୫ଟି ଭୁଲ ଅଭ୍ୟାସ, ଯାହା ସୃଷ୍ଟି କରିଥାଏ ଜଟିଳ ସମସ୍ୟା ଏବଂ ଜାଣନ୍ତୁ ସମାଧାନର ସୁତ୍ର


5-biggest-daily-mistakes-that-causes-complex-problems-and-solutions

ବଦଳାନ୍ତୁ ଏହି ୫ଟି ଅଭ୍ୟାସ- ନଚେତ ଦେବାକୁ ପଡ଼ିବ ବହୁମୂଲ୍ୟ

ଆପଣଙ୍କର ଅଛି କି ଏପରି ଅଭ୍ୟାସ….ଦୈନନ୍ଦିନ ଜୀବନରେ ଆପଣଙ୍କର କିଛି ଭୁଲ ଅଭ୍ୟାସ, ପରବର୍ତ୍ତୀ ସମୟରେ ଆପଣଙ୍କୁ ସମସ୍ୟାରେ ପକାଇଥାଏ । ଆଜ୍ଞା ହଁ ଖୁବ ସାଧାରଣ ମନେ ହେଉଥିବା କିଛି କାର୍ଯ୍ୟ, ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି ଭିଡିଓରୁ ଜାଣନ୍ତୁ କେଉଁ ଅଭ୍ୟାସ ଛାଡ଼ିବାକୁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି । ଏପରି କିଛି ଭୁଲ କାର୍ଯ୍ୟ ଯୋଗୁ ଖାଦ୍ୟ ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।

ସଠିକ ପାଚନ କ୍ରିୟା ହିଁ ଉତ୍ତମ ସ୍ୱାସ୍ଥ୍ୟର ଚାବି

କାଠି

ସହଜ ହଜମ କ୍ରିୟା ପାଇଁ ସଠିକ ଆହାର ସହିତ ସଠିକ କାର୍ଯ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ । ଯଦି ଆପଣ ବି କରୁଛନ୍ତି ଏପରି ଭୁଲ, ତୁରନ୍ତ ନିଜକୁ ପରିବର୍ତ୍ତନ କରିବା ଜରୁରୀ । ନଚେତ ଏହାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡ଼ିବ ନିଶ୍ଚୟ ।

ରାତିରେ ଦହି ଖାଇବା ଠିକ୍ କି ?

ଯଦି ଏହି ପ୍ରଶ୍ନ ଆପଣଙ୍କ ମନରେ ଆସୁଥାଏ, ତେବେ ଜାଣିଖନ୍ତୁ ଏହାର ଉତ୍ତର।

ଦହି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଓ ଲାଭଦାୟକ ଖାଦ୍ୟ । କିନ୍ତୁ ରାତି ସମୟରେ ଯଦି ଆପଣ ହଦି ଖାଆନ୍ତି, ଏହା ଶରୀରରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ । ହଦି ସାଧାରଣତଃ ଶରୀରକୁ ଶୀତଳ ରଖିଥାଏ ଓ ସ୍ୱାଦରେ ଖଟା-ମିଠା ହୋଇଥାଏ । ରାତିରେ ଦହି ଖାଇବା କାରଣରୁ କଫ ସୃଷ୍ଟି ହେବା ସହ ଶରୀରରେ ପିତ୍ତ ଦୋଷ ବୃଦ୍ଧି ପାଇଥାଏ । ପିତ୍ତ ପ୍ରଭାବରେ ପାକସ୍ଥଳୀରେ ଖାଦ୍ୟ ହଜମ ପ୍ରକ୍ରିୟା ମନ୍ଥର ହୋଇଥାଏ। ଏହାଫଳରେ ଖାଦ୍ୟ ଠିକ ଭାବରେ ହଜମ ହୋଇପାରିନଥାଏ ।

ଅପରାହ୍ନରେ ଖାଇଲେ କ’ଣ ହୁଏ ?

