ହୋଲି-
ପ୍ରେମର ପର୍ବ…ରଙ୍ଗର ପର୍ବ…ବସନ୍ତର ପର୍ବ…
ଆମେ ହୋଲି କାହିଁକି ପାଳନ କରୁ? ରଙ୍ଗର ପର୍ବ ପଛରେ ଥିବା କିମ୍ବଦନ୍ତୀ ଜାଣନ୍ତି କି?
Why We Celebrate Holi ?
ହୋଲି ପର୍ବ ରାଧା-କୃଷ୍ଣଙ୍କର ଅନନ୍ତ ଓ ସ୍ୱର୍ଗୀୟ ପ୍ରେମର ପ୍ରତୀକ । ଏହି ପର୍ବ ମଧ୍ୟ ଅସତ୍ୟ ଉପରେ ସତ୍ୟର ବିଜୟକୁ ସୂଚିତ କରିଥାଏ। ପ୍ରତିବର୍ଷ ଫାଲଗୁନ ମାସ ପୂର୍ଣ୍ଣିମା ପରଦିନ ରଙ୍ଗର ପର୍ବ ପାଳନ ହୋଇଥାଏ । ହିନ୍ଦୁ ସଂପ୍ରଦାୟ ପାଇଁ ହୋଲି ଏକ ମହତ୍ୱପୂର୍ଣ୍ଣ ପର୍ବ । ଦେଶର ବିଭିନ୍ନ ଭାଗରେ ବସନ୍ତ ପୂର୍ଣ୍ଣିମାରେ ହୋଲିକା ଦହନ ପାଳନ କରାଯାଇଥାଏ । ଦେଶର ବିଭିନ୍ନ ପ୍ରାନ୍ତରେ ହୋଲି ପାଳନ ପଛରେ ଭିନ୍ନ ଭିନ୍ନ ବିଶ୍ୱାସ ରହିଛି । ଉତ୍ତର ଭାରତରେ ହୋଲି ପର୍ବର ପୂର୍ବ ରାତି ବା ବସନ୍ତ ପୂର୍ଣ୍ଣମୀରେ ହୋଲିକା ଦହନ ହେବା ପରେ ପର ଦିନ ସକାଳୁ ବିଜୟର ପର୍ବ ହୋଲି ପାଳିତ ହୋଇଥାଏ ।
ହୋଲି ପର୍ବର ବୈଶିଷ୍ଟ୍ୟ | The significance of Holi
ଦେଶରେ ହୋଲି ପର୍ବ ପାଳନର ମହତ୍ୱପୂର୍ଣ୍ଣ ଦିଗ ମଧ୍ୟ ରହିଛି । ଅତୀତର ବିବାଦ, ବିଭେଦ ଭୁଲି ପରସ୍ପର ଦେହରେ ରଙ୍ଗ ବୋଳି ଲୋକମାନେ ଭାଇଚାରାକୁ ପ୍ରାଧାନ୍ୟ ଦିଅନ୍ତି । ଏହାସହିତ ଶୀତ ଋତୁ ପରେ ବସନ୍ତର ଆଗମନରେ ହୋଲି ପାଳନ ଲୋକଙ୍କ ମନରେ ନୂଆ ଉତ୍ସାହ ଭରିଥାଏ । ଅନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଶରୀରରେ ରଙ୍ଗ ଲାଗିବା ପରେ ଦୀର୍ଘ ସ୍ନାନ କାରଣରୁ ମୃତ କୋଷ ବା ଶୁଷ୍କ ବାହ୍ୟଚର୍ମ ଶରୀରରୁ ବାହାରି ଯାଇଥାଏ ।
ହୋଲି ପର୍ବର ପୌରାଣିକ ପୃଷ୍ଠଭୂମି
Holi Festival India Historical Background #1
