(ଅନ୍ଧ)ବିଶ୍ୱାସ ଓ (ଅ)ବିଜ୍ଞାନ | Science And Superstition

Ancient Science and believe | Colors of LIFE

କୌଣସି କଥାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଅନ୍ଧ ଭାବରେ ବିଶ୍ୱାସ କରାଯାଉଥିବା ବିଧିବିଧାନକୁ ଆମେ ଅନ୍ଧବିଶ୍ୱାସ କହିଥାଉ, କିନ୍ତୁ ବିନା ପ୍ରମାଣରେ ଅନ୍ଧ ଭାବରେ କୌଣସି ବ୍ୟକ୍ତି ବା ଗୋଷ୍ଠୀର ବିଶ୍ୱାସକୁ ଅନ୍ଧବିଶ୍ୱାସ ଆଖ୍ୟା ଦେଉଥିବା ବସ୍ତୁବାଦୀ ଜ୍ଞାନ, ବିଜ୍ଞାନ ପଦବାଚ୍ୟ ହେବ କହ କିପରି ? 

ଯେଉଁ  ବିଧିବିଧାନ ବା ବ୍ୟବସ୍ଥାକୁ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ବିଚାର କରିବା ପରେ ଆମେ ଗ୍ରହଣ କରିଥାନ୍ତି ତା’କୁ ଅନ୍ଧବିଶ୍ୱାସ କହିପାରିବା କି ? 

ଭୂତ, ପ୍ରେତର ପ୍ରାଦୂର୍ଭାବକୁ ବନ୍ଦ କରିବା ପାଇଁ ହେଉ କି ବିଷକ୍ଷୟ ପାଇଁ କିମ୍ବା କୌଣସି ରୋଗରୁ ମୁକ୍ତି ପାଇଁ ଆମ ସମାଜରେ ପ୍ରଚଳିତ କେତେକ ବୈଦିକ ନିବାରଣ ଓ ଚିକିତ୍ସା ପଦ୍ଧତିକୁ ଆଜି ଆମେ ଅନ୍ଧବିଶ୍ୱାସର ଆଖ୍ୟା ଦେଇ ସାରିଛନ୍ତି । 

ଯଦିଓ ବିନା ପ୍ରମାଣରେ ବିଜ୍ଞାନ କୌଣସି ନିଷ୍ପତ୍ତିକୁ ଗ୍ରହଣ କରିନଥାଏ କିନ୍ତୁ ଏକ୍ଷେତ୍ରରେ ବିନା ପ୍ରମାଣରେ ଏସବୁ ପୂରାତନ ବିଧିବିଧାନକୁ ମୌଖିକ ଅସିଦ୍ଧ ଘୋଷଣା କରାଯାଇଛି । 

ମଣିଷଠାରୁ ଜୀବନ ଛଡ଼ାଇନେବା ସହଜ କିନ୍ତୁ ମଣିଷଠାରୁ ବିଶ୍ୱାସକୁ ଛଡ଼ାଇନେବା କେବଳ ଅସହଜ ନୁହେଁ ଅସମ୍ଭବ । ଏବେବି ଭୂତ, ପ୍ରେତ ପ୍ରଭାବଶୂନ୍ୟ, ବୈଦଙ୍କ ଚିକିତ୍ସା ତୃଟିଯୁକ୍ତ କିମ୍ବା ଗୁଣି-ଗାରେଡ଼ି, ମନ୍ତ୍ର-ଯନ୍ତ୍ର-ତନ୍ତ୍ର ବିଦ୍ୟା ସମ୍ପୂର୍ଣ୍ଣ ମିଥ୍ୟା ଧାରଣା, ବାସ୍ତୁଶାସ୍ତ୍ର ଗୁରୁତ୍ବହୀନ ବୋଲି ବିଜ୍ଞାନ ପ୍ରମାଣ କରିପାରିଛି କି ? 

