ସବୁବେଳେ ସକାରାତ୍ମକ ଏବଂ ଖୁସି ଅନୁଭବ ସମ୍ଭବ କି ?
ଦିନର ୨୪ ଘଣ୍ଚା, ବର୍ଷର ୩୬୫ ଦିନ ସୁଖରେ ବିତାଇବା ସମ୍ଭବ କି ? ଯଦି ଆପଣଙ୍କ ଉତ୍ତର ନାଁ, ତେବେ ଏହି ରଚନାଟିକୁ ଅନ୍ତତଃ ଥରେ ଶେଷ ପର୍ଯ୍ୟନ୍ତ ପାଠ କରିବା ପରେ ଦୟାକରି ପୁନର୍ବାର ସେହି ସମାନ ପ୍ରଶ୍ନଟିକୁ ନିଜକୁ ପଚାରନ୍ତୁ । କେଇ କ୍ଷଣ ପୂର୍ବରୁ ଆପଣ ଓ ବର୍ତ୍ତମାନର ଆପଣଙ୍କ ଭିତରେ ଏପରି କଣ ପାର୍ଥକ୍ୟ ରହିଛି ନିଜେ ହିଁ ବିଚାର କରିନିଅନ୍ତୁ ।
ପ୍ରତିଦିନ ଆପଣ ସକାଳୁ ଉଠନ୍ତି, ଦୁନିଆକୁ ଦେଖନ୍ତି । ସଂସାରରେ ସ୍ରୋତରେ ନିଜକୁ ହଜାଇ ଦିଅନ୍ତି । ନିଜ କର୍ମ ସମ୍ପାଦନ କରନ୍ତି । ପୁଣି ରାତି ଆସେ ଆପଣ ନିଦ୍ରା ଯାଆନ୍ତି । ଏହି ଧାରାବାହିକ ଜୀବନ ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଆପଣ ସୁଖ ଖୋଜନ୍ତି । କେହି ଜଣେ ଆପଣଙ୍କୁ ପ୍ରଶଂସା କଲେ ଆପଣ ଖୁସି ହୁଅନ୍ତି । କୌଣସି ସଫଳତା ପ୍ରାପ୍ତି ଆପଣଙ୍କୁ ଖୁସି କରେ । କେହି ଆପଣଙ୍କୁ ଭଲ ପାଇଲେ ଆପଣ ନିଜ ଭିତରେ ଖୁସି ଅନୁଭବ କରନ୍ତି ।
ଅର୍ଥାତ ଆପଣ ଖୁସି ହେବା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତି । ଅନ୍ୟମାନଙ୍କର କିଛି ଆଚ୍ଚରଣ ଓ ଉଚ୍ଚାରଣ ଆପଣଙ୍କୁ ଖୁସି କରିବାରେ ସମର୍ଥ ହୋଇପାରେ । କିନ୍ତୁ ଖୁସି ଆପଣ କେଉଁଠୁ ଅନୁଭବ କରନ୍ତି; ଆପଣଙ୍କ ଅନ୍ତରରୁ କିମ୍ବା ବାହାରୁ ? ଏପରିକି ଅନେକ ସମୟରେ ଅନ୍ୟମାନଙ୍କ ଦ୍ୱାରା ସମ୍ପାଦିତ ସେହି ସମାନ କ୍ରିୟା ଆପଣଙ୍କୁ ସମାନ ଖୁସି ଦେଇପାରେନାହିଁ କାହିଁକି ?
