ହଳଦୀ ଲଙ୍କା ଧନିଆ- ଜାଣନ୍ତୁ ଏହି ପୁରୁଣା ମସଲା କାହିଁକି
ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ


best-indian-spices-combination-haldi-mirchi-dhaniya-health-benefits-colors-of-life

କେବେ ଆପଣ ଭାବିଛନ୍ତି କି ଖାଦ୍ୟ ପ୍ରସ୍ତୁତିରେ ହଳଦୀ, ଲଙ୍କା, ଧନିଆ ମସଲା କାହିଁକି ବ୍ୟବହୃତ ହୋଇଥାଏ ? ଏହି ତିନିଟି ମସଲା ନିଶ୍ଚିତ ଭାବରେ ଘରେ ଦୈନିକ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ମିଶିଥାଏ । ଏହାସହିତ ଖାଦ୍ୟ ପ୍ରସ୍ତୁତିରେ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ମିଶାଯାଇଥାଏ । ଖାଦ୍ୟରେ ରଙ୍ଗ ଏବଂ ସୁଗନ୍ଧ ବୃଦ୍ଧି କରୁଥିବାରୁ ଏହି ମସଲା ବ୍ୟବହାର କରାଯାଇଥାଏ । କିନ୍ତୁ ଆୟୁର୍ବେଦ ଅନୁଯାୟୀ ଖାଦ୍ୟରେ ହଳଦୀ, ଲଙ୍କା ଏବଂ ଧନିଆର ଏହି ମସଲା ମିଶ୍ରଣ, ଶରୀରରେ ବାତ, ପିତ୍ତ ଓ କଫର ସନ୍ତୁଳନ ରକ୍ଷା କରିଥାଏ । ଏହାସହ ଶରୀରରେ ଏହି ପାରମ୍ପରିକ ମସଲା ଅନେକ ଉପକାର ସାଧିତ କରିଥାଏ ।

ହଳଦୀ ଲଙ୍କା ଧନିଆ: ଏହି ମସଲା ମିଶ୍ରଣ କାହିଁକି ସ୍ୱତନ୍ତ୍ର

  • ହଳଦୀ, ଲଙ୍କା, ଧନିଆ ମସଲା ଆଣ୍ଟି-ଇନ୍‌ଫ୍ଲେମେଟରୀ
  • ହଳଦୀ, ଲଙ୍କା, ଧନିଆ ମସଲା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର
  • ହଳଦୀ, ଲଙ୍କା, ଧନିଆ ମସଲା ନ୍ୟୁରୋପ୍ରୋଟେକ୍ଟିଭ୍ ଗୁଣରେ ଭରପୂର
  • ହଳଦୀ, ଲଙ୍କା, ଧନିଆ ମସଲା ରକ୍ତବାହୀ ଓ ରକ୍ତ ସଞ୍ଚାଳନକୁ ସଠିକ୍ ରଖେ

ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହଳଦୀ ଲଙ୍କା ଧନିଆ ମସଲା

୧. ଏହି ମସଲା ମିଶ୍ରଣ ଆଣ୍ଟି-ଇନ୍‌ଫ୍ଲେମେଟରୀ (Anti inflammatory spices)

ହଳଦୀ, ଲଙ୍କା ଓ ଧନିଆରେ ଆଣ୍ଟି-ଇନ୍‌ଫ୍ଲାମେଟରୀ ଗୁଣ ରହିଛି । ହଳଦୀରେ କର୍କୁମିନ୍ ଏବଂ ଜିଙ୍ଗିବେରାସି ରହିଥାଏ, ଯାହା ଶରୀରକୁ ପୀଡ଼ାରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ, ଲାଲ ଲଙ୍କାରେ ଥିବା କ୍ୟାପସାଇସିନ୍ (Capsaicin), ପ୍ରାକୃତିକ ଯନ୍ତ୍ରଣା ଉପଶମକାରୀ ଭାବରେ କାର୍ଯ୍ୟ କରିଥାଏ ଏବଂ ଶରୀରରେ ଅସନ୍ତୁଳନ ସୃଷ୍ଟି କରୁଥିବା ରେଡିକଲ୍ସ ପ୍ରଭାବକୁ ହ୍ରାସ କରିଥାଏ। ସେହିପରି ଧନିଆରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଫ୍ରି ରେଡିକାଲ୍ସ ସହିତ ଲଢ଼ିଥାଏ । ତେଣୁ ଏହିପରି, ହଳଦୀ ଲଙ୍କା ଧନିଆର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ।