ଖାଦ୍ୟ ଖାଇବା ସମୟରେ ଆପଣ ସମୟକୁ ଧ୍ୟାନ ଦିଅନ୍ତି, ଯଦି ନଦିଅନ୍ତି,ତେବେ ଜାଣିନିଅନ୍ତୁ ସମୟ କିପରି ଖାଦ୍ୟକୁ ପ୍ରଭାବିତ କରିଥାଏ । ଆୟୁର୍ବେଦ ଅନୁସାରେ ଦିନ ୨ଟା ପୂର୍ବରୁ ମଧ୍ୟାନ୍ନ ଭୋଜନ କରିନେବା ଉଚିତ । କାରଣ ଏହି ସମୟରେ ଶରୀରର ପିତ୍ତ ଅଧିକ ସକ୍ରିୟ ଥାଏ । ପିତ୍ତ ଯୋଗୁ ଖାଦ୍ୟ ହଜମ ପ୍ରକ୍ରିୟା ଦ୍ରୁତ ହୋଇଥାଏ । କିନ୍ତୁ ଦିନ ୨ଟା ପରେ ଶରୀରରେ ପିତ୍ତର ପ୍ରଭାବ ହ୍ରାସ ପାଉଥିବାରୁ ଆୟୁର୍ବେଦ ଅନୁସାରେ ୨ଟା ପୂର୍ବରୁ ଖାଇବା ପାଇଁ କୁହାଯାଇଛି ।

ଖାଇବା ପରେ ଚାଲିବା ଠିକ କି ?

ଏପରି ପ୍ରଶ୍ନକୁ ନେଇ ଆପଣଙ୍କ ମନରେ ଦ୍ୱନ୍ଦ୍ୱ ଥିବ ନିଶ୍ଚୟ, ଜାଣିନିଅନ୍ତୁ କଣ କହେ ଆୟୁର୍ବେଦ। ଚାଲିବା ସବୁଠାରୁ ଭଲ ଅଭ୍ୟାସ । କିନ୍ତୁ ଖାଇବା ପରେ ତୁରନ୍ତ ୱାକ୍ କରିବା ଦ୍ୱାରା ଖାଦ୍ୟ ହଜମ ପ୍ରକିୟା ମନ୍ଥର ହୋଇଥାଏ । କାରଣ ଏହି ସମୟରେ ଖାଦ୍ୟ ପାଚନ କ୍ରିୟା ଜାରି ରହିଥାଏ । ଚାଲିବା ଦ୍ୱାରା ଉଭୟ ପାଚନ କ୍ରିୟା ଓ ଶାରୀରିକ କ୍ରିୟା ସମ୍ପାଦିତ ହୋଇଥାଏ । ଏହା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ । ଏହି କାରଣରୁ କୋଷ୍ଠକାଠିନ୍ୟ, ଗ୍ୟାସ ବୃଦ୍ଧି ହେବା ସହ ପୋଷଣ ତତ୍ୱର ଉପଯୁକ୍ତ ଅବଶୋଷଣ ହୋଇପାରିନଥାଏ । ଖାଇବା ପରେ ତୁରନ୍ତ ଚାଲୁଥିବା ଲୋକେ ସାଧାରଣତଃ ଅଧିକ ଦୁର୍ବଳ ଅନୁଭବ କରିଥାନ୍ତି । ସାଧାରଣତଃ ଖାଦ୍ୟ ଖାଇବା ପରେ ତୁରନ୍ତ ଚାଲିବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୁଏ ବୋଲି ଲୋକଙ୍କ ମନରେ ଭୁଲ ଧାରଣା ରହିଆସିଛି । ଏହାକୁ ପରିବର୍ତ୍ତନ କରିବା ଜରୁରୀ ।

ଖାଇବା ପରେ ଗାଧାଇବା ଠିକ୍ କି ?