କାହିଁକି ପାଳନ କରାଯାଏ ହୋଲି ? ଭାରତରେ ହୋଲିକୁ ପ୍ରେମର ପର୍ବ କୁହାଯାଏ । ଗ୍ରୀଷ୍ମ ପରେ ବସନ୍ତର ଆଗମନ ସହ ଏହି ଉତ୍ସବ ଲୋକଙ୍କ ଜୀବନରେ ରଙ୍ଗ ଭରିଥାଏ । ପର୍ବ ପଛରେ ଥିବା କାହାଣୀ ପୌରାଣିକ କଥାବସ୍ତୁ ସହ ଜଡ଼ିତ । ପ୍ରାଚୀନ କାଳରେ ଭାରତବର୍ଷରେ ହିରଣ୍ୟକଶ୍ୟପ ନାମରେ ଏକ ରାକ୍ଷସ ରାଜା ଥିଲା । ସେହି ସମୟରେ ସେ ଥିଲା ସବୁଠାରୁ ଶକ୍ତିଶାଳୀ ରାକ୍ଷସ । ନିଜ ଶକ୍ତି ପାଇଁ ହିରଣ୍ୟକଶ୍ୟପୁ ମନରେ ଥିଲା ପ୍ରଭୁତ ଅହଂକାର । ଏପରିକି ଦେବତାମାନେ ମଧ୍ୟ ହିରଣ୍ୟକଶ୍ୟପକୁ ଭୟ କରୁଥିଲେ । ଭଗବାନ ବିଷ୍ଣୁଙ୍କୁ ନିଜର ସବୁଠାରୁ ବଡ଼ ଶତ୍ରୁ ମନେ କରୁଥିଲେ ରାକ୍ଷସ ହିରଣ୍ୟକଶ୍ୟପ । କାରଣ ତାଙ୍କ ପୁତ୍ର ପ୍ରହ୍ଲାଦ ଥିଲେ ବିଷ୍ଣୁ ଭକ୍ତ । ବାରମ୍ବାର ଚେତାବନୀ ଓ ଧମକ ପରେ ମଧ୍ୟ ବିଷ୍ଣୁଙ୍କ ଆରାଧନା ବନ୍ଦ କରିନଥିଲେ ଭକ୍ତ ପ୍ରହ୍ଲାଦ ।
Image source- Google | Image by- TV9 Bharatvarsh
ନିର୍ଦ୍ଦେଶ ଅମାନ୍ୟ କରିଥିବାରୁ ପୁତ୍ର ପ୍ରହ୍ଲାଦଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କଲେ ହିରଣ୍ୟକଶ୍ୟପ । ପୁରାଣ ବର୍ଣ୍ଣନା ଅନୁସାରେ ପ୍ରହ୍ଲାଦକୁ ପ୍ରଥମେ ବିଷ ପିଆଇ ମାରିବାକୁ ଉଦ୍ୟମ କରିଥିଲେ ହିରଣ୍ୟକଶ୍ୟପ । ପରେ ହାତୀ ପାଦ ତଳେ ରଖାଯିବା ସହ ପାହାଡ ଉପରୁ ମଧ୍ୟ ପ୍ରହ୍ଲାଦକୁ ଫିଙ୍ଗି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
ପ୍ରହ୍ଲାଦକୁ ମାରିବାକୁ ସବୁ ପ୍ରୟାସ ବିଫଳ ହେବା ପରେ ହିରଣ୍ୟକଶ୍ୟପ ଶେଷରେ ସହାୟତା ପାଇଁ ନିଜ ଭଉଣୀ ହୋଲିକାକୁ ଅନୁରୋଧ କରିଥିଲା । ହୋଲିକା ଭାଇର ଅନୁରୋଧ ରକ୍ଷା କରିବା ସହ ପ୍ରହ୍ଲାଦଙ୍କୁ ଅଗ୍ନିରେ ଜଳାଇ ମୃତ୍ୟୁଦଣ୍ଡ ଦେବାକୁ ଯୋଜନା କରିଥିଲା । କାରଣ ହୋଲିକା ପୂର୍ବରୁ ବରପ୍ରାପ୍ତ ଥିଲା କି ନିଆଁ ତାକୁ ଜଳାଇ ପାରିବ ନାହିଁ । ଏଥିପାଇଁ ହୋଲିକା ପ୍ରହ୍ଲାଦଙ୍କୁ ନିଆଁରେ ଜଳାଇ ମାରିବାକୁ ଉପାୟ କରିଥିଲା ।