ଏବେବି ସମାଜରେ ଏହି ପ୍ରକାର ପ୍ରାଚୀନ ଜ୍ଞାନ ପ୍ରତି ଆସ୍ଥା ଓ ସମ୍ମାନ ରହିଛି । ସରକାରୀ ସ୍ତରରେ ଯଥେଷ୍ଟ ସଚେତନତା ଅଭିଯାନର ପ୍ରଚାର ପରେ ବି ଲୋକମାନେ ବୈଦିକ ବ୍ୟବସ୍ଥାକୁ ଆପାଣାଉଛନ୍ତି । ଏପରିକି ଏହାକୁ ବିଶ୍ୱାସ କରୁଥିବା ଲୋକମାନେ ଅଶିକ୍ଷିତ କିମ୍ବା ଅଜ୍ଞାନୀ ନୁହଁନ୍ତି । 

ଯେଉଁ ସମସ୍ୟାକୁ ବିଜ୍ଞାନର ସୁତ୍ର ସମାଧାନ କରିବାକୁ ଅସମର୍ଥ ସେହିପରି ସମସ୍ୟାର ସମାଧାନ ପାଇଁ ଲୋକମାନେ ତଥାକଥିତ (ଅନ୍ଧ)ବିଶ୍ୱାସକୁ ଆପଣାଉଛନ୍ତି ଏବଂ ତାଙ୍କର ସମସ୍ୟାର ସମାଧାନ ମଧ୍ୟ ହେଉଛି । 

ସ୍ବାସ୍ଥ୍ୟସେବାରୁ ବଂଚିତ ଲୋକମାନେ ବୈଦଙ୍କ ଚେରମୂଳୀ ବା ଜଡ଼ିବୁଟ୍ଟି ଚିକିତ୍ସାକୁ ଗ୍ରହଣ କରୁଛନ୍ତି ଅଥଚ ଏହାକୁ କେବଳ କାକତାଳୀୟ ବା ସଂଯୋଗ କହି ତଥାକଥିକ ଜ୍ଞାନୀଗୋଷ୍ଠୀ ଟାଳି ଦେଉଛନ୍ତି ସିନା ଏହା ସମ୍ପୂର୍ଣ୍ଣ ମିଥ୍ୟା ଉପଚାର ବୋଲି ପ୍ରମାଣ ସିଦ୍ଧ କରିପାରୁନାହାଁନ୍ତି । 

ବିଶ୍ବାସ ଓ ଅନ୍ଧବିଶ୍ବାସ ମଝିରେ ଥିବା ଦୂରତାକୁ କଳିନେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାପଦଣ୍ଡ  ନାହିଁ । ଉକ୍ତିକୁ ପ୍ରାଞ୍ଜଳ କରିବା ପାଇଁ କେତୋଟି ଉଦାହରଣ ଦେବାକୁ ଉଚିତ ମନେ କରୁଛି । 

ରାସ୍ତାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି । ବନ୍ଦ ଘର ଭିତରେ ଚୌକି ହଲୁଛି । ନିର୍ଜନ ରାତିରେ କାହାର ଚିତ୍କାର ଶୁଣାଯାଉଛି । ଜଣେ ବ୍ୟକ୍ତି ତାଙ୍କର ନବ ନିର୍ମିତ କୋଠାଘରେ ରାତ୍ରୀଯାପନ ସମୟରେ ବିଭିନ୍ନ ଅସ୍ବାଭାବିକ ସ୍ଥିତିର ସାମ୍ନା କରୁଛନ୍ତି । ଶୟନକାଳରେ ନିୟମିତ ଦୁଃସ୍ବପ୍ନର ଶିକାର ହେଉଛନ୍ତି । 

ଘରର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ କେହି ଜଣେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଅନୁଭବ ହେଉଛି । ଶରୀରରେ କୌଣସି ରୋଗ ନଥିଲେ ବି ବ୍ୟକ୍ତି ଜଣକ ଅସହ୍ୟ ଯନ୍ତ୍ରଣା ପାଉଛି । 

