢ଼ନ୍ତୁ
© ପ୍ରକାଶ ରଂଜନ ପରିଡ଼ା ରାଗରେ ଫେରିଆସି ନୂଆ ସାହି କଦମ୍ବ ଗଛ ମୂଳେ ପଡ଼ିଥିବା ଗୋଲଗାଲ୍ ଚିକ୍କଣ ପଥର ଉପରେ ବସି ଦେଖିବା ବେଳକୁ ଢଳିଢଳି ଆସୁଛି ମିତା । ହଁ ମିତା ହିଁ ଆସୁଥିଲା, ମୁଁ ନିଶ୍ଚିତ ଥିଲି । କାରଣ ତା’ପରି ରାଜହଂସୀ ଚାଲି ମୋ ଗାଁରେ ଆଉ କୌଣସି ଝିଅ ଚାଲୁଥିବା ମୁଁ ଦେଖିନଥିଲି । ତା ପାଦ ପଡ଼ୁଥିଲା ଗୋଟିଏ ସରଳରେଖାରେ ଆଗକୁ ଆଗକୁ ଆଉ ତା ଅଣ୍ଟା ସାମାନ୍ୟ ଢଳିଯାଉଥିଲା
ସଂପୂର୍ଣ୍ଣ ପଢ଼ନ୍ତୁ
© ପ୍ରକାଶ ରଂଜନ ପରିଡ଼ା ରାତି ପାହିବ ପାହିବ ହୋଇ ପାହିନଥିଲା । ଆକାଶର ଅଗଣାରେ ଏବେ ବି ଦିଶୁଥିଲା କାଣିଚାଏ ପାଣ୍ଡୁର ଜହ୍ନଁର ମୁହଁ । ଛାଁ’କୁ ଛାଁ ଭାଙ୍ଗୁଥିଲା ନିଦ । ଗୋଟେ ଇପ୍ସିତ, ପରିଚିତ କଣ୍ଠସ୍ବର ମୋ ଛାତିତଳେ ତୋଳୁଥିଲା ତରଙ୍ଗ । ରୋଷେଇ ଘରର ପ୍ରତିଟି ଶବ୍ଦ ଶୁଣିବାକୁ ମୋ କାନ ଥିଲା ଉଦ୍ଗ୍ରୀବ । ସୁନୀତାର ପିଠା ତିଆରି ସରୁନଥିଲା କି ମଝିରେ ମଝିରେ ଖୁଁ ଖୁଁ ଖଣ୍ଡିକାଶ ।
ସଂପୂର୍ଣ୍ଣ ପଢ଼ନ୍ତୁ