HealthCare- ସାବଧାନ! ଫଳ ସହିତ ଏକାଠି ଖାଆନ୍ତୁନି ଏହି ୪ଟି ଖାଦ୍ୟ


4-fruit-combinations-to-avoid-that-can-turn-toxic-colors-of-life_11zon

ଫଳରେ ରହିଛି ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଓ ଖଣିଜ । ଫଳରୁ ଫାଇବରଠାରୁ ଆରମ୍ଭ କରି ଫ୍ଲେୱନୋଇଜ ସମେତ ପ୍ରାୟ ସବୁ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ପ୍ରତିଦିନ ଫଳ ଖାଇବା ଦ୍ୱାରା ହୃଦରୋଗ, କର୍କଟ ସହିତ ଅନ୍ୟ ରୋଗ କବଳରୁ ମୁକ୍ତି ମିଳିଥାଏ । ଏହାସହିତ ଅନେକ ରୋଗର ଚିକିତ୍ସା ପାଇଁ ସହାୟତା ମିଳିଥାଏ ।

ଫଳ ସହିତ ଏକାଠି ଖାଆନ୍ତୁନି ଏହି ୪ଟି ଖାଦ୍ୟ

କିନ୍ତୁ ଅଧିକାଂଶ ଲୋକ ଫଳ ଖାଇବା ସମୟରେ ଏହାସହିତ କେଉଁ ଖାଦ୍ୟ ଖାଇବେ ଓ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ଜାଣିପାରନ୍ତି ନାହଁ । ଯାହାର ପରିଣାମ ସ୍ୱରୂପ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଥାଏ । ଫଳ ସହିତ ଅନ୍ୟ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ଏହା ଜାଣିବା ଜରୁରୀ । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ ଯେ ଫଳ ସହିତ ଏପରି କିଛି ଖାଦ୍ୟ ଖାଇଲେ ଶରୀରରେ ବିଷ କ୍ରିୟା ସୃଷ୍ଟି ହୋଇଥାଏ ।

ଫଳ ବିଷାକ୍ତ ହୁଏ କିପରି ?

ସ୍ୱାସ୍ଥ୍ୟ ପାଇଁ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ଜରୁରୀ । ଅଧିକାଂଶ ଫଳରେ ଏହା ଅଧିକ ମାତ୍ରାରେ ଥାଏ । କିନ୍ତୁ କିଛି ସମୟରେ ଫଳ ସହିତ ଏକାଠି କିଛି ଖାଦ୍ୟ ଖାଇବା ଦ୍ୱାରା ଭୁଲ ମିଶ୍ରଣ ଯୋଗୁ ବିଷାକ୍ତ ହୋଇଯାଇଥାଏ । ଫୁଡ ପଏଜନିଂ, ଆଲର୍ଜି ମଧ୍ୟ ହୋଇଥାଏ ।

ଯେପରିକି-

  • ଅମୃତଭଣ୍ଡା ସହିତ ଲେମ୍ବୁ
  • ପିଜୁଳି ସହିତ କଦଳୀ
  • ସପୁରୀ ସହିତ କ୍ଷୀର
  • ତରଭୂଜ ସହିତ ପାଣି

ଅମୃତଭଣ୍ଡା ସହିତ ଲେମ୍ବୁ

ଅମୃତଭଣ୍ଡା ଉପରେ ଲେମ୍ବୁ ଚିପୁଡ଼ିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପାରେ । କେବେ ଅମୃତଭଣ୍ଡା ସହିତ ଲେମ୍ବୁ ମିଶାଇ ଖାଆନ୍ତୁ ନାହିଁ। କାରଣ ଏହି କମ୍ବିନେସନ ବିଷାକ୍ତ ହୋଇପାରେ । ଅମୃତଭଣ୍ଡା ସହିତ ଲେମ୍ବୁ ମିସିବା ପରେ ଏହା ରକ୍ତରେ ହିମୋଗ୍ଲୋବିନ ସ୍ତର ହ୍ରାସ କରିଦେଇଥାଏ । ଏହାଦ୍ୱାରା ରକ୍ତ ଅସନ୍ତୁଳନ ହୋଇଥାଏ , ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ପିଜୁଳି ସହିତ କଦଳୀ

ଯଦି ଆପଣ ଫ୍ରୁଟ ଚାଟ ପସନ୍ଦ କରୁଥାନ୍ତି, ତେବେ ଏକଥା ଜାଣିବା ଅତ୍ୟନ୍ତ ଆବଶ୍ୟକ । ବିଜୁଳି ଓ କଦଳୀ କମ୍ବିନେସନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏକାଠି ଏହି ଦୁଇ ଫଳକୁ ଖାଇଲେ ଏସିଡ ରିଫ୍ଲକ୍ସ, ମୁଣ୍ଡବିନ୍ଧା ସହିତ ଆଲର୍ଜି ପରି ସମସ୍ୟା ଦେଖାଦେଇଥାଏ ।

ସପୁରୀ ସହିତ କ୍ଷୀର

ସପୁରୀର ସ୍ୱାଦ ଅନେକଙ୍କୁ ବହୁତ ପସନ୍ଦ ହୋଇଥାଏ । ଅନେକ ଲୋକ ସପୁରୀ ରସ ସହିତ କ୍ଷୀର ମିଶାଇ ପିଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି କମ୍ବିନେସନ କିଛି ଲୋକଙ୍କ ପାଇଁ ପେଟ ଯନ୍ତ୍ରଣା, ଆଲର୍ଜିର କାରଣ ବନିଯାଏ । ଏହାର କାରଣ ସପୁରୀରେ ବ୍ରୋମେଲେନ ନାମକ ଏକ ଯୌଗିକ ଅଟେ , ଯାହା କ୍ଷୀର ସହିତ ମିଶି ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଏହା କିଛି ଲୋକଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଥାଏ ।

ତରଭୂଜ ସହିତ ପାଣି

ଆପଣ ତରଭୂଜ ଖାଇବା ସମୟରେ ଏହାସହିତ ଅନ୍ୟ ଫଳ ଖାଉଛନ୍ତି କି ? ତରଭୂଜ ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି କି? ଏକଥା ମନେରଖନ୍ତୁ କୌଣସି ବି ଫଳ ଖାଇବା ପରେ ତୁରନ୍ତ ପାଣି ପିଇଲେ ଏହାଦ୍ୱାରା ପୋଷକ ତତ୍ତ୍ୱର ଅବଶୋଷଣ ପ୍ରଭାବିତ ହୋଇଥାଏ । ତରଭୁଜ ଖାଇବା ପରେ ତୁରନ୍ତ ପାଣି ପିଇଲେ ଶରୀରକୁ ଖାଦ୍ୟ ତତ୍ୱ ମିଳିବା ପରିବର୍ତ୍ତେ ମନ୍ଥର ପାଚନ, ଏସିଡିଟି ପରି ସମସ୍ୟା ଦେଖାଦେଇଥାଏ ।

Read more: HealthCare- ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ୫ଟି ଫଳ

Share this

Leave a Reply

Your email address will not be published. Required fields are marked *