ଦୁନିଆର ସବୁଠାରୁ ଶକ୍ତିଶାଳୀ ଜୁସ୍, ପ୍ରକୃତିର ଅନନ୍ୟ ଅବଦାନ । ଯାହାକୁ ଆପଣ ଘରେ ହିଁ ପ୍ରସ୍ତୁତ କରିପାରିବେ, ଏବଂ ଯାହା ଓଡ଼ିଶାର ପ୍ରତି ଗାଁରେ ଓ ସହରରେ ଉପଲବ୍ଧ, ପାଇପାରିବେ ବିଲକୁଲ ମାଗଣାରେ ।
ଏପରିକି ଏଥିପାଇଁ ଆପଣଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବନି । ମାତ୍ର 7 ଦିନ ଏହି ଜୁସ ପିଇବା ପରେ ଆପଣଙ୍କ ଶରୀରରେ ସମସ୍ତ ବିଷାକ୍ତ ଅଂଶର ନାଶ ହେବା ନିଶ୍ଚୟ । ଏହି ଅଭ୍ୟାସ ଜାରି ରଖିଲେ ଆପଣଙ୍କ ପାଇଁ ବିଶେଷ ଔଷଧର ଆବଶ୍ୟକତା ପଡ଼ିବନି । ମୁଁ କେବଳ ଏକଥା ଆପଣଙ୍କୁ କହୁନି ଏହି ଭିଡିଓରେ ଏହାର ସାଇଣ୍ଚିଫିକ ପ୍ରୁଭ ବି ଦେଖାଇବି । Most powerful detox juice ବିଷୟରେ ସବିଶେଷ ଜାଣିବା ପାଇଁ ବାସ କେବଳ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । ଏବେ ଆଉ ସମୟ ନଷ୍ଟ ନକରି ଦୁନିଆର ସବୁଠାରୁ ଶକ୍ତିଶାଳୀ ଜୁସ୍ ବିଷୟରେ ଆପଣଙ୍କ ମନରେ ଉଙ୍କି ମାରୁଥିବା ସବୁ ପ୍ରଶ୍ନର ଉତ୍ତର ହେଉଛି ।
ଦୁନିଆର ସବୁଠାରୁ ଶକ୍ତିଶାଳୀ ଜୁସ୍ ହେଉଛି ପାଣି କଖାରୁ ଜୁସ୍ । ଆଜ୍ଞା ହଁ…ପାଣି କଖାରୁ ଜୁସ୍ ବା ଇଂରାଜୀରେ ଆସ୍ ଗର୍ଡ ଜୁସ୍ ହଁ ଏକଥା ବି ଜାଣିରଖନ୍ତୁ ଏହାର ବଟାନିକାଲ୍ ନାମ ହେଉଛି ବେନିଙ୍କାସା ହିସପିଡା । ଏହି ଜୁସ ଆପଣଙ୍କ ଶରୀର ସହ ବ୍ରେନକୁ ମଧ୍ୟ ଶକ୍ତି ପ୍ରଦାନ କରିବ ଏବେ ଅଳ୍ପ କିଛି ଦିନ ମଧ୍ୟରେ ତ୍ୱଚାକୁ ମଧ୍ୟ ସୁଦ୍ଧ କରିବ ।
ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ …କାରଣ ଯେଉଁ ପାଣି କଖାରୁକୁ ଆପଣ ରାଇତା କରି ଖାଆନ୍ତି କିମ୍ବା ବଡ଼ି ତିଆରି କରନ୍ତି, ତାକୁ ଜୁସ୍ ପରି ପିଇବେ କିପରି ।
✅ପାଣି କଖାରୁ ଜୁସ୍ କିପରି କରାଯିବ?
✅ଏହାକୁ କିପରି ପିଇବାକୁ ପଡ଼ିବ?
✅ଶରୀର କଣ Detox ହୋଇପାରିବ?
✅ଏହାର କଣ ପ୍ରମାଣ ଅଛି?