କିନ୍ତୁ ହୋଲିକା ପ୍ରହ୍ଲାଦଙ୍କୁ ନେଇ ଅଗ୍ନି ମଧ୍ୟକୁ ପ୍ରବେଶ କରିବା ପରେ ନିଜେ ଜଳି ଭଷ୍ମ ହୋଇଯାଇଥିଲେ ଓ ପ୍ରହ୍ଲାଦ ଅକ୍ଷତ ଅବସ୍ଥାରେ ନିଆଁରୁ ବାହାରି ଆସିଥିଲେ । ହୋଲିକାଙ୍କ ରକ୍ଷାକବଚ ବସ୍ତ୍ର ଉଡ଼ିଆସି ପ୍ରହ୍ଲାଦଙ୍କୁ ସୁରକ୍ଷା ଦେଇଥିଲା । ପରେ ବିଷ୍ଣୁ ନରସିଂହ ଅବତାରରେ ଅର୍ଦ୍ଧେକ ମାନବ ଓ ଅର୍ଦ୍ଧେକ ସିଂହ ଶରୀର ଧାରଣ କରି ରାକ୍ଷସ ରାଜା ହିରଣ୍ୟଶ୍ୟପକୁ ବଦ୍ଧ କରିଥିଲେ ।
ଅଗ୍ମି ମଧ୍ୟରୁ ପ୍ରହ୍ଲାଦଙ୍କ ଜୀବନ ପ୍ରତ୍ୟାବର୍ତ୍ତନକୁ ଲୋକେ ଉତ୍ସବ ଭାବରେ ପାଳନ ଆରମ୍ଭ କରିଥିଲେ । ହୋଲିକା ଦହନରୁ ହୋଲି ପର୍ବ ପାଳନର ଶୁଭାରମ୍ଭ ହୋଇଥିଲା ।
ହୋଲି ପର୍ବର ପୌରାଣିକ ପୃଷ୍ଠଭୂମି | Holi Festival India Historical Background #2
ଅନ୍ୟ ପୌରାଣିକ କିମ୍ବଦନ୍ତୀ ଶିୈବ ଓ ଶାକ୍ତ ପରମ୍ପରା ସହ ଜଡ଼ିତ । ଦେବୀ ପାର୍ବତୀ ଶିବଙ୍କୁ କଠୋର ଧ୍ୟାନରୁ ମୁକ୍ତ କରାଇବା ପାଇଁ ପ୍ରେମ ଦେବତା କାମଦେବ ଓ ବସନ୍ତ ପଞ୍ଚମୀଙ୍କ ସାହାଯ୍ୟ ଲୋଡ଼ିଥିଲେ। ଦେବୀ ପାର୍ବତୀଙ୍କ ନିର୍ଦ୍ଦଶ ଅନୁସାରେ ପ୍ରେମର ଦେବତା ଶିବଙ୍କ ଉପରେ ପୁଷ୍ପବାଣ ପ୍ରୟୋଗ କରିବାରୁ ଆଦିଯୋଗୀଙ୍କ ତୃତୀୟ ନୟନ ଖୋଲିଯାଇଥିଲା । ତୃତୀୟ ନୟନରୁ ଅଗ୍ନି ନିର୍ଗତ ହୋଇ କାମଦେବ ଗନ୍ଧର୍ବକୁ ଧ୍ୱଂସ କରିଥିଲା । ଆଦିଯୋଗୀଙ୍କର ଏହି କାର୍ଯ୍ୟ କାମଦେବଙ୍କ ସ୍ତ୍ରୀ ରତିଦେବୀ ସହ ପାର୍ବତୀଙ୍କୁ ମଧ୍ୟ ଦୁଃଖିତ କରିଥିଲା । କାମଦେବଙ୍କ ଜୀବନ ବଞ୍ଚାଇବା ପାଇଁ ମହାଦେବଙ୍କୁ ନିବେଦନ କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ ରତି ଦେବୀ । ଶେଷରେ, ଶିବ ପ୍ରେମର ଦେବତାଙ୍କୁ କ୍ଷମା କରିବା ସହ ପୁନଃ ଜୀବନ ପ୍ରଦାନ କରିଥିଲେ । ଗନ୍ଧର୍ବଙ୍କ ନୂଆ ଜୀବନ ପ୍ରାପ୍ତି ଦିନକୁ ଲୋକେ ହୋଲି ଭାବରେ ପାଳନ କରିଥାନ୍ତି।