ଖାଇବା ପରେ ଗାଧାଇଲେ କଣ ହୁଏ ପରିଣାମ ଏହି ଭିଡିଓରୁ ଜାଣିନିଅନ୍ତୁ । ​ଖାଇବା ପରେ ତୁରନ୍ତ ସ୍ନାନ କରିବାକୁ ଆୟୁର୍ବେଦ ଅନୁସାରେ ବଡ଼ ଭୁଲ କାର୍ଯ୍ୟ ଅଟେ । ପ୍ରତିଟି କାର୍ଯ୍ୟ କରିବାକୁ ନିର୍ଦ୍ଦିଷ୍ଟ ସମୟ ରହିଛି । ଖାଇବା ପରେ ତୁରନ୍ତ ଗାଧାଇଲେ ହଜମ କ୍ରିୟା ଭୀଷଣ ଭାବେ ପ୍ରଭାବିତ ହୋଇଥାଏ । ଏହି ସମୟରେ ଶରୀରରେ ଅଗ୍ନି ତତ୍ତ୍ୱ ସକ୍ରିୟ ଥାଏ । ଭୋଜନ ପରେ ହଜମ କ୍ରିୟା ପାଇଁ ଅଗ୍ନି ତତ୍ତ୍ୱ ହିଁ ଦାୟୀ । ଏହି କାରଣରୁ ଆମେ ଖାଇବା ସମୟରେ ଶରୀରରେ ତାପମାତ୍ରା ବୃଦ୍ଧି ପାଇଥାଏ। ଅଗ୍ନି ତତ୍ତ୍ୱ ସକ୍ରିୟ ଥିବାବେଳେ ଶରୀରରେ ରକ୍ତ ସଂଚାଳନ ପ୍ରକିୟା ଦ୍ରୁତ ହୋଇଥାଏ । କିନ୍ତୁ ଖାଦ୍ୟ ଖାଇବା ପରେ ତୁରନ୍ତ ଗାଧାଇଲେ ଶରୀରର ତାପମାତ୍ରା ହ୍ରାସ ପାଇଥାଏ । ଯାହା ଖାଦ୍ୟ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।

ଖାଇବା ପରେ ତୁରନ୍ତ ଶୋଇବା ଠିକ୍ କି ?

ଏବେ ହିଁ ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତର । ରାତ୍ରି ଭୋଜନ ପରେ ତୁରନ୍ତ ଶୋଇବା ଅନୁଚିତ । ଆୟୁର୍ବେଦ ଅନୁସାରେ ଭୋଜନ ଓ ଶୟନ ମଧ୍ୟରେ ଅତି କମରେ ୩ ଘଣ୍ଟା ବ୍ୟବଧାନ ରହିବା ଆବଶ୍ୟକ । ଶୋଇବା ସମୟର ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇନେବା ଉଚିତ । ଶୋଇବା ସମୟରେ ଶରୀରର ଅନ୍ତଭାଗରେ ରିପେୟାରିଂ କାର୍ଯ୍ୟ ହୋଇଥାଏ । ଦିନରେ ଆପଣ କରିଥିବା ପ୍ରତିଟି କାର୍ଯ୍ୟ, ମନରେ ଆସିଥିବା ପ୍ରତିଟି ଭାବନା, ଓ ଗତିବିଧିର ତଥ୍ୟ ସଂଗ୍ରହ କରି ରଖିଥାଏ ଶରୀର। ନିନ୍ଦ୍ରା ସମୟରେ ସ୍ମୃତି ସଂରକ୍ଷଣ ସହିତ ମେମୋରୀ ନିୟନ୍ତ୍ରଣ ହୋଇଥାଏ । କିନ୍ତୁ ଖାଇବା ପରେ ତୁରନ୍ତ ଶୋଇପଡ଼ିଲେ ଉଭୟ ଶାରୀରିକ ଓ ମାନସିକ ପାଚନ କ୍ରିୟା ସମ୍ପାଦିତ ହୋଇଥାଏ । ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇପଡ଼ିଲେ ମାନସିକ ପାଚନ କ୍ରିୟା ବନ୍ଦ ହୋଇଯାଇଥାଏ । ଏଥିପାଇଁ ରାତିରେ ହାଲକା ଭୋଜନ ସହ ଶୋଇବା ସମୟର ୩ ଘଣ୍ଟା ପୂର୍ବରୁ ଖାଇନେବା ଆବଶ୍ୟକ ।

ଯଦି ଭିଡିଓ ଆପଣଙ୍କୁ ଭଲ ଲାଗିଥାଏ, ତେବେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏହିପରି ଫିଟ ଟିପ୍ସ ପାଇବା ପାଇଁ ଚାନେଲକୁ ସବ୍ସକ୍ରାଇବ କରନ୍ତୁ । ପରବର୍ତ୍ତୀ ଭିଡିଓର ନୋଟିଫିକେସନ ପାବା ପାଇଁ ବେଲ୍ ଆଇକନରେ କ୍ଲିକ କରି ଅଲ ଅପସନକୁ ସିଲେକ୍ଟ କରନ୍ତୁ । ଧନ୍ୟବାଦ

Share this

Leave a Reply

Your email address will not be published. Required fields are marked *