ସୁଖ ଏକ ଅନୁଭବ । ଯାହା ଆମ ଅନ୍ତରର ସର୍ବାଧିକ ଇପସିତ ।
ଅନ୍ୟ ଯେକୌଣସି ଅନୁଭବ ପରି ସୁଖର ସନ୍ଧାନ କରିବାକୁ ହେଲେ ସର୍ବପ୍ରଥମେ ଆମକୁ ଅର୍ନ୍ତମୁଖି ହେବାକୁ ପଡ଼ିବ । ନିଜ ଭିତରେ ସନ୍ତୁଷ୍ଟ ରହିପାରିଲେ ହିଁ ସେହି ଇପସିତ ଅନୁଭବକୁ ଆଉ ଖୋଜିବାକୁ ପଡ଼ିବ ନାହିଁ ବରଂ ସୁଖ ଆମ ଜୀବନର ବାହ୍ୟିକ ପରିଚୟ ବନିଯିବ । ସୁଖୀ ହେବା ଏକ ଚିନ୍ତାଧାରା ଓ ମନୋଭାବ ଯାହା ଅନ୍ୟମାନଙ୍କ ପ୍ରତି ଆମର ମନୋଭାବ ଦ୍ୱାରା ମଧ୍ୟ ପ୍ରଭାବିତ ।
ଚେତନା ସୃଷ୍ଟିକୁ ନିର୍ଣ୍ଣୟ କରେ । ଆମ ଭାବନା ହିଁ ଆମକୁ ସୁଖି କିମ୍ବା ଦୁଃଖି କରେ ।
ଯେଉଁ କାଳଖଣ୍ଡରେ ଆମେ ଜୀବନ ଧାରଣ କରନ୍ତି, ଆମ ଅଜାଣତରେ ସମୟର ପ୍ରତିଟି ପରିବର୍ତ୍ତନର ସୂଚନା ଆମ ଶରୀର ମନେ ରଖିପାରେ । ଆମର ସମସ୍ତ ଭାବନା ଜୀବନରେ ଯାହା ଘଟୁଛି ତାହା ସହିତ ଅନୁରୂପ ଅଟେ ।
ପ୍ରକୃତ ସୁଖ ହାସଲ କରିବା ଏବଂ ପ୍ରକୃତରେ ସୁଖୀ ହେବା ପାଇଁ କେବଳ ଆଶାବାଦୀ ଚିନ୍ତାଧାରା ଗ୍ରହଣ କରିବା ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ରହିଛି। ଆମକୁ ସମସ୍ତ ନକାରାତ୍ମକ ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରିବାର ଦୃଷ୍ଟିକୋଣକୁ ପ୍ରଥମେ ଆପଣାଇବାକୁ ପଡ଼ିବ।
ସମସ୍ତେ ସର୍ବଦା ସୁଖୀ ହେବାକୁ ଇଚ୍ଛା କରନ୍ତି ଓ ପ୍ରତି କ୍ଷଣରେ କିନ୍ତୁ ଏହା କରିବା ଏକ ଅସମ୍ଭବ କାର୍ଯ୍ୟ ପରି ଅନୁଭୁତ ହୋଇଥାଏ ।
ଏବେ ଜାଣି ନିଅନ୍ତୁ ସର୍ବଦା କିପରି ସକାରାତ୍ମକ ଏବଂ ଖୁସି ଅନୁଭବ କରିବେ?
ଧ୍ୟାନ ହେଉଛି ସେହି ସରଳ ଏବଂ ଅବିଶ୍ୱାସନୀୟ ଭାବରେ ଅତ୍ୟଧିକ ପ୍ରଭାବଶାଳୀ ଅଭ୍ୟାସ ମଧ୍ୟରୁ ଗୋଟିଏ, ଯାହାକୁ ଆପଣ ଗ୍ରହଣ କରିବା ପରେ ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ସମ୍ଭାବନା ସୃଷ୍ଟି ହେବା ନିଶ୍ଚିତ ।
ସାଧାରଣ ଭାବରେ କହିବାକୁ ଗଲେ, ଯେତେବେଳେ ମୁଁ ଧ୍ୟାନ ବିଷୟରେ କହୁଛି, ମୋର ଅର୍ଥ ହେଉଛି ଏକ କାର୍ଯ୍ୟ ଓ ଆଚରଣ ଯାହା ନିମ୍ନଲିଖିତ କ୍ରିୟା ଗୁଡ଼ିକୁ ଅନ୍ତର୍ଭୁକ୍ତ କରେ:
- ପ୍ରଥମେ ଚକା ଆସନ, ସୁଖାସନ କିମ୍ବା ପଦ୍ମାସନରେ ବସନ୍ତୁ ।
- ଆଖି ବନ୍ଦ କରି ନଚେତ୍ ଏକ ନିର୍ଦ୍ଦିଷ୍ଟ ସ୍ତରରେ ତୁମର ନଜରକୁ ସ୍ଥିର କରନ୍ତୁ।
- ତୁମର ଚିନ୍ତାଧାରାକୁ ଏକ ମନ୍ତ୍ର (ଏକ ନିର୍ଦ୍ଦିଷ୍ଟ ବାକ୍ୟାଂଶ ବା ଜପ), ଏକ ଗତି (ତୁମର ନିଶ୍ୱାସକୁ ଗଣନା କରିବା ପରି) ଦେବାକୁ ପ୍ରୟାସ କରନ୍ତୁ ।
- ଉଭୟ ପ୍ରାକୃତିକ ଭାବରେ, କିମ୍ବା ଅନ୍ୟ ଏକ ନିର୍ଦ୍ଦିଷ୍ଟ ଗୀତ ବା ସମୟ ସହିତ ଏକ ଆରାମଦାୟକ ପଦ୍ଧତିରେ ନିଶ୍ୱାସ ଛାଡ଼ନ୍ତୁ ଓ ପ୍ରଶ୍ୱାସ ନିଅନ୍ତୁ ।
- ୧୦-୨୦ ମିନିଟ୍ କିମ୍ବା ଅଧିକ ସମୟ ବ୍ୟବଧାନରେ କ୍ରମାଗତ ଭାବରେ ଉପରୋକ୍ତ ସମସ୍ତ କାର୍ଯ୍ୟଧାରାକୁ ସମ୍ପାଦନ କରନ୍ତୁ।
- ଏହି ଅଭ୍ୟାସ ପ୍ରତିଦିନ କରନ୍ତୁ, ଅନ୍ତତଃ ପକ୍ଷେ ଦିନରେ ଥରେ, କିମ୍ବା ସର୍ବନିମ୍ନ, ସପ୍ତାହରେ ୬ ଥର କରନ୍ତୁ ।
ଏହି ସାମାନ୍ୟ କାର୍ଯ୍ୟ ଆପଣଙ୍କ ଜୀବନରେ ଅନେକ ନୂଆ ଅନୁଭନ ସହିତ ଖୁସି ରହିବା ପାଇଁ ନୂଆ ବିକଳ୍ପ ଓ ଉପାୟ ସୃଷ୍ଟି କରିବ ।
ଧ୍ୟାନର ଲାଭ କ’ଣ ଯାହା ଆପଣ ସମୟ ସହିତ ଅନୁଭବ କରିବାକୁ ସମର୍ଥ ହେବେ ?
ଧ୍ୟାନ କରୁଥିବା ବ୍ୟକ୍ତିମାନେ ସେମାନଙ୍କ ଅଭିଜ୍ଞତାରୁ ଅନେକ ଲାଭ ବିଷୟରେ ଜଣାଇଛନ୍ତି । ଏଥିମଧ୍ୟରୁ ଅଳ୍ପ କିଛି ବୈଜ୍ଞାନିକ ଦୃଷ୍ଚିକୋଣରେ ବିଚାର କରିବା ସହ ପୂର୍ବ ଅନୁଭବ ଓ ପରବର୍ତ୍ତୀ ଅନୁଭବ ବିଷୟରେ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିଛନ୍ତି ।
ଗୋଟିଏ ଦିନରେ ଆପଣ ଏହାର ଲାଭକୁ କଳନା କରିବା ସମ୍ଭବ ନୁହେଁ । ଏଥିପାଇଁ ଆପଣଙ୍କୁ ଅନେକ ସପ୍ତାହ ଏବଂ ଏପରିକି ଅନେକ ମାସ ଅପେକ୍ଷା କରିବାକୁ ପଡ଼ିପାରେ । ଅଧିକାଂଶ ଅଭ୍ୟାସକାରୀଙ୍କ ପାଇଁ ସ୍ଥିରତା ସୁଫଳ ଆଣି ଦେଇଥାଏ ।
