ସକାଳ ସମୟରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଜୀବନ ଦାନ ପାଇଁ କୃତଜ୍ଞତା ଜ୍ଞାପନର ନାମ ସୂର୍ଯ୍ୟ ନମସ୍କାର । ସୂର୍ଯ୍ୟ ନମସ୍କାର- ଏକ ସଂପୂର୍ଣ୍ଣ ଯୋଗ ବ୍ୟାୟାମ। ସୂର୍ଯ୍ୟ ନମସ୍କାର ୧୨ଟି ଯୋଗାସନର ସମାହାର । ଯଦି ଆପଣଙ୍କ ପାଇଁ ସମୟର ଅଭାବ, କିନ୍ତୁ ଆପଣ ଫିଟ୍ ରହିବାର ଉପାୟ ଖୋଜୁଛନ୍ତି, ତେବେ ସୂର୍ଯ୍ୟ ନମସ୍କାର ଏଥିପାଇଁ ସର୍ବୋତ୍ତମ ବିକଳ୍ପ । ‘ସୂର୍ଯ୍ୟ ନମସ୍କାର’ର ଆକ୍ଷରିକ ଅର୍ଥ ସୂର୍ଯ୍ୟଙ୍କୁ ପ୍ରଣିପାତ । ମନକୁ ଶାନ୍ତ ଏବଂ ସୁସ୍ଥ ରଖିବା ପାଇଁ ସୂର୍ଯ୍ୟ ନମସ୍କାର ସର୍ବୋତ୍ତମ ଉପାୟ ।
ସଂପୂର୍ଣ୍ଣ ବ୍ୟାୟାମ ସୂର୍ଯ୍ୟ ନମସ୍କାର
ଯଦି ସକାଳ ସମୟରେ ଆପଣଙ୍କୁ ସମୟ ମିଳୁନାହିଁ କିମ୍ବା ଆପଣଙ୍କୁ ଅଫିସ ଯିବାକୁ ପଡୁଛି, ତେବେ ଆପଣ ସଂଧ୍ୟା ସମୟରେ ବି କରିପାରିବେ ସୂର୍ଯ୍ୟ ନମସ୍କାର । ପ୍ରଫେସନାଲ ଲାଇଫରେ ଅନେକ ସମୟରେ ଯୋଗାଭ୍ୟାସ ଆରମ୍ଭ କରୁଥିବା ଲୋକେ ସକାଳେ ସୂର୍ଯ୍ୟ ନମସ୍କାର କରିନଥିଲେ, ସଂଧ୍ୟାରେ ମଧ୍ୟ କରିନଥାନ୍ତି । ଯୋଗସୁତ୍ର ଅନୁସାରେ ସକାଳ ଓ ସଂଧ୍ୟାକାଳ ଯୋଗ ପାଇଁ ଉପଯୁକ୍ତ ସମୟ । ସକାଳ ପରି ସଂଧ୍ୟା ସମୟରେ ଯୋଗ କ୍ରିୟା କରିବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ଶାନ୍ତି ମିଳିଥାଏ ।
ସକାଳେ ସମୟ ମିଳୁନି ତ ସଂଧ୍ୟାରେ କରନ୍ତୁ ସୂର୍ଯ୍ୟ ନମସ୍କାର
ସୂର୍ଯ୍ୟ ନମସ୍କାର କ୍ରିୟା ଷ୍ଟ୍ରେସ୍ କମ୍ କରିବା ସହ ଶରୀରକୁ ସକ୍ରିୟ ରଖିଥାଏ । ବର୍ତ୍ତମାନ ସମୟରେ ଏହା ସତ୍ୟ ଯେ ଲୋକମାନେ ସକାଳ ଓ ସଂଧ୍ୟା ସମୟରେ ମଧ୍ୟ ବ୍ୟାୟାମ ପାଇଁ ସମୟ ବାହାର କରିବା କଷ୍ଟକର ବ୍ୟାପାର । ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମୟ ନଥାଏ । କେତେବେଳେ ସକାଳ ତ କେତେବେଳେ ସଂଧ୍ୟା ସମୟରେ କାର୍ଯ୍ୟ କରିବାକୁ ପଡ଼େ । ଏପରି ଅସ୍ଥିର କାର୍ଯ୍ୟ ସମୟ ମଧ୍ୟରେ ମଧ୍ୟ ଆପଣ ସୂର୍ଯ୍ୟ ନମସ୍କାର କରିପାରିବେ ।