Science and superstition | Colors of LIFE

ବାରମ୍ବାର ଘଟୁଥିବା ଏହି କ୍ରିୟା ଗୁଡ଼ିକର ପ୍ରଭାବରେ ଜଣେ ସୁସ୍ଥ  ମଣିଷ ଶାରୀରିକ ଭାବରେ ଦୁର୍ବଳ ହେବା ସହ ରୋଗରେ ପଡୁଛି । ପ୍ରଚଳିତ ସ୍ବାସ୍ଥ୍ୟ ବିଜ୍ଞାନ ତାକୁ ସୁସ୍ଥ କରିବାରେ ଅସମର୍ଥ ହେଉଛି । 

ତା’ର ବୟାନକୁ କେବଳ ଚିନ୍ତା ଓ ଭାବନାର ପ୍ରତିକ୍ରିୟା ବୋଲି ଯୁକ୍ତି ବାଢୁଛି ।  ଭୂତ, ପ୍ରେତକୁ ଅବିଶ୍ବାସ ଓ ମନର ଭାବନା କହୁଥିବା ଜଣେ ସଭ୍ୟ, ଶିକ୍ଷିତ ମଣିଷ ନିଜେ ଏପରି ଅସ୍ବାଭାବିକ ସ୍ଥିତିକୁ ସାମ୍ନା କରିବା ପରେ ଚିକିତ୍ସା ବିଜ୍ଞାନୀ ନୁହେଁ ଗୁପ୍ତରେ ବୈଦିକ ବିଧିବିଧାନର ସନ୍ଧାନ କରୁଛି । 

ଏହାକୁ ଉପଯୋଗ କରୁଛି, ମୁକ୍ତି ପାଉଛି, ନିଜକୁ ସୁରକ୍ଷିତ ମଣୁଛି, ସମାନ ସମସ୍ୟା ଭୋଗୁଥିବା ଅନ୍ୟମାନଙ୍କୁ ଏହି ପଦ୍ଧତିରେ ପ୍ରତିକାର କରିବା ପାଇଁ ପ୍ରବର୍ତ୍ତାଉଛି ।  କିନ୍ତୁ ଅସିଦ୍ଧ ଘୋଷିତ ଏପରି ଜ୍ଞାନକୁ ମୁଣ୍ଡିଆ ମାରି ନିଜ ବିଶ୍ବାସକୁ ଦୃଢ଼ କରିବା ପରେ ବି ଏହି ଗୁପ୍ତ ଜ୍ଞାନ ସପକ୍ଷରେ ମୁହଁ ଖୋଲୁନାହିଁ । 

ଏପରି ଜ୍ଞାନକୁ ଆୟତ କରିଥିବା ତଥାକଥିତ ତାନ୍ତ୍ରିକ, ସାଧକ, ଗୁଣିଆଙ୍କୁ ସମାଜର ଗୋଟିଏ ବର୍ଗର ଲୋକେ ସମ୍ମାନ ପ୍ରଦର୍ଶନ କରୁଥିବାବେଳେ ଅନ୍ୟମାନେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । 

ଅନେକ ସ୍ଥାନରେ ସେମାନଙ୍କୁ ଭଣ୍ଡ, ବାନାର ଆଖ୍ୟା ଦିଆଯାଉଛି । ଏପରିକି ଲୋକମାନେ ମିଳିତ ଭାବରେ ସେମାନଙ୍କ ଉପରେ ଆକ୍ରମଣ କରିବାର ଏନେକ ନଜିର ରହିଛି । ଏହା ପଛରେ ବି ରହିଛି ଏକପ୍ରକାର ବିଶ୍ବାସ । ସେମାନଙ୍କ ତନ୍ତ୍ର-ମନ୍ତ୍ର-ଯନ୍ତ୍ର ବିଦ୍ୟା ସାଧାରଣରେ ଅପକାର ସାଧିତ କରୁଥିବା ପ୍ରଚାର କରାଯାଉଛି ।