କଣ ଆପଣଙ୍କ ମନରେ ଏହି ସବୁ ପ୍ରଶ୍ନ ଉଙ୍କି ମାରୁଛି ନାଁ… ପାଣି କଖାରୁ ଜୁସ୍ ଆପଣଙ୍କୁ ଅନେକ ସମସ୍ୟାରୁ ମୁକ୍ତି ପ୍ରଦାନ କରିବ ।
ଅଧିକ ତୈଳ ଓ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଅନ୍ତନଳୀରେ ଜମି ରହୁଥିବା ବର୍ଜ୍ୟବସ୍ତୁ ବାହାର କରିବାର ପୂର୍ଣ୍ଣ ସାମର୍ଥ୍ୟ ରହିଛି ପାଣି କଖାରୁ ଜୁସରେ । ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍, ଆଇରନ୍, ଫସଫରସ୍ ଏବଂ ଭିଟାମିନ୍ ସି ପରି ଉପାଦାନ ମଧ୍ୟ ରହିଛି ।
ପାଣି କଖାରୁ ଜୁସ ପିଇବା ଦ୍ୱାରା ଏହା ଆମ ଶରୀରର ଅନ୍ତନଳୀରେ ଗଚ୍ଛିତ ହୋଇ ରହିଥିବା ବର୍ଜ୍ୟବସ୍ତୁକୁ ବାହାର କରିପାରିବ । ଅନ୍ତନଳୀରେ ଯେଉଁ ବିଶାକ୍ତ ପଦାର୍ଥ ଜମି ରହି ଗୋଟିଏ ପରେ ଗୋଟିଏ ରୋଗକୁ ବଢ଼ାଇଥାଏ, ତାକୁ ସମ୍ପୂର୍ଣ୍ଣ ବାହାର କରିବ ପାଣି କଖାରୁ ରସ ।
ପ୍ରସିଦ୍ଧ ଫିଟୋଟେରାପିଆ ଜର୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶରୀରରେ ରୋଗ ସୃଷ୍ଚି କରୁଥିବା ବିଷାକ୍ତ ବା ଟକ୍ସିକ ପଦାର୍ଥକୁ ପାଣି କଖାରୁ ରସ ବାହାର କରିବାରେ ସକ୍ଷମ । କେବଳ ଆଧୁନିକ ମେଡିକାଲ ସାଇନ୍ସ ଏହାକୁ ଗ୍ରହଣ କରୁଛି ତାହା ନୁହେଁ ଭାରତର ପାରମ୍ପରିକ ଆୟୁର୍ବେଦ ଶାସ୍ତ୍ରରେ ମଧ୍ୟ ପାଣି କଖାରୁ ରସର ସୁଗୁଣ ବର୍ଣ୍ଣିତ ହୋଇଛି । ଏଥିରେ ଥିବା ଡାଇୟୁରେଟିକ୍, ଲକ୍ସାଟିଭ୍ ଏବଂ ଆପ୍ରୋଡାଇସିଆକ୍ ଗୁଣ ଗୁଡ଼ିକ ଶକ୍ତି ସ୍ତର ବୃଦ୍ଧି, ଅନ୍ତନଳୀର ସୁଦ୍ଧତା ବୃଦ୍ଦି, ମାନସିକ ରୋଗର ଚିକିତ୍ସା, ହଜମ ପ୍ରକ୍ରିୟାରେ ସାହାଯ୍ୟ ସହ ରୋଗ ହ୍ରାସ କରି ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିପାରିବ ।
ରୋଗ ପ୍ରତିରୋଧ ସହିତ ପାଣି କଖାରୁ ଜୁସ ଚର୍ମ ଏବଂ କେଶ ପାଇଁ ମଧ୍ୟ ବେସ ଲାଭ ଦାୟକ | ପ୍ରତିଦିନ ପାଣି କଖାରୁ ଜୁସ ପିଇବା ଦ୍ୱାରା ପ୍ରାକୃତିକ ଭାବରେ ଚର୍ମକୁ ଆର୍ଦ୍ର କରିବା ସହ ଚର୍ମ ସଂକ୍ରମଣକୁ ମୁକାବିଲା କରିଥାଏ | କେଶ ବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ |
ପାଣି କଖାରୁରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହାକୁ ଆୟୁର୍ବେଦ ଔଷଧରେ ମଧ୍ୟ ବ୍ୟବହାର କରାଯାଏ । ଜ୍ୱର, ଜଣ୍ଡିସ, ଥାଇରଏଡ୍, ଗଣ୍ଠି ଯନ୍ତ୍ରଣା, ଆଲୋପେସିଆ ସହିତ ନିଦ୍ରାହୀନତା ପରି ରୋଗ ମଧ୍ୟ ପାଣି କଖାରୁ
ରସ ପିଇବା ଦ୍ୱାରା ଭଲ ହୋଇଥାଏ ।
ଆଧୁନିକ ଚିକିତ୍ସା ବିଜ୍ଞାନରେ ମଧ୍ୟ ପାଣି କଖାରୁକୁ ନେଇ ଅନେକ ଉଚ୍ଚ ଗବେଷଣା ହୋଇଛି । ଏବଂ ଗବେଷଣାରେ ଏହାର ଶକ୍ତି ପ୍ରମାଣିତ ହୋଇଛି ।