ସକାଳେ କିମ୍ବା ସଂଧ୍ୟା ସମୟରେ ମାତ୍ର ୧୫ ମିନିଟ ସୂର୍ଯ୍ୟ ନମସ୍କାର ଆପଣଙ୍କ ଚାପ ଦୂର କରିବା ସହ ଆପଣଙ୍କୁ ଚାପମୁକ୍ତ କରିପାରିବ । କିନ୍ତୁ ଏହି ଅଭ୍ୟାସ କରିବା ପାଇଁ ସର୍ବନିମ୍ନ ଦୁଇଟି ସର୍ତ୍ତ ପାଳନ କରିବା ଆବଶ୍ୟକ । ସୂର୍ଯ୍ୟ କିରଣ ଓ ଖାଲି ପେଟ । ଉଦୟମୁଖି କିମ୍ବା ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଣିପାତ କରି ୧୨ ଯୋଗାସନ ଅଭ୍ୟାସ କରିବାବେଳେ ଏକଥା ମଧ୍ୟ ଧ୍ୟାନ ରଖିବା ଜରୁରୀ ଯେ ଆପଣଙ୍କ ପେଟ ଖାଲି ରହିଛି । ଅର୍ଥାତ ସକାଳେ ଖାଲି ପେଟରେ କିମ୍ବା ସଂଧ୍ୟା ସମୟରେ, ଖାଦ୍ୟ ଖାଇବାର ଅତି କମରେ ୫ ଘଣ୍ଟା ପରେ ଆପଣ ସୂର୍ଯ୍ୟ ନମସ୍କାର କରିପାରିବେ । ଏହାମଧ୍ୟ ଧ୍ୟାନ ରଖିବା ଜରୁରୀ କି ସୂର୍ଯ୍ୟ ନମସ୍କାରର ୧୨ ଆସନକୁ କ୍ରମାନ୍ୱୟରେ ଅଭ୍ୟାସ ।
ସକାଳେ କାହିଁକି କରାଯାଏ ସୂର୍ଯ୍ୟ ନମସ୍କାର
ସକାଳ ସମୟରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଜୀବନ ଦାନ ପାଇଁ କୃତଜ୍ଞତା ଜ୍ଞାପନର ନାମ ସୂର୍ଯ୍ୟ ନମସ୍କାର । ସକାଳ ସମୟରେ ସୂର୍ଯ୍ୟ କିରଣରେ ସକରାତ୍ମକ ଶକ୍ତି ଯୋଗୁ ଶରୀର ପ୍ରତି ସୁପ୍ରଭାବ ପଡ଼ିଥାଏ । ଏହି ସମୟରେ ସମ୍ପୂର୍ଣ୍ଣ ବାତାବରଣ ଶାନ୍ତ ରହିଥାଏ, ତେଣୁ ଆପଣ ଏକାଗ୍ରତା ବଜାୟ ରଖିବା ସହଜ ହୋଇଥାଏ ।
ସଂଧ୍ୟା ସମୟରେ ସୂର୍ଯ୍ୟ ନମସ୍କାର କରିବାର ଲାଭ
ଏହା ଆପଣ ଅନୁଭବ କରିଥିବେ ସକାଳ ସମୟରେ ସୂର୍ଯ୍ୟ ନମସ୍କାର କିମ୍ବା ଅନ୍ୟ ଯୋଗାସନ କରିବା ସମୟରେ ଜଟିଳତା ଦେଖାଦେଇଥାଏ । କାରଣ ଏହି ସମୟରେ ବଡି ଫ୍ଲେକ୍ସିବିଲିଟି ପାଇଁ ଅଧିକ ସମୟ ଲାଗିଥାଏ । କିନ୍ତୁ ସଂଧ୍ୟା ସମୟରେ ଯୋଗାସନ ସମୟରେ ଏହି ସମସ୍ୟା ନଥାଏ । କାରଣ ସାରା ଦିନ ଶରୀର ସକ୍ରିୟ ରହିଥିବାରୁ ବଡି ୱର୍ମ ରହିଥାଏ ।
ସୂର୍ଯ୍ୟ ନମସ୍କାର- ୧୨ଟି ଯୋଗାସନର ସମାହାର
- ନମସ୍କାର ଆସନ (ଧୀର ପ୍ରଶ୍ୱାସ ଗ୍ରହଣ ଓ ନିଶ୍ୱାସ ତ୍ୟାଗ)
- ହସ୍ତଉତ୍ଥାନାସନ (ପ୍ରଶ୍ୱାସ)
- ପଦହସ୍ତାସନ (ନିଶ୍ୱାସ)
- ଅଶ୍ୱ ସଂଚାଳନ ଆସନ (ପ୍ରଶ୍ୱାସ)
- ଦଣ୍ଡାସନ (ନିଶ୍ୱାସ)
- ଅଷ୍ଟାଙ୍ଗ ନମସ୍କାର ଆସନ (କିଛି ସମୟ ଶ୍ୱାସକୁ ଛାତିରେ ଅଟକାଇ ରଖନ୍ତୁ)
- ଭୁଜଙ୍ଗାସନ (ପ୍ରଶ୍ୱାସ)
- ପର୍ବତାସନ (ନିଶ୍ୱାସ)
- ଅଶ୍ୱ ସଂଚାଳନ ଆସନ (ପ୍ରଶ୍ୱାସ)
- ପଦହସ୍ତାସନ (ନିଶ୍ୱାସ)
- ହସ୍ତଉତ୍ଥାନାସନ (ପ୍ରଶ୍ୱାସ)
- ନମସ୍କାର ଆସନ (ନିଶ୍ୱାସ)

କେତେଥର ସୂର୍ଯ୍ୟ ନମସ୍କାର କରିବା ଉଚିତ୍?
ସୂର୍ଯ୍ୟ ନମସ୍କାର ଅତିକମରେ ପାଞ୍ଚ ଥର କରାଯିବା ଉଚିତ କିନ୍ତୁ ଆରମ୍ଭ ସମୟରେ ତୁମେ ଏହାକୁ ଆପଣ ନିଜ ଶାରୀରିକ ଦକ୍ଷତା ଅନୁଯାୟୀ କରିବା ଉଚିତ୍ ।
କିଏ ସୂର୍ଯ୍ୟ ନମସ୍କାର କରିବା ଉଚିତ ନୁହେଁ
- ଗର୍ଭବତୀ ମହିଳାମାନେ ଗର୍ଭଧାରଣର ତୃତୀୟ ମାସ ପରେ ସୂର୍ଯ୍ୟ ନମସ୍କାର କରିବା ବନ୍ଦ କରିବା ଉଚିତ୍ ।
- ହର୍ନିଆ ଏବଂ ଉଚ୍ଚ ରକ୍ତଚାପ ରୋଗୀମାନେ ସୂର୍ଯ୍ୟ ନମସ୍କାର ନକରିବା ଉଚିତ୍ ।
- ପିଠି ଯନ୍ତ୍ରଣା ଭୋଗୁଥିବା ଲୋକମାନେ ସୂର୍ଯ୍ୟ ନମସ୍କାର ଆରମ୍ଭ କରିବା ପୂର୍ବରୁ ଉପଯୁକ୍ତ ପରାମର୍ଶ ନେବା ଆବଶ୍ୟକ ।
- ମହିଳାମାନେ ପିରିୟଡ ସମୟରେ ସୂର୍ଯ୍ୟ ନମସ୍କାର ଏବଂ ଅନ୍ୟାନ୍ୟ ଆସନା କରିବା ଉଚିତ୍ ନୁହେଁ ।