ତେବେ କେଉଁ ବିଜ୍ଞାନର ତଥ୍ୟ ବା ସୁତ୍ର ଅନୁଯାୟୀ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି, ପ୍ରେତକୁ ଶାନ୍ତ କରିବା ପାଇଁ ଘରେ ମନ୍ତ୍ର-ତନ୍ତ୍ର-ଯନ୍ତ୍ର ଉପଚାର କରାଯାଉଛି । 

ଶରୀରରୁ ବିଷର ପ୍ରଭାବ ହ୍ରାସ ପାଇଁ ବିନା ମାଧ୍ୟମରେ ଓଜନିଆ କଂସା ବାସନଟିଏ ପିଠିରେ କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହୁଛି ? ସର୍ପ ଦଂଶନର ଶିକାର ହୋଇଥିବା ମଣିଷଟି ଗୁଣିଆ ଚିକିତ୍ସା ପରେ ସୁସ୍ଥ ହେଉଛି କିପରି ? 

ଚୋର ଧରିବା ପାଇଁ ଏକ ଦଉଡ଼ିଆ ଖଟ ଚାରି ଜଣ ମଣିଷଙ୍କୁ ଆଗକୁ ଟାଣି ନେଉଛି କିପରି ? ଏସବୁ ଅଲୌକିକ, ଅତିନ୍ଦ୍ରିୟ, ଅତିଭୌତିକ କ୍ରିୟାର ଅତିରଂଜିତ ରୂପ ନୁହେଁ, ଆମ ସମାଜରେ ଘଟୁଥିବା ସାଧାରଣ ଘଟଣା । 

ସେତେବେଳେ ବିଜ୍ଞାନର ମୁହଁ ବନ୍ଦ କାହିଁକି ?  ଏହି ଜ୍ଞାନକୁ ଅନ୍ଧବିଶ୍ବାସ ଭାବରେ ଚିତ୍ରଣ କରୁଥିବା ବିଜ୍ଞାନ ଏପରି କାର୍ଯ୍ୟକୁ ଭୁଲ ପ୍ରମାଣିତ କରୁନି କାହିଁକି ?   

ଯଦିଓ ନିର୍ଦ୍ଦିଷ୍ଟ କିଛି ପୂରାତନ ବିଧିବିଧାନକୁ ଅନ୍ଧବିଶ୍ବାସ ଭାବରେ ଚିତ୍ରଣ କରାଯାଉଛି । ଯେପରିକି ଭୂତ, ପ୍ରେତଙ୍କ କବଳରୁ ମୁକ୍ତି ପାଇଁ କରାଯାଉଥିବା ପୂଜାର୍ଚ୍ଚନା, ଶରୀରରୁ ବିଷକ୍ଷୟ ପାଇଁ ପ୍ରଯୋଗ କରାଯାଉଥିବା ମନ୍ତ୍ର ବା ଗାରେଡ଼ି ଉପଚାର । 

କିନ୍ତୁ ଏବେବି ସମାଜରେ ସେହି ବୈଦିକ ରୀତିନୀତି ଆଧାରରେ ଚଳିଆସିଥିବା ଅନେକ କ୍ରିୟାଗୁଡ଼ିକୁ ପୂର୍ଣ୍ଣ ବିରୋଧ କରାଯାଇନାହିଁ । ଅନ୍ତେଷ୍ଟିକ୍ରିୟା, ଶ୍ରାଦ୍ଧ, ଯଜ୍ଞ, ତପ, ପୂଜାର୍ଚ୍ଚନା ଆଦି କ୍ରିୟାକୁ ମାନବିକ ବିଶ୍ବାସ ଭାବରେ ଗ୍ରହଣ କରାଯାଉଛି । ଯେଉଁ ବିଶ୍ବାସକୁ ସମାଜର ସବୁ ବର୍ଗର ଲୋକେ ଗ୍ରହଣ କରୁଛନ୍ତି । 