୧୯୯୫ରେ ଜିଆଙ୍ଗସୁ ଜର୍ନାଲ୍ ଅଫ୍ ଏଗ୍ରିକଲଚୁରାଲ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ପାଣି କଖାରୁ ରସ କିଡନୀର ରକ୍ଷକ ଭାବରେ କାର୍ଯ୍ୟ କରିଥାଏ । ୨୦୦୦ ମସିହାରେ ଫିଟୋଟେରାପିଆ ଜର୍ଣ୍ଣାଲରେ ଶରୀରକୁ ପାଣି କଖାରୁ ରସ ବିଶାକ୍ତ ମୁକ୍ତ କରିବାକୁ ସକ୍ଷମ ଥିବା ପ୍ରକାଶିତ ହୋଇଛି ।
ପରେ 2001ରେ ଏକ ଇଥନୋଫାରମାକୋଲୋଜି ଜର୍ଣ୍ଣାଲ, 2003ରେ କୋରିଆନ୍ ଜର୍ଣ୍ଣାଲ୍ ଅଫ୍ ନ୍ୟୁଟ୍ରିସନ, ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ଫାର୍ମାକୋଲୋଜି, 2005ରେ ଇରାନ ଜର୍ଣ୍ଣାଲ ଅଫ୍ ଫାର୍ମାକୋଲୋଜି ଆଣ୍ଡ ଥେରାପିଟିସ, 2010ରେ ଇଣ୍ଟରନ୍ୟାସନାଲ୍ ଜର୍ନାଲ୍ ଅଫ୍ ଫାର୍ମାକୋଲୋଜିରେ ପ୍ରକାଶିତ ରିପୋର୍ଟରେ ପାଣି କଖାରୁର ସୁଗୁଣ ପ୍ରମାଣସିଦ୍ଧ ହୋଇଛି ।

ଏବେ ଏହାର ପ୍ରସ୍ତୁତି ଓ ଉପଯୋଗ ପ୍ରଣାଳୀ ମଧ୍ୟ ଜାଣି ନିଅନ୍ତୁ । ପାଣି କଖାରୁ ଚୋପା, ଭିତରରେ ମଞ୍ଜି ଅଂଶକୁ ସମ୍ପୂର୍ଣ୍ଣ ବାହର କରିଦେବା ପରେ ଯେଉଁ ଧଳା ଅଂଶ ରହିବ ତାକୁ ଖଣ୍ଡ, ଖଣ୍ଡ କାଟି କିମ୍ବା କୋରି ରସ ବାହାର କରନ୍ତୁ । ସଫା କପଡ଼ାରେ ଚିପୁଡି ପାଣି ବାହାର କରିବା ପରେ ମନେରଖନ୍ତୁ ଏଥିରେ
➡କୌଣସି ପଦାର୍ଥ ମିଶାନ୍ତୁ ନାହିଁ
➡ଲୁଣ, ଚିନି, ଲେମ୍ବୁ କିମ୍ବା କୌଣସି ବି ମସଲା ମିଶାନ୍ତୁ ନାହିଁ
➡ପାଣି କଖାରୁ ଜୁସରେ କେବଳ ପଇଡ଼ ପାଣି ମିଶାଇ ପାରିବେ
➡ପାଣି ବାହାର କରିବା ପରେ ୧୦ ମିନିଟ ମଧ୍ୟରେ ପାନ କରନ୍ତୁ
➡ଧୀରେଧୀରେ ଅର୍ଥାତ ଗୋଟିଏ ଗୋଟିଏ ଢୋକ ପିଅନ୍ତୁ
➡ସକାଳୁ ଖାଲି ପେଟରେ ପାଣି କଖାରୁ ରସ ପିଅନ୍ତୁ
➡ପାଣି କଖାରୁ ରସ ପିଇବାର ୨ ଘଣ୍ଟା ପରେ ଖାଦ୍ୟ ଖାଆନ୍ତୁ
ଆପଣ ଭାବୁଥିବେ ଏହାର ସ୍ୱାଦ କିପରି ହୋଇଥିବ । ପିଇହେବ କିମ୍ବା ନାହିଁ । ଏହା ସମ୍ପୂର୍ଣ୍ଣ ଆଲକାଇନ ୱାଟର । ଏହାର କୌଣସି ସ୍ୱାଦ ନାହିଁ । ସୁଦ୍ଧ ପାଣି ପରି ଏହା ସ୍ୱାଦହୀନ, ନା ମିଠା, ନା ଲୁଣି…
ମାତ୍ର ଗୋଟିଏ ସପ୍ତାହ ପାଣି କଖାରୁ ରସ ପିଇବା ପରେ ଏହାର ସୁଫଳ ଗୁଡ଼ିକୁ ଆପଣ ଅନୁଭବ କରି ପାରିବେ । କେବଳ ନିଜ ତ୍ୱଚ୍ଚାକୁ ଚାହିଁ ଆପଣ ଦୁନିଆର ସବୁଠାରୁ ଶକ୍ତିଶାଳୀ ଜୁସ୍ କୁ ସବୁଠାରୁ ପ୍ରିୟ ଜୁସ ଭାବରେ ଗ୍ରହଣ କରିବାକୁ ମନ କରିବେ । ଆଶା କରୁଛି ଆଣଣଙ୍କ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିଯାଇଥିବ । ଏଦି କିଛି ପ୍ରଶ୍ନ ରହିଯାଇ ଥାଏ ତେବେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ ।
ଖୁସି ରୁହନ୍ତି, ଜୀବନକୁ ଉପଭୋଗ କରନ୍ତୁ ।