ହୋଲି ପର୍ବର ପୌରାଣିକ ପୃଷ୍ଠଭୂମି | Holi Festival India Historical Background #3
ଓଡିଶା ଏବଂ ପଶ୍ଚିମବଙ୍ଗରେ ହୋଲି ଉତ୍ସବ
ସେହିପରି ହିନ୍ଦୁ ପରମ୍ପରା ଅନୁସାରେ ଦ୍ୱାପର ଯୁଗରେ ରାକ୍ଷସୀ ପୁତନାର ସ୍ତନରୁ କ୍ଷୀର ପାନ କରିବା ପରେ ବାଳକୃଷ୍ଣଙ୍କ ଶରୀରର ରଙ୍ଗ ନୀଳ ବର୍ଣ୍ଣ ଧାରଣ କରିଥିଲା । ଶରୀରର ରଙ୍ଗ ପରିବର୍ତ୍ତନ ପରେ ଶ୍ରୀକୃଷ୍ଣ ଚିନ୍ତିତ ହୋଇପଡ଼ିଥିଲେ । କାରଣ ଏହି ରଙ୍ଗ ଯୋଗୁ ସଖି ରାଧା ଓ ଅନ୍ୟ ଗୋପୀ ହୁଏତ ତାଙ୍କୁ ପୂର୍ବ ପରି ପସନ୍ଦ କରିବେ ନାହିଁ ବୋଲି ଶ୍ରୀକୃଷ୍ଣ ଭାବି ଥିଲେ। ମାଆ ଯଶୋଦାଙ୍କ କହିବା ଅନୁସାରେ ରାଧାଙ୍କୁ ନିଜ ସପନ୍ଦର ରଙ୍ଗ ବୋଳି ଦେବାକୁ କହିଥିଲେ ଶ୍ରୀକୃଷ୍ଣ । ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ରଙ୍ଗ ଲଗାଇବା ଦିନକୁ ପାରମ୍ପରିକ ଭାବରେ ବ୍ରଜ କ୍ଷେତ୍ରରେ ହୋଲି ଉତ୍ସବ ପାଳନ ହୋଇ ଆସୁଛି ।
ହୋଲି ପାଳନ ସମୟରେ ସାବଧାନତା ଜରୁରୀ
ରଙ୍ଗ ଖେଳିବା ସମୟରେ ସତର୍କ ରହିବା ଜରୁରୀ । କାରଣ ଏବେ ବଜାରରେ ମିଳୁଥିବା ରାସାୟନିକ ରଙ୍ଗ ଚର୍ମ ଉପରେ ଖରାପ ପ୍ରଭାବ ପକାଇବା ଆଶଙ୍କା ରହିଛି । କେବଳ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ଆବଶ୍ୟକ ।
ଅସୁସ୍ଥ, ରୋଗୀ ବ୍ୟକ୍ତିଙ୍କ ଉପରେ ରଙ୍ଗ ଲଗାଇବା ଠିକ ନୁହେଁ । ଏହା ବଡ଼ ସମସ୍ୟା ସୃଷ୍ଚି କରିପାରେ ।
—————————————-
English Transcription
Why do we celebrate Holi? Do you know the legend behind the festival of colors?