Science and superstition | Colors of LIFE

ଯଦିଓ ଏସବୁକୁ ଗ୍ରହଣ କରିବା ପଛରେ କୌଣସି ବୈଜ୍ଞାନିକ ଯୁକ୍ତି ନାହିଁ । କିନ୍ତୁ ଅନ୍ୟପଟେ ଧାର୍ମିକବିଶ୍ବାସ, ଆଧ୍ୟାତ୍ମିକ ଜ୍ଞାନ, ପୂଜାପାଠ ମଣିଷ ମନରେ ସକରାତ୍ମକ ଭାବନା ସୃଷ୍ଟି କରୁଥିବା ସ୍ବୀକାର କରୁଛି ବିଜ୍ଞାନ ।   

 

ଯେଉଁ ବିଦ୍ୟା ବା ଜ୍ଞାନର ବ୍ୟବହାର ଯୋଗୁ ସମାଜର ହିତସାଧନ ହେଉଛି, ଲୋକମାନେ ଉପକୃତ ହେଉଛନ୍ତି ସେପରି ଜ୍ଞାନକୁ ଅନ୍ଧବିଶ୍ବାସ କହି ଆଡେଇ ଦେବା ବିଜ୍ଞାନର ଧର୍ମ ନୁହେଁ । 

ଏହା ପଛରେ ଥିବା ଅନ୍ତନିର୍ହତ ଜ୍ଞାନର ତର୍ଜମା, କ୍ରିୟା-ପ୍ରତିକ୍ରିୟାର ଅନୁଧ୍ୟାନ କରି ଏହା ପ୍ରକୃତରେ ବିଶ୍ବାସ କିମ୍ବା ଅନ୍ଧବିଶ୍ବସ ତାହା ସାର୍ବଜନୀନ କରାଯିବା ଉଚିତ । 

ଯଦି ଏହି ବୈଦିକ ଜ୍ଞାନର ପ୍ରୟୋଗ ସମାଜ ପାଇଁ ମଙ୍ଗଳକର ତେବେ ଏହାକୁ ଗ୍ରହଣ କରିନେବା ସହ ସ୍ବୀକୃତି ମିଳିବା ଆବଶ୍ୟକ । ଅନ୍ଧବିଶ୍ବାସ ଘୋଷିତ କୌଣସି କ୍ରିୟାର ଉପଯୋଗ କରି ଯଦି ଜଣେ ମଣିଷ ଆରୋଗ୍ୟ ହୋଇପାରେ, ସମସ୍ୟାରୁ ମୁକ୍ତି ପାଇପାରେ ସେ ବ୍ୟକ୍ତି ଏହାକୁ ଅନ୍ଧବିଶ୍ବାସ ଭାବରେ କିପରି ଗ୍ରହଣ କରିବ ? 

ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ, ଏ ପ୍ରକାର ଅନ୍ଧବିଶ୍ବାସର ମୁଁ ଅନ୍ଧବିଶ୍ବାସୀ ନୁହେଁ କି  ସପକ୍ଷବାଦୀ ନୁହେଁ । କିନ୍ତୁ ମନରେ ରହୁଥିବା ସଂଶୟକୁ ଦୂର କରିବା ପାଇଁ ଏହା କେବଳ ପ୍ରୟାସ ମାତ୍ର । 

ବୈଦିକ ଯୁଗରୁ ଚାଲିଆସିଥିବା ଅନେକ ପ୍ରଥା, ପରମ୍ପରାକୁ ଆଜି ବିଜ୍ଞାନ ସିଦ୍ଧ ବୋଲି ଗ୍ରହଣ କରାଯାଉଛି । ସାଧାରଣ ଦୃଷ୍ଟିରେ ହଜାର ବର୍ଷ ପୂର୍ବେ ବିଜ୍ଞାନର ଅଗ୍ରଗତି ହୋଇନଥିଲା କିନ୍ତୁ ଆଜି ଆମେ ବିଜ୍ଞାନର ଉପଯୋଗ ସତ୍ତ୍ବେ ଯେଉଁ କାର୍ଯ୍ୟ କରିବାକୁ ଅକ୍ଷମ, ସେତେବେଳେ ତାହା ସକ୍ଷମ ହୋଇଥିଲା କିପରି ? 

