ଯନ୍ତ୍ରବତ୍ ପ୍ୟାଣ୍ଟ୍ସାର୍ଟ ପିନ୍ଧି ବାହାରି ଆସିଲି । ନିଜର ନିଶ୍ବାସ ମତେ ଲାଗୁଥିଲା ଆଗ୍ନେୟଗିରିର ଲାର୍ଭା ପରି ଅବିଶ୍ବସ୍ତ-ଅପରିଚିତ, ବିଶ୍ବାସ ମତେ ଭିଡ଼ିନେଉଥିଲା ଆଗକୁ ଆଗକୁ ।
ବାସ୍ …ଆମେ ଅତିକ୍ରମ କରିସାରିଥିଲୁ ଅଗଣା । ବାହାରପଟ ଗେଟ୍ର ଖିଡକି ଦେବା ବେଳେ ଦେଖିଲୁ ଟ୍ରେ’ରେ ଚାରିକପ୍ ଚା’ ଧରି ପ୍ରାଚୀ ଠିଆ ହୋଇଛି ଅଗଣାରେ । ଚା’ରୁ ଆକାଶ ଆଡ଼କୁ ଉଠି ଯାଉଛି ଗରମ ବାମ୍ଫ, ତା ସାମ୍ନାରେ ହିଁ ସିନୁର ‘ଅନ୍ତିମ ଉପହାର’ ।