The Holi festival is a symbol of Radha-Krishna’s eternal and heavenly love. The festival also symbolizes the victory of truth over untruth. Every year, on the full moon day of the month of Falgun, the festival of colors is celebrated. Holi is an important festival for the Hindu community. Holika Dahan is celebrated in different parts of the country on the spring full moon. There are different beliefs behind the Holi celebrations in different parts of the country. In northern India, Holi is celebrated on the eve of the Holi festival on the night before the Holi festival or on the spring full moon.
The significance of Holi
There is also an important aspect of celebrating Holi in the country. Forgetting the differences and divisions of the past, people prefer brotherhood to color over each other. With the advent of spring after winter, the celebration of Holi fills people’s minds with renewed enthusiasm. Among other features, dead skin cells or dry skin are removed from the body due to prolonged bathing after discoloration.
The mythical background of the Holi festival
Why is Holi celebrated? In India, Holi is called the festival of love. With the advent of spring after the summer, the festival fills people’s lives. The story behind the festival is related to mythology. In ancient times, there was a monster king in India named Hiranyakashyapa. He was the most powerful monster of all time. Hiranyakashyapu had great pride in his mind for his power. Even the gods were afraid of Hiranyakashyapa.
Lord Vishnu was considered to be his greatest enemy by the demon Hiranyakashyapa. Because his son Prahlad was a devotee of Vishnu. Devotee Prahlad did not stop worshiping Vishnu, despite repeated warnings and threats.
Hiranyakashyap planned to kill his son Prahlad for disobeying the order. According to mythology, Prahlad was the first to attempt to poison Prahlad. The elephant was later placed underfoot and attempted to kill Prahlad by throwing him off the hill.
After all, attempts to assassinate Prahlad failed, Hiranyakashyap finally appealed to his sister Holika for help. Holika defended her brother’s request and planned to burn Prahlad to death. “She was released this morning; she’s talked to her father and she’s fine. Holika set Prahlad on fire.
But when Holika entered the fire with Prahlad, she was burnt to ashes, and Prahlad came out of the fire unharmed. Holika’s bodyguard flew to protect Prahlad. Later, in the incarnation of Vishnu Narasimha, half the human and half the lion incarnated and defeated the demon king Hiranyasyapa.
Prahlad’s return from the fire was celebrated as a celebration. The celebration of Holi began with the burning of Holika.
The mythical background of the Holi festival
Other myths are associated with Shiva and Shakta traditions. The goddess Parvati sought the help of the love gods Kamdev and Basanta Panchami to free Shiva from the harsh meditation. According to Goddess Parvati, the third eye of the Adyogi was opened by applying a bouquet of flowers to the god Shiva. A fire broke out in the third eye, destroying Kamdev Gandharva. Adyogi’s actions also saddened Parvati, along with Kadev’s wife Ratidevi. Rati Devi apologized to Mahadev to save Kamdev’s life. Finally, Shiva forgave the god of love and gave him life again. The day of Gandharva’s new life is celebrated as Holi.
Holi celebrations in Odisha and West Bengal
The mythical background of the Holi festival
According to Hindu tradition, the color of Balakrishna’s body turned blue after drinking milk from the breast of the demon Putana in the Dwapar era. Lord Krishna was worried after the change in body color. Because of this color, Lord Krishna thought that his friend Radha and other Gopis might not like him as much as before. According to Maa Yashoda, Krishna asked Radha to paint her as her favorite color. Holi is traditionally celebrated on the day of painting Sri Radha Krishna.
Caution is essential during Holi celebrations
You need to be careful when playing with colors. This is because the chemical dyes that are now available in the market are likely to have a detrimental effect on the skin. You just have to be more discriminating with the help you render toward other people.
It is not appropriate to paint on sick, sick people. This can cause big problems.