ଆଜିର ଉଦ୍ଭାବନ, ଆବିଷ୍କାର ପୂରାତନ ଆଧାର ସହ ମେଳ ଖାଉଛି କିପରି ? ହଜାର ହଜାର ବର୍ଷ ପରେ କେବଳ ସ୍ମାରକୀ ଦେଖି ଆଜି ଆମେ ଆଚମ୍ବିତ ହେଉଛନ୍ତି । 

ପୂରାତନ ଭାରତୀୟ ସଂସ୍କୃତି, ସିନ୍ଧୁ ସଭ୍ୟତା, ମିଶର ସଭ୍ୟତା, ମହେଞ୍ଜୋଦାରୋ ସଭ୍ୟତା ଏହାର ମୁକସାକ୍ଷୀ । ସେହିପରି ଚିକିତ୍ସା ବିଜ୍ଞାନରେ ଆଜି ବି ଚରକ ସଂହିତା ଓ ଶୁଶ୍ରୁତ ସଂହିତାର ଅବଦାନ ଅତୁଳନୀୟ ।  

ଯାହାକୁ  ଅଣଦେଖା କଲେ ମଧ୍ୟ ସମୟକ୍ରମେ ତାହା ଅନ୍ଧବିଶ୍ବାସ ଉପରେ ଆଧାରିତ ନୁହେଁ ବୋଲି ଆମେ ନିଶ୍ଚିତ ହୋଇଛନ୍ତି । କିନ୍ତୁ ଏଯାଏ ମନ୍ତ୍ର ଶକ୍ତିକୁ ଆମେ ଗ୍ରହଣ କରିପାରିନାହାନ୍ତି ।  

ଯଦିଓ ଆମ ସମାଜରେ ଏହା ଓତଃପ୍ରତଃ ଭାବରେ ଜଡ଼ିତ ରହିଛି । ଯେକୌଣସି ପୂଜା, ପାର୍ବଣରେ ମୃଣ୍ମୟୀ ମୂର୍ତ୍ତି ଆଗରେ ବ୍ରାହ୍ମଣଙ୍କ ଆଦିଭାଷାରେ ମନ୍ତ୍ରପାଠ ଆମକୁ ସାଧାରଣ ଦୃଦବୋଧ ହେଉଛି କିନ୍ତୁ ଦୁଷ୍ଟଶକ୍ତିକୁ ପ୍ରତିହତ କରିବା ପାଇଁ ମନ୍ତ୍ରପାଠ ଆମକୁ ଆଶ୍ଚର୍ଯ୍ୟଚକିତ କରୁଛି । ଏହା ହୁଏତ ଆମର ଅଜ୍ଞାନତା ହୋଇପାରେ । 

ତେଣୁ ମନ୍ତ୍ର-ତନ୍ତ୍ର-ଯନ୍ତ୍ର ବିଦ୍ୟାର ବୈଜ୍ଞାନିକ ପଦ୍ଧତିରେ ଅନୁଶୀଳନ ଓ ଗବେଷଣା ହେବା ସମୀଚୀନ ନୁହେଁକି ?  

Source- story mirror

——————————

English Transcription

———————-

Science And Superstition

How do we call a belief system a superstition without blindly examining the truth of something, but a materialistic knowledge, a science term that blindly calls the faith of an individual or group a superstition without evidence?


Can we justify the superstition that we adopt after judging from a scientific point of view?

Today, we have called some of the Vedic prevention and treatment methods prevalent in our society, either to stop the spread of demons, ghosts or to cure any diseases.

Although science does not make any decision without evidence, in the case of the former, all of these ancient statutes have been declared orally invalid.

It is easy to take life away from a man but it is not only impossible to take away faith from man. Has science yet proven that ghosts, ghosts are ineffective, Buddhist treatments are flawed, or that magic, spells, spells, spells are completely false, and ecology is irrelevant?