ନିୟମିତ ଧ୍ୟାନର ଲାଭ ଗୁଡ଼ିକ କଣ ?
- ଉନ୍ନତ ମନୋବଳ ଏବଂ ସୁଖ ଅନୁଭୂତି
- ଅଧିକ ଧୈର୍ଯ୍ୟବାନ ହେବା
- କ୍ରୋଧ, ଚିନ୍ତା ଓ ଦୁଃଖ ପରି ନକାରାତ୍ମକ ଭାବନାକୁ ନିୟନ୍ତ୍ରଣ କରିବା
- ଅନ୍ୟମାନଙ୍କ ଉପରେ ସକରାତ୍ମକ ପ୍ରଭାବ
- ମାନସିକ ଚାପ ହ୍ରାସ
- ଉନ୍ନତ ଶାରୀରିକ ସ୍ୱାସ୍ଥ୍ୟ
- ଆଧ୍ୟାତ୍ମିକ ବିକାଶ
- ମନୋବଳ ବିକାଶ
ଧ୍ୟାନ କରିବା ପ୍ରକୃତରେ ମନର ଉପାଦାନଗୁଡ଼ିକୁ ସନ୍ତୁଳିତ କରିଥାଏ, ଯାହା ଆଶାବାଦୀ ଭାବପ୍ରବଣତା ସହିତ ପୂର୍ବରୁ ଜଡିତ ଥାଏ । ଭାରତୀୟ ଯୋଗ ଶାସ୍ତ୍ର ଅନୁସାରେ ଆଠ ସପ୍ତାହ ଧ୍ୟାନର ଅନୁସରଣ, ପ୍ରତିଦିନ ଅତିକମରେ ୩୦ ମିନିଟ୍ ପାଇଁ ଧ୍ୟାନ କଲେ ଯେକୌଣସି ବ୍ୟକ୍ତିଙ୍କ ସୁଖ ପରିସର ବୃଦ୍ଧି ପାଇବା ସମ୍ଭାବନା ରହିଛି ।
ସବୁଦିନ ଧ୍ୟାନ କରିବା ଦ୍ୱାରା ଆପଣ ଶାନ୍ତ ହେବା ସହ ଆପଣଙ୍କୁ ମୁହଁରେ ଏକ ସୁଖର ପ୍ରଲେପ ଛାପି ହୋଇ ରହିବ । ଯାହା ଆପଣଙ୍କ ଚତୁପାର୍ଶ୍ୱର ଲୋକମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ହୋଇ ପାରିବ । ପୂର୍ବରୁ ଯେଉଁ କାର୍ଯ୍ୟ କରିବାକୁ ଆପଣ ସମର୍ଥ ହୋଇପାରୁନଥିଲେ, ସେହି କାର୍ଯ୍ୟକୁ ଅତି ସହଜରେ ସମ୍ପାଦନ କରିବାକୁ ଆପଣଙ୍କ ମନରେ ଧୈର୍ଯ୍ୟ ଓ ଶକ୍ତି ବୃଦ୍ଧି ପାଉଥିବା ଆପଣ ସ୍ୱୟଂ ଅନୁଭବ କରିପାରିବେ ।
……………………………………………..
English Transcription
————————
Is it always possible to feel positive and happy?
Is it possible to spend 24 hours a day, 365 days a year happily? If your answer is no, please read the same article at least once again and ask yourself the same question again. Decide for yourself the difference between you and the present moment.
Every morning you wake up, look at the world. Losing yourself in the current of the world. Performs its functions. And when the night comes, you go to sleep. You find happiness in every moment in this series of lives. You are happy when someone praises you. You are happy to have any success. When someone loves you, you feel happy inside.
That means you have to rely on others to be happy. Some of the behaviors and utterances of others may be able to make you happy. But where do you feel happy; From inside or outside? Why can’t even the same actions performed by others often make you happy?
Happiness is a feeling. Which, of course, made the video an overnight sensation.
In order to find happiness like any other feeling, we must first be introverted. Only by being content with oneself can we no longer have to look for those desires, but happiness will become the external identity of our lives. Happiness is a thought and attitude that is also influenced by our attitude towards others.
Consciousness determines creation. It is our feelings that make us happy or sad.