୨. ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ମସଲା (Full of antioxidants)

ହଦଳୀ, ଲଙ୍କା ଏବଂ ଧନିଆର ମିଶ୍ରଣ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଏହା ଟି-ସେଲ୍ସକୁ ମଜଭୁତ କରିଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହି କାରଣରୁ, ଶରୀର ଅନେକ ପ୍ରକାରର ବ୍ୟାକ୍ଟେରିୟା ଓ ଫଙ୍ଗ୍ସ ବିରୁଦ୍ଧରେ ଲଢ଼ିବାକୁ ଶକ୍ତି ଯୋଗାଇଥାଏ । ହଦଳୀ, ଲଙ୍କା ଏବଂ ଧନିଆ ଋତୁକାଳୀନ ରୋଗରୁ ରକ୍ଷା ପାଇବା ପାଇଁ ଶରୀରକୁ ଶକ୍ତି ଦେଇଥାଏ ।

haldi-mirchi-dhaniya-colors-of-life

୩. ନ୍ୟୁରୋପ୍ରୋଟେକ୍ଟିଭ୍ ଗୁଣରେ ଭରପୂର ଏହି ମିଶ୍ରଣ (Neuroprotective herbs)

ନ୍ୟୁରୋପୋଟେକ୍ଟିଭ୍ ଗୁଣ, ଯାହା ଆମର ନ୍ୟୁରନକୁ ସୁସ୍ଥ ରଖିଥାଏ ଓ ଫ୍ରି ରେଡିକଲ୍ସର କ୍ଷତିରୁ ରକ୍ଷା କରିଥାନ୍ତି । ତେଣୁ ହଳଦୀ, ଲଙ୍କା ଏବଂ ଧନିଆରେ ଥିବା ଏହି ସୁଗୁଣ ମସ୍ତିଷ୍କକୁ ସଂଜ୍ଞାନାତ୍ମକ ରୋଗରୁ ବଞ୍ଚାଇଥାଏ । ଏହି ମସଲା ମିଶ୍ରଣ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ଅଟେ ।

୫. ରକ୍ତବାହୀ ଓ ରକ୍ତ ସଞ୍ଚାଳନକୁ ସଠିକ୍ ରଖେ ଏହି ମିଶ୍ରଣ (Good for blood circulation)

ହଳଦୀ, ଲଙ୍କା ଏବଂ ଧନିଆ ଏହି ତିନିଟି ମସଲା ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ଲାଭଦାୟକ ଅଟେ । ହଳଦୀରେ ଆରୋଗ୍ୟ ଗୁଣ ଯୋଗୁଁ ରକ୍ତବାହୀକୁ ଠିକ୍ ରଖୁଥିବାବେଳେ ଧନିଆ କୋଲେଷ୍ଟ୍ରଲ ଏବଂ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେହିପରି ଲଙ୍କା ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ, ଯାହା ଦ୍ୱାରା ରକ୍ତ ଜମାଟ ବାନ୍ଧି ନଥାଏ।

ଏହା ବ୍ୟତୀତ, ଏହି ତିନିଟି ମସଲା ମିଶ୍ରଣ ହଜମ ପ୍ରକ୍ରିୟାକୁ ଠିକ୍ ରଖେ । ଶରୀରକୁ ଡିଟକ୍ସ ରଖିବ କାରଣରୁ ଅନ୍ୟ ଅଙ୍ଗଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରିପାରିଥାଏ ।

Share this

Leave a Reply

Your email address will not be published. Required fields are marked *