Society still has faith and respect for this ancient knowledge. Even after the propaganda of the awareness campaign at the government level, people are still adopting the Vedic system. Even people who believe in it are not uneducated or ignorant.

People are relying on so-called “blind” beliefs to solve problems that science is unable to solve, and their problems are being solved.

People who are deprived of health care are being treated for herbal or herbal remedies, but the so-called “sectarian” or “sectarian” approach is being avoided.

There are no specific criteria for measuring the distance between belief and superstition. I think you should give a few examples to simplify the statement.

Frequent accidents occur at certain places on the road. The bench is moving inside the locked house. Someone’s screams are heard on a deserted night. A man is facing a number of unusual situations during the night in his newly built building. He is a victim of regular nightmares during sleep.

Feeling we have ‘Run out of gas’ emotionally. Even if there is no disease in the body, the person is in excruciating pain.


As a result of these repeated actions, a healthy person becomes physically weak and becomes ill. The prevailing health science is unable to cure him.

Arguments are growing that his statement is just a reaction to thoughts and feelings. A civilized, educated man who calls himself a demon, a demon, and an emotional person is secretly seeking Vedic rituals, not medical science, after facing such an unusual situation himself.

Using it, getting rid of it, feeling safe, encouraging others who have the same problem to deal with it in this way. But even after shaking such a declaration of imperfection and strengthening his faith, he did not open his mouth in favor of this secret knowledge.

The so-called tantriks, seekers, and gunis who have mastered such knowledge are respected by one section of the society, while others are viewed with skepticism.

In many places, they are called fake, bananas. There are even reports of people attacking them together. There is a belief behind this. Their sorcery is widely believed to be detrimental.

According to some scientific sources or sources, worship is performed at the scene of accidents, and mantras are performed at home to calm the spirits.

How long does a brass vessel hold on its back for a long time without reducing the effects of toxins from the body? How is a snakebite man recovering from gunshot wounds?

How does a rope bed pull four people forward to catch a thief? All of this is not an extreme form of supernatural, supernatural, supernatural activity, it is a common occurrence in our society.

Why did science shut up then? Why doesn’t science, which portrays this superstition, prove wrong?

However, certain ancient rules are described as superstitious. Such as the worship of the demon, the worship of the demon, the mantra, or the garden of the body.

However, many of the practices that are still practiced in the Vedic tradition in society have not been fully opposed. Funerals, shraddha, yajna, tapas, worship, etc. are taken as human beliefs. Faith is accepted by people from all walks of life.


However, there is no scientific reason for this. But on the other hand, science acknowledges that religious beliefs, spiritual knowledge, and worship create positive feelings in the human mind.

It is not the science of science to dismiss such knowledge as the superstition that is benefiting society, which is benefiting the society.

“It simply came to our notice then.

If the application of this Vedic knowledge is good for society, it needs to be accepted and recognized. How can a person treat a person with superstition if he or she can get rid of the problem by using any action declared superstition?

I want to make it clear that I am not superstitious or biased in this kind of superstition. But it is only a matter of time before the doubt arises.

Many traditions dating back to the Vedic period, tradition are still considered scientific. In general, science did not progress thousands of years ago, but how was it able to do what we are unable to do today despite the use of science?

How does today’s invention match the ancient foundations of discovery? Thousands of years later, we are shocked to see only a monument.

The ancient Indian culture, the Indus civilization, the Egyptian civilization, the Mahenjodaro civilization are its eyewitnesses. Similarly, the contribution of Charak Samhita and Sushruta Samhita in medical science is still incomparable.

We are convinced that what is ignored over time is not based on superstition. But so far we have not been able to accept the power of the mantra.

“It simply came to our notice then. We recite mantras in the primitive language of Brahmins in front of earthen idols at any puja, parvan, but the mantra recites us to ward off evil forces. This may be our ignorance.

So is it not appropriate to study and research the scientific method of mantra mechanics?

Share this

Leave a Comment