The times we live in may inadvertently remind us of every change in time. All our feelings are similar to what is happening in life.
There is a big difference between achieving real happiness and taking only optimistic thoughts to be truly happy. We must first adopt the attitude of rejecting all negative thoughts.
Everyone always wants to be happy and every moment but it feels like an impossible task to do.
Now find out how to always feel positive and happy.
Meditation is one of those simple and incredibly effective practices that will surely lead to amazing changes in your life once you accept it.
Generally speaking, when I talk about meditation, I mean action and behavior that includes the following actions:
First, sit in sukhasana or padmasana.
Close your eyes or fix your eyes at a certain level.
Try to give your thoughts a mantra (a certain sentence or chant), a speed (like counting your breath).
Breathe and breathe in a relaxed way, both naturally or with a specific song or time.
Perform all of the above steps continuously for 10-20 minutes or more.
Do this every day, at least once a day, or at least 4 times a week.
This simple task will create new options and ways to be happy with many new experiences in your life.
What are the benefits of meditation that you will be able to experience over time?
People who meditate share many benefits from their experience. Few of them have been able to judge from a scientific point of view, and have been able to articulate the past and the future.
It is not possible to calculate its benefits in one day. You may have to wait for weeks and even months. Stability is beneficial for most practitioners.
What are the benefits of regular meditation?
Improved morale and happiness
Be more patient
Controlling negative emotions such as anger, anxiety, and sadness
Positive effects on others
Depression
Improved physical health
Spiritual development
Moral development
Meditation really balances the elements of the mind, which are already associated with optimistic emotions. According to Indian Yoga, following eight weeks of meditation, meditating for at least 30 minutes every day is likely to increase the happiness range of any person.
By meditating all day, you will be calmed down and you will be able to keep a happy face on your face. Which can also be inspiring for people around you. You may feel that you have a lot of patience and energy to do things that you weren